April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବୁଢ଼ୀ ଆଉ ଫେରିବନି– ଲକ୍ଷ୍ମୀପ୍ରିୟା ମହାନ୍ତି*

#ବୁଢ଼ୀ ଆଉ ଫେରିବନି#

ସହର ରେ ୨ ବର୍ଷ ର ରହଣି ପରେ ଆଜି ଗାଁ କୁ ଫେରିଛି ମୋହନ | ତା ସହ ତାର ସହଧର୍ମିଣୀ ଶ୍ଵେତା ଆଉ ଗୋଟେ ବୋଲି ଅଲିଅଳି ଝିଅ ସାଇନି ବି ଆସିଛି | ହେଲେ ଗାଁ ରେ ଯିଏ ପାଛୋଟି ନେବା କୁ ଅପେକ୍ଷା କରିଛି ସେ ହଉଛି ମୋହନ ର ବୋଉ ବାସନ୍ତୀ, ବୟସ ପ୍ରାୟ ପଞ୍ଚଷଠି ହେବ | ହେଲେ ତାର ସେ ନୁଆଁଣିଆ ଅଣ୍ଟା ଆଉ ଧୁଡୁରା ଚର୍ମ ତା ସାଙ୍ଗ କୁ ପୁରା ଶରୀର ର ସେ ଜରାଜୀର୍ଣ ଅବସ୍ଥା କୁ ଦେଖିଲେ ଲାଗିବ ବୁଢ଼ୀ କୁ ନବେ ବର୍ଷ ହେଲାଣି | ମୋହନ କୁ ଯେତେବେଳେ ବାର ବର୍ଷ ସେତେବେଳେ କୁ ତାର ବାପା ଆରପାରିକୁ ଚାଲିଗଲେ | ମୋହନ ର ପାଠପଢା, ଶାଶୁ, ଶଶୁର ଙ୍କ ଦେଖାଶୁଣା ସବୁ ବିଧବା ବାସନ୍ତୀ ର ମୁଲ ଲଗାରେ | ଲୋକ କୁହନ୍ତି ବାସନ୍ତୀ କାଳେ ଭାରି ସୁନ୍ଦରୀ । ବାହା ହୋଇ ଆସିଲା ବେଳେ ଗାଁ ରେ ପୁରା ଚର୍ଚ୍ଚା ଧରିଥିଲା ବାସନ୍ତୀ ର ସୁନ୍ଦରତା ।ହେଲେ କଣ ହେବ ସ୍ବାମୀ ମଲା ପରେ ସେ ଯୁଇ ରେ ବାସନ୍ତୀ ର ସୁନ୍ଦରତା ମୁଣ୍ଡ ଗୁଂଜୀ ଦେଲା ।ସ୍ବାମୀ ଯିବାର ପାଞ୍ଚ ବର୍ଷ ପରେ ଶାଶୁ ଶଶୁର ଦୁଇ ବି ଆଗ ପଛ ହୋଇ ଚାଲିଗଲେ । ବୁଢା ବୁଢ଼ୀ ଦୁଇ ଟା ଚାଲିଯିବାରୁ ବାସନ୍ତୀ ଭାରି ମନ ଦୁଃଖ କରିଛି ହେଲେ ସତ କଥା ତ ସେ ଯିବାରୁ ବାସନ୍ତୀ କୁ ମୋହନ ପଢେଇ ବାକୁ ସହଜ ହେଇଚି । ଅବଶ୍ୟ କଥାଟି ଅପ୍ରିୟ କିନ୍ତୁ ସତ । ଆରେ ବୁଢା ବୁଢ଼ୀ ଙ୍କ ପାଇଁ ଖର୍ଚ୍ଚ ହେଉଥିବା ଦାନା ପାଣି ଟା ବଞ୍ଚିଛି ପୁଣି ସେ ଦାନା ପାଣି ପାଇଁ ଖର୍ଚ୍ଚ ହେଉଥିବା ପଇସା ଟା ବଞ୍ଚି ମୋହନ ର ପାଠ ପଢା କୁ ତ ଯାଇଛି । ବାସନ୍ତୀ ର ସେମିତି କିଛି ଖର୍ଚ୍ଚ ନାହିଁ । ଦୁଇ ଖଣ୍ଡ ଲୁଗା ରେ ପାଞ୍ଚ ବର୍ଷ ଆଉ ଖାଇବା ପାଇଁ ପଖାଳ ସହ ବାଡ଼ିର ଶାଗ ତ କେବେ କାକୁଡିକସି କେବେ ପୁଣି ଆମ୍ବ କେବେ ପୋଡ଼ା ବାଇଗଣ ଏଇସବୁ ତାର ମହାପ୍ରସାଦ ।ଏଥର ଯୋଉ ମୋହନ ଆସୁଚି ଆ ପୂର୍ବରୁ ସେ ଆହୁରି ଦୁଇଥର ଆସିଛି ସେ ଗାଁକୁ ।ପ୍ରଥମ ଥର ଯେବେ ଚାକିରି ପାଇଲା ସେବେ ଧାଇଁ ଆସିଥିଲା ଏଇ ଜରାଜୀର୍ଣ୍ଣ ବାସନ୍ତୀ ପାଖକୁ ପାଦଧୂଳି ଟିକେ ନେଇ କୋଟି ପରମାୟୁ ପାଇବାକୁ । ଆଉ ସେଇ କୋଉ କାଳରୁ ଛପର ହୋଇନଥିବା ନୁଆଁଣିଆ ଚାଳ ଘରୁ ଛାତ ଘରକୁ ନେବ ଅଳ୍ପ ଦିନ ରେ ବୋଲି କହି ଖୁସି କରିବାକୁ । ବୋଉ କୁ ମିଠା ଖୁଆଇ ଆଶ୍ଵାସନା ଦେଇ କହିଲା ପନ୍ଦର ଦିନ ଭିତରେ ଆସି ତୋତେ ସହର କୁ ନେବି । କି ଖୁସି ବାସନ୍ତୀର, ଆକାଶକୁ ଚାହିଁ କାନ୍ଦି ପକେଇଲା ଆଉ କହିଲା ଦେଖୁଛ ମୋହନ କୁ ,ପୁଣି କହୁଥାଏ ତୁମକୁ କହିକି ବି କି ଲାଭ ତୁମେ କଣ ଫେରିଆସିବ …..
ପନ୍ଦର ଦିନ କହି ପୁରା ଦେଢ଼ ବର୍ଷ ଲାଗିଲା ମୋହନ କୁ ଗାଁ କୁ ଫେରିବାକୁ ,କିନ୍ତୁ ମଝିରେ ମଝିରେ ଚିଠି ଲେଖେ ବାସନ୍ତୀ କୁ କାମ ଝାମେଲା ବୋଲି ,ବାସନ୍ତୀ ବି କୋଉ ପାଠ ପଢିଲା ପିଲାଙ୍କୁ ଦେଖେଇ ବୁଝେ ପୁଅ କୁ ଆଉ ମନକୁ ବୁଝେଇ ପୁଣି ଅପେକ୍ଷା କରେ ।
ତାପରେ ଯୋଉ ମୋହନ ଫେରେ ଏକା ନୁହେଁ ସାଥିରେ ଶ୍ୱେତା କୁ ବି । ବୁଢ଼ୀ ପୁରା ହଡବଡେଇ କିଛି ମୋହନ କୁ କିଛି ପଚାରିବା ପୂର୍ବରୁ ମୋହନ ଟା ବାସନ୍ତୀ କୁ କହିଲା ବୋଉ ତୋତେ ସବୁ ପରେ ବୁଝେଇ କହିବି ତୁ ଏବେ ସେ ଝିଅଟା ସାମ୍ନାରେ କିଛି କହନି।ସେ ସହର ରେ ବଢ଼ିଛି ଆଧୁନିକା ନାରୀ ମାଇଣ୍ଡ କରିବ ଯଦି କିଛି ଆଡୁସାଡୁ କହୁ । ବୁଢ଼ୀ ବି ଚୁପ୍ ହେଇଚି ପୁଆଟା କୁ ଚାହିଁ । ହେଲେ ମୋହନ କଣ ବୁଝେଇଥନ୍ତା ଆଜି ଯାଏ ଜାଣିନି । …
ବୁଢ଼ୀ ର ଟିକେ ତ ମନ ଦୁଃଖ ହେଲା ତା ଗଳା ର ମାଳି ଟା ଏମିତି ଭାବରେ ତାର ବେକରୁ ଛିଡି ଯାଇ ଆଉ କାହା ହାତରେ ବାନ୍ଧି ହୋଇଯିବା କଥାଟା । ବୁଢ଼ୀ କିନ୍ତୁ ମନକୁ ବୁଝେଇ କହିଲା ଆରେ ଆଜି ନହେଲେ କାଲି କାହା ହାତରେ ତ ଛନ୍ଦିବାକୁ ପଡ଼ିଥନ୍ତା ଏ ଗଳାର ମାଳି ଟାକୁ । କିନ୍ତୁ ମଝିରେ ମଝିରେ ବୁଢ଼ୀର ମନ ଟିକେ ଗୋଳେଇଘାଣ୍ଟି ହୁଏ । ଆଉ ସେତେବେଳେ ବୁଢ଼ୀ ସେଇ ଛିଡ଼ା ଛପରେ ତାର ବାର୍ଦ୍ଧକ୍ୟ ଭାରି ଶରୀର ଟାକୁ ଏପଟ ସେପଟ କରି ଗଡାଉଥାଏ। ଏବେ ଯାହା ମନ ବୁଢ଼ୀର ଟିକେ ବୋହୂ ସେବା ପାଇଁ । ହଁ ସେସବୁ ରେ ସ୍ୱେତା ର ଅବହେଳା ନାହିଁ ସକାଳେ ସନ୍ଧ୍ୟାରେ ମାମା ଡାକ ସହ ଗୁଡ୍ ମୋନୀଙ୍ଗ , ଗୁଡ଼୍ ଇଭିନୀଙ୍ଗ ଜଣେଇ ଦିଏ । ଆଉ ବାକି ରହିଲା ବୋହୂ ହାତ ପରସା ସେ ସବୁ ପାଇଁ ତ ମାଳତୀ ଘରକୁ ଆସୁଛି । ସେ ପୁଣି ମାସକୁ ମାସ ଦରମା ନେଉଛି ,ପୁଣି ସ୍ୱେତା କାଇଁ ସେ ରୋଷେଇ କାମରେ ହାତ ଦେଇ ନିଜର ଚମ୍ପାକଢ଼ି ହାତୀଦୁଇଟି ର ସୁନ୍ଦରତା କୁ ନଷ୍ଟ କରିବ। ହଁ ବେଳେବେଳେ ବଡ଼ ପାଟିରେ ମାଳତୀ କୁ ଡାକି କୁହେ ଆରେ ମାମା ଙ୍କୁ ଖାଇବାକୁ ଦେଇଛୁ ତ । ଏତକ କାମ ଛଡା ବାସନ୍ତୀ କୁ ଦେଖିଲେ ସ୍ମିତ ହାସ୍ୟ ଟିକେ ଦେବାକୁ ଭୁଲେ ନାହିଁ । ଆଉ କଥା ରହିଲା ମୋହନ ର ସେ ଦିନ ତମାମ ତା ଡିଉଟି ରେ ଘରକୁ ଫେରୁ ଫେରୁ ରାତି ସାଢ଼େ ସାତ । ଖାଇ ସାରିଲା ପରେ ରାତି ତମାମ ସ୍ୱେତା ସହ । ଗାଁକୁ ଆସିବାର ପ୍ରଥମ ଦୁଇ ତିନି ଦିନ କାମ କୁ ଯିବା ପୂର୍ବରୁ ବୋଉ ଡାକ ଦେଇ ବାସନ୍ତୀ କୁ ଜଣାଇ ଦିଏ । ଆଉ ରାତିରେ ଶୋଇବାକୁ ଯିବା ପୂର୍ବରୁ ମଧ୍ୟ । ତା ପର ଠାରୁ ଆଉ ସମୟ ପାଇନି ବୋଉ ସାମ୍ନାକୁ ଯିବାକୁ । ପ୍ରଥମେ ପ୍ରଥମେ ଛୋଟ ବେଳ କଥା ମନେପକାଇ ବୋଉ ପ୍ରତି ଥିବା କର୍ତ୍ତବ୍ୟ କରି ନପରୁଥିବାରୁ ମନେ ମନେ ଲଜ୍ଜିତ ହୁଏ , କିନ୍ତୁ ଧୀରେ ଧୀରେ ରେ ସବୁ ଦେହ ସୁହା ହେଇଯାଏ ।ଯେମିତି ଗାଁ ବୁଢା ବୁଢ଼ୀ ସ୍ତ୍ରଲୋକମାନେ ବୁଢ଼ୀ କୁ ପଚାରନ୍ତି – ତୋ ପୁଅ ପାଇଁ ଏତେ କଷ୍ଟ କଲୁ ସେ କଣ ତୋତେ ନଜଣେଇ ବହାହେଇ ଗଲା, ବୋହୁଟି ଭଲ ତି ,ତୋର ଭଲ ମନ୍ଦ ବୁଝୁଛି ତ ଏମିତି ଅନେକ କିଛି ପ୍ରଶ୍ନ ର ଗନ୍ତାଘର ବୁଢ଼ୀ ପାଇଁ ଦେହସୁହା।
ଥରେ ରାତିରେ ବୁଢ଼ୀ ର ଶରୀର ବାର୍ଦ୍ଧକ୍ୟ ପାଇଁ ଜୋର୍ କମ୍ପିବାରେ ଲାଗିଲା , ବୁଢ଼ୀ ସାହସ ଠୁଳ କରି ରାତି ଅଧରେ ପୁଅ ଡାକିଲା , ତା ଜରାଜୀର୍ଣ୍ଣ ଶରୀର କୁ ପୁଅ ବୋହୂ ଦୁଇଟା ଆଉଁସି ଦେଇ ଯନ୍ତ୍ରଣା କୁ ଟିକେ ଚୁପ୍ କରିବା ପାଇଁ। ହେଲେ କଣ ଆଖି ମଳ ମଳ କରି ପୁଅ କହିଲା – ବୋଉ ତୁ ଟିକେ ଯାଇ ଶୋ ଆଉ ଆମକୁ ବି ଶାନ୍ତିରେ ଶୋଇବାକୁ ଦେ । ବୁଢ଼ୀର ଆଖି ଦୁଇଟା ସମ୍ପୂର୍ଣ ଓଦା ହେଇ ସାରିଥିଲା ,ସେ ପୁଅ ଘରୁ ବାହାରି ଆସିବାକୁ ତରବର ହେଲା ବେଳେ ଘରେ ଥୁଆ ହୋଇଥିବା ଟେବୁଲ୍ ରେ ତାର ସେ ଗୋଟେ ସାହାରା ବାଙ୍କୁଲି ବାଡ଼ିଟା ବାସନ୍ତୀ କୁ ଧୋକା ଦେଇ ଏତେ ଜୋର୍ ରେ ଟାଣି ହୋଇ ଗଲା ଯେ ଟେବୁଲ୍ ଉପରେ ଥିବା ଦାମୀ ଫୋନ୍ ଟା ପଡ଼ି ଭାଙ୍ଗିଗଲା। ସ୍ୱେତା ଖୁବ୍ ଜୋର୍ ଚିତ୍କାର କରି ଉଠିଲା । ବୁଢ଼ୀ ଏତେ ଜୋର୍ ଭୟଭୀତ ଦେଖିଲେ ଲାଗିବ ଏକ ହତ୍ୟା କାରୀ ଛିଡ଼ା ହୋଇଛି ନାୟାଳୟରେ । ସ୍ୱେତା ସ୍ୱୋର ମିଳାଇ ଅନେକ କିଛି ମୋହନ କହୁଥାଏ ବୁଢ଼ୀକି । ଏଇ ରାତି ଠାରୁ ବୋହୂ ର ସେ ସ୍ମିତ ହାସ୍ୟ ବି ବନ୍ଦ ବୁଢ଼ୀ ବାସନ୍ତୀ ପାଇଁ ।
ଧୀରେ ଧୀରେ ବୁଢ଼ୀ ର ବସିବା ଉଠିବା ଶ୍ଵେତା ର ପସନ୍ଦ ହେଲାନି, ସବୁ କଥାରେ ବୁଢୀକୁ ସେ ତାଗିଦ କରିବା ଆରମ୍ଭ କଲା, ଘର ଭିତରେ ସବୁଦିନ କିଛି ନା କିଛି କଥାକୁ ନେଇ କଥା କଟାକଟି ହେବା ସ୍ଵାଭାବିକ ହେଲା । ପ୍ରଥମେ ପ୍ରଥମେ ମୋହନ ବୁଝାଉଥିଲା ତା ପରେ ବି ବୁଝେଇଲା ହେଲେ ସବୁ ଚଢା ଗଳାରେ ସେ ପୁଣି କେବଳ ବୁଢୀକୁ | ଧୀରେ ଧୀରେ ତିକ୍ତତା ବଢିଲା ଅନେକ ଥର ବୁଢୀକୁ ଘର ବାହାରେ ଶୋଇ ଖେଂଖେଁ ହେବାକୁ ପଡିଲା | ଶେଷରେ ପୁଅ ସହର ରେ ଯାଇ ରହିବାକୁ ନିଷ୍ପତି ନେଲା ଆଉ ଗଲାବି ଏଥର କିନ୍ତୁ ଆଉ ବୁଢୀକୁ କୌଣସି ପ୍ରକାର ଅଶ୍ୱସନା ନାହିଁ | କେବଳ ରାଗ ତମ ତମ ହେଇ କହିଲା ମୁଁ ଯାଉଛି ତୁ ଏବେ ଖୁସିରେ ରହ….
ପ୍ରାୟ ଛ ମାସ ପରେ ବୁଢୀକୁ ଏକ ଚିଠି ଆସିଲା, ପୁଅ ପାଖରୁ, ବୁଢ଼ୀ ଗାଁ ର ଗୋଟେ ଝିଅ କୁ ପଢିବା ପାଇଁ କହି ଜାଣିଲା ତାର ଗୋଟେ ନାତୁଣୀ ହେଇଛି |
ପୁଣି ସେଦିନ ସେ ଆକାଶ କୁ ଚାହିଁ ତା ସ୍ୱାମୀ କୁ କହିଲା ହେଇଟି ଶୁଣୁଛ ମୁଁ ନା ଏବେ ତୁମକୁ ଅପେକ୍ଷା କରିଛି ତୁମେ ତ ଫେରିବନି, ମୁଁ ଯିବି ଆଉ..


ଆଉ ଆଜି ଯୋଉ ମୋହନ ଫେରିଛି ସେ ପୁଅ କୁ ଅପେକ୍ଷା କରିଛି ବୁଢ଼ୀ ବାସନ୍ତୀ ର ଶବ | ଶବ ପାଲଟିବା ପୂର୍ବରୁ ବୁଢ଼ୀ ଗୋଟେ ଚିଠି ଦେଇ ଡକେଇଥିଲା ପୁଅ କୁ ଟିକେ ନାତୁଣୀ କୁ ଦେଖିବ ବୋଲି ଆଉ କହିଥିଲା ବି ଯଦି ମୋହନ ଡେରି କରୁ ତେବେ ଟିକେ ମୁଖାଗ୍ନି ଦେବାର ସୁଯୋଗ ବି ହରେଇ ପାରୁ, ତଥାପି ମୋହନ ଫେରିବାକୁ ଦଶ ଦିନ ଡେରି କଲା…
ଏବେ ଯୋଉ ବୁଢ଼ୀ ବାସନ୍ତୀ ଅପେକ୍ଷାରତ ସେ ନିଜ ଇଚ୍ଛାରେ ନୁହଁ । ଗାଁ ର କିଛି ଭଦ୍ର ବ୍ୟକ୍ତି ଙ୍କ କଥାରେ , ଏମାନଙ୍କ ମତରେ ବୁଢ଼ୀ ତାର ମୋହନ କୁ ଭାରି ଭଲ ପାଏ , ଯଦି ମୋହନ ପହଞ୍ଚିବା ପୂର୍ବରୁ ବାସନ୍ତୀ ର ଶବ ସତ୍କାର କରାଯାଏ ତେବେ କୁଆଡେ ତାର ଆତ୍ମା ଝୁରିବ ଏଇ ମୋହନ କୁ ….
ଏବେ ସାଇନି କହୁଛି ମୋହନ କୁ ପାପା ଏ ବୁଢ଼ୀ ଆଇ କଣ ଆଉ ଫେରିବେନି, ମୋହନ ଝିଅକୁ କୋଳେଇ ନେଇ କହିଛି ନା | ପୁଣି ସାଇନି ପଚାରିଛି ପାପା ମୁଁ ବି କଣ ତୁମଠୁ ଏମିତି ଦୁରେଇ ରହିବି ଆଉ ଯେବେ ମୁଁ ଫେରିବି ତୁମେ ଆଉ ଫେରିବନି ? ମୋହନ ହତବାକ ହେଇ ଚାହିଁଛି ସାଇନି ର ମୁହଁ କୁ ଆଉ ଶ୍ଵେତା ସାଇନି କୁ ତୋରା କାଢି ଘର ଭିତରକୁ ଟାଣି ନେଇଛି…..

✍️ ଲକ୍ଷ୍ମୀପ୍ରିୟା ମହାନ୍ତି
ତିର୍ତ୍ତୋଲ ,ଜଗତସିଂହପୁର

Loading

2 thoughts on “*ବୁଢ଼ୀ ଆଉ ଫେରିବନି– ଲକ୍ଷ୍ମୀପ୍ରିୟା ମହାନ୍ତି*

  1. An excellent share! I’ve just forwarded this on to an acquaintance who had been conducting a little investigate on this. And he really purchased me breakfast resulting from The truth that I found it for him… lol. So enable me to reword this…. Many thanks for the food!! But yeah, thanks for paying a while to discuss this subject matter right here on your web site.

Leave a Reply

Your email address will not be published. Required fields are marked *