# ଭାବନା ର ଉର୍ଦ୍ଧ୍ବରେ #
ଅନେକ ଥର ଅନେକ କିଛି ସୁଖ ଦୁଃଖ କୁ ମୁଁ ସାମ୍ନା କରିଛି, ଏ ବି କୋଉ ନୁଆ କଥା ଯେ, ମଣିଷ ଜୀବନ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ତ ଲାଖି ରହିବ। ଥରେ ଥରେ ସାମାନ୍ୟ କଥା କୁ ନେଇ କି ବି ଆମ ସମ୍ପର୍କ ରେ ଫାଟ ସୃଷ୍ଟି ହୁଏ, ସେ ଏମିତି ଟିକେ ଟିକେ ରେ ରହିଯାଏନି ସମ୍ପର୍କ କୁ ସମ୍ପୂର୍ଣ ଶେଷ କରେ, ଅନେକ ଭୁଲ ବୁଝାବଣା…
ଓଃ!…
ଏମିତି ଅନେକ କଥା ଭାବି ବାରେ ଲାଗିଛନ୍ତି ଶାନ୍ତି ଦେବୀ। ବୟସ ପାଖାପାଖି ୫୦ ହେବ , ହେଲେ କଣ ଆଧୁନିକ ଯୁଗ ର ମହିଳା ସେ ଆଉ ଶିକ୍ଷିତା ବି ତେଣୁ ଦେଖିଲେ ଲାଗିବ ୩୦ ବର୍ଷ। ୩ ରୁ ୪ ମାସ ହେବ ଗୋଟେ ବୋଲି ପୁଅ ଶ୍ରୀକାନ୍ତ କୁ ବାହା ଦେଇଛନ୍ତି ଆଉ ସିପ୍ରା କୁ ବୋହୂ କରି ଆଣିଛନ୍ତି, ସେ ବି ପୁଣି ପ୍ରେମ ବିବାହ। ଶାଶୁ ସିନା ଶିକ୍ଷିତା ବୋହୂ କିନ୍ତୁ ଉଚ୍ଚଶିକ୍ଷିତା। ବୋହୂ ଟି ପୁରା ଅତ୍ୟାଧୁନିକ ଏବେ ଆପଣ ମାନେ ବୁଝି ପାରୁଥିବେ ଯେ ସିପ୍ରା ରା ଚାଲିଚଳଣି ବେଶପୋଷାକ କିପରି ହେଇଥିବ। ଗୋଟେ ବୋଲି ପୁଅ କୁ ବାହା କରି ଶାନ୍ତି ଦେବୀ ଭାରି ଚିନ୍ତାରେ। ଏଇ ଆଜି ସକାଳେ ଶାନ୍ତି ଦେବୀଙ୍କର ବୋହୂ ସହ ଟିକେ ଯୁକ୍ତିତର୍କ ହେଇଯାଇଛି। ସେ କଥା ବି ଘର ପାଖ ପଡୋଶୀ ଜାଣନ୍ତି, ଘର ପାଖ ସମବୟସ୍କା ମହିଳା ମାନେ ଶାନ୍ତି ଦେବୀ ଙ୍କ ବନ୍ଧୁ, ସୁଖ ଦୁଃଖ ଟିକେ ପଡିଲେ ତାଙ୍କରି ସହ ବଣ୍ଟା ହୁଏ।ବେଳେ ବେଳେ ଏ ହିଁ ମହଙ୍ଗା ପଡ଼ିଯାଏ।ଶାନ୍ତି ଦେବୀ ଏ ଝଗଡା କଥା କୁ ତାଙ୍କ ବନ୍ଧୁ ମାନଙ୍କୁ ବି ଜଣେଇ ଦେଇଛନ୍ତି ,ମନ ଟିକେ ହାଲକା କରିବାକୁ। ସେଉଠୁ ତ ଆରମ୍ଭ ସବୁ । ସେ ଆଜିକାଲି ଅତ୍ୟାଧୁନିକ ଝିଅ , ତୁ କଣ ଆଉ ପୁଅ ସହ ରହିପାରିବୁ, କଥା ଟା କଷ୍ଟ ହେଲେ ହେଲେ ବି ସତ ଏମିତି କେତେ କଣ ସବୁ କହିଲେ ଶାନ୍ତି ଙ୍କ ବନ୍ଧୁ । ଏସବୁ ଶୁଣି ଶାନ୍ତି ଭାଙ୍ଗି ପଡିଲେ ଭାବିଲେ ଯାହା ବି ହେଉ ସେ କିନ୍ତୁ ପୁଅ କୁ ଛାଡି ରହିବେନି। ଆଉ ମନେମନେ ବି ଭାବିଲେ ଆଜି ଘର କୁ ଯାଇ ବୋହୂ କୁ ଆଜିର ଝଗଡା ପାଇଁ ହାତ ଧରି କ୍ଷମା ମାଗିନେବେ। ସମ୍ମାନ ଯାଉ ପଛେ ପୁଅ ସହ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବା ପାଇଁ ସୁଯୋଗ ରହୁ। ଆରେ ସେ ଯଦି ମୋର ଝିଅ ହୋଇଥାନ୍ତା ତେବେ କଣ ମୁଁ ଏମିତି ସମ୍ମାନ କୁ ଧରି ବସିଥାଆନ୍ତି ନା କଣ ।ଏହା ଭାବି ଘର କୁ ଜଲଦି ଯାଇ ପୁଅ ବୋହୂ ଙ୍କ ରୁମ ବାହାରିଲେ, ରୁମ ଭିତରେ ପଶିବା ପୂର୍ବରୁ ଶୁଣିଲେ ସିପ୍ରା ଛୋଟ ପିଲାଙ୍କ ଭଳି କାନ୍ଦୁଚି ଆଉ କହୁଛି ଆଜି ମା ଙ୍କୁ (ମାନେ ଶାନ୍ତି ଦେବୀ ) ଅନେକ କିଛି କହିଛି ମୋତେ ବହୁତ ଖରାପ ଲାଗୁଛି, ମୁଁ ସତ କହୁଛି ମା ଙ୍କୁ ମୋ ନିଜ ମା ପରି ସମ୍ମାନ କରେ ଆଜି ମା ଆସିଲେ ତାଙ୍କୁ ମୁଁ କ୍ଷମା ମାଗିନେବି, କହି ପୁଣି ଜୋରେ କାନ୍ଦିବାକୁ ଲାଗିଲା ସିପ୍ରା , ଶ୍ରୀକାନ୍ତ ର କୋଳ ରେ ମୁଣ୍ଡ ରଖି …
ଅଜାଣତରେ ଶାନ୍ତି ଦେବୀ ବି କେବେ କାନ୍ଦିବା ଆରମ୍ଭ କରିଲେ ,ନଜାଣି ପାରି ଲୁହ ପୋଛୁ ପୋଛୁ ହସିଲେ।
ସେଦିନ ର କଥା ଟା କିନ୍ତୁ ଶାନ୍ତି ଦେବୀ ଆଜିପଯ୍ୟନ୍ତ ଭୁଲି ପାରି ନାହାଁନ୍ତି । ଏବେ ତ ଶ୍ରୀକାନ୍ତ ଠାରୁ ସିପ୍ରା ବେଶୀ ନିଜର ଆଉ ମଧ୍ୟ ଘର ର ଟିକି ଟିକି ଭୂଲ୍ ବୁଝାମଣା କୁ ଏମିତି ଭାବରେ ବାହାରେ ପ୍ରଚାର କରିବା ସେଦିନ ଠୁ ସମ୍ପୂର୍ଣ ବନ୍ଦ ।
ଲକ୍ଷ୍ମୀପ୍ରିୟା ମହାନ୍ତି
ଜଗତସିଂହପୁର, ଓଡ଼ିଶା
Incredible! This blog looks just like my old one! It’s on a entirely
different subject but it has pretty much the same page layout
and design. Great choice of colors!
Hey There. I discovered your weblog utilizing msn. That may be a very well prepared posting. I’ll you should definitely bookmark it and come back to read through extra of your handy information and facts. Thanks for the article. I will certainly return.
I love seeking by an write-up which will make people today Assume. Also, many thanks for allowing me to comment!