——ପ୍ରେମ—-
ଏକାନ୍ତରେ ହେଉ ଅବା
ଅତି କୋଳାହଳେ
ବ୍ୟସ୍ତ-ବିବ୍ରତାର ଆବିଳତା
ଛାତି ଚିରି ତୁମେ ଧସି ଆସ
ନିରବିତ ହୃଦକକ୍ଷେ
ରାତ୍ରିର ଗଭୀରତା ନେଇ
ପାହାନ୍ତି ସକାଳର
ରୂପେଲି ଆଲୋକ ହୋଇ
ମୋ ଅସୁମାରୀ ସ୍ୱପ୍ନର
ରଙ୍ଗୀନ ଛବିରେ,
ରହି ଅଛ ତୁମେ କୋଉ କାଳୁ
ମୁଁ ବି ଜାଣି ପାରୁନି
ଯେତେ ଚେଷ୍ଟା କରେ ଭୁଲିବାକୁ
ସ୍ମୃତି-ସ୍ତବକର ପାଚେରୀକୁ
ଡେଇଁ ଆସି ପ୍ରକୃତିସ୍ଥ ହୋଇ
ଜୀଇଁବାକୁ ଏକ ଅଲଗା ଜୀବନ
ପୁଣି ସେଇ ଗଭୀର ସ୍ନେହଁରେ
ତୁମ ମୃଦୁ ହସ ଅମୃତ ସ୍ପର୍ଶରେ
ବାନ୍ଧି ହୋଇଛି ମୁଁ କେଉଁ
ଯୁଗ ଯୁଗାନ୍ତର ଯାଏଁ
ତୁମ କଣ୍ଠ ସ୍ୱର ପ୍ରତିଟି ତନ୍ତୁରେ
ବାର ବାର ତରଙ୍ଗ ଖେଳେ
ଘଣ୍ଟ ସ୍ଵନ ପରି
ମନ ମନ୍ଦିରରେ
ତୁମେ ବଦଳି ଗଲ ସିନା
ମୁଁ ଯେମିତି ସେମିତି
ଯେଉଁଠି ଛାଡି ଯାଇ ଥିଲ
ସେଇ ଦୋଛକିର ନିଶିଥ ପଥେ
ପ୍ରତି କ୍ଷଣେ ମନେ ପଡ ତୁମେ
ଭୁଲିବାକୁ ଚେଷ୍ଟା କରି
ଥକି ପଡି ନାହିଁ
ସମ୍ପର୍କର ଗଭୀରତା
ମାପିବାର ପ୍ରୟାସେ
ମୁଁ ଏକ ପାଗଳୀ ପ୍ରେମିକା
ପ୍ରେମ ମୋର ତୁମ ପାଇଁ
ନିହାତି ନିଜସ୍ୱ
ତାହା କେବେ ବି
ବ୍ୟକ୍ତ କରି ପାରେନା।
———–
ସୁଜାତା ଷଡଙ୍ଗୀ
ଭଞ୍ଜନଗର
ଗଂଜାମ।
Thank you for every one of your efforts on this blog. My mum really loves setting aside time for investigation and it is easy to understand why. Love Doll Blog