–ତୁମ ବିନା–

ତୁମ ବିନା ମୁଁ ଏକ ଅପୂର୍ଣ ଶବ୍ଦ
ତୁମ ରଙ୍ଗରେ ମୁଁ ରଙ୍ଗାୟୀତ
ତୁମ ସ୍ପର୍ଶରେ ବିକଶିତ
ମୋ ଜୀବନ ପାଖୁଡା
ତୁମ ପାଇଁ ରକ୍ତଗୋଲାପରୁ
ଲାବଣ୍ୟ ମାଗିଛି
ଚନ୍ଦ୍ରକାଳିମା କୁ ନୟନେ ନାଇଛି
ପାହାଡ଼ଛାତିରୁ ମେଞ୍ଚାଏ
ନଭଚୁମ୍ବି ମେଘକୁ ସାଉଁଟି ଧରିଛି
ନିଃଶବ୍ଦ ରାତ୍ରିର ଝିଙ୍କାରୀ
ଶବ୍ଦକୁ ବୀଣା ତାନାରେ ଭରିଛି
ମାଦକତାଭରା ଅନ୍ତରଙ୍ଗରୁ
ମୁଠାଏ ଅନ୍ଧାର ମାଗିଛି
କବରୀର କେଶରାସି
ଏଣେ ତେଣେ ମୋ ଶୁଭ୍ର ମୁଖେ
ମୁକୁଳା ପଡିଛି
ତୁମ ପ୍ରତୀକ୍ଷାରେ କାଚକେନ୍ଦୁ
ଜଳ ଭଳି ମୁଂହ ମୋ
ଝଲସି ଉଠୁଛି
ତୁମ ବିନା ମୁଁ ବୋଲି
କିଛି ନାହିଁ
ଘନରାତ୍ରୀର ଗଭୀରତା ଚିରି
ଯେବେ ଅନ୍ତରଙ୍ଗ ଖୋଜେ
ତୁମେ ଆସ ଶ୍ରାବଣର
ଗୀତିଛନ୍ଦେ
ଶ୍ୟାମଳୀି ଶ୍ରାବଣୀ ମୁଁ
ନାଚିଉଠେ ମେଘ
ପ୍ରାଚୁର୍ଯ୍ୟଭରା ମୋହିତ ମୁଦ୍ରାରେ
ତୁମ ବିନା ମୁଁ ସ୍ଥିତିହୀନ
କଳ୍ପନାର ନିରୀମାଖି ଫୁଲଟିଏ।
————
ଶ୍ରୀମତୀ ସୁଜାତା ଷଡଙ୍ଗୀ
ଭଞ୍ଜନଗର
———

 1,149 total views,  1 views today

Leave a Reply

Your email address will not be published. Required fields are marked *