March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଦାଦନର ଦୁଃଖ– ଡ଼. ଅଶୋକ କୁମାର ଷଡଙ୍ଗୀ*

#ଦାଦନର ଦୁଃଖ#

ଡ଼. ଅଶୋକ କୁମାର ଷଡଙ୍ଗୀ, ଭଞ୍ଜନଗର

ଫୁଲବାମାରୁ ଫୁଲବାଣୀ
କେରଳରୁ କଣ୍ଟାବାଞ୍ଜି
ଅବା ସୁରଥରୁ ଶେରଗଡ଼
ଅହୋରାତ୍ର ଚାଲୁଥାଏ ସର୍ବସ୍ୱାନ୍ତ ହୋଇ
ନିଜ ଭିଟାମାଟି ପଥେ, ପେଟ ଚାଖଣ୍ଡ ପାଇଁ
ଭୋକ ସହିତ ସାଲିସ୍ କରୁଥାଏ
ଉପାର୍ଜନ-ଅବରୋଧ-ଗଡ଼ରୁ ମୁକ୍ତି ପାଇଁ
ପୁଣି ଫସିଯାଏ ଏକା ଏକା
ଜୀବନ ଯନ୍ତ୍ରଣାର ଯୁଦ୍ଧ କ୍ଷେତ୍ରରେ
ଅଫେରନ୍ତା ଅଭିମନ୍ୟୁ ପରି
ବଞ୍ଚିବାର ନିରବଛିନ୍ନ ସଂଗ୍ରାମରତ ଅଭାବି ମଣିଷ
ସେ ହେଉଛି ଆଜିର ଦାଦନ;
ଯୁଗ ଯନ୍ତ୍ରଣାର ନିଶବ୍ଦ କମ୍ପନ,
ଦୀନତାର ଭଗ୍ନ ମୂର୍ତ୍ତିଟିଏ

ସବୁ ଦୁଃଖକୁ ଗଣ୍ଠିଲିରେ ପୁରେଇ
ବାନ୍ଧିରଖିପIରେ ସିଏ ଭଙ୍ଗା ହୃଦୟରେ
ପେଟପାଟଣା ପାଇଁ ପଡିରହେ
ଚିରକାଳ ଭିନ୍ନ ପୃଥିବୀରେ
ଶୋକ ସନ୍ତପ୍ତI ସ୍ତ୍ରୀ, ରୋଗୀଣା ମାଆ
କୋମାଳମତି ଆପତ୍ୟର ଆଣ୍ଠୁକୁଡ଼ା ସ୍ୱପ୍ନ
ସବୁ ଫିଙ୍ଗିଦିଏ ମୁଠେ ଅନ୍ନ ପାଇଁ
ପରଦେଶରେ ପାଇଟି କରେ ବୋଲି
ସିଏ ପ୍ରବାସୀ; ପତନର ନର୍କ କୁଣ୍ଡଟିଏ!

ପ୍ରବାସୀ ହେଉ କି ଦାଦନ
ଅଦୃଷ୍ଟର ରଜ୍ଜୁରେ ବନ୍ଧା ଅରକ୍ଷିତ ଜୀବନ
ସାରୁପତ୍ରେ ଢଳଢଳ ଜଳ ବିନ୍ଦୁପରି ଅଣାୟତ
ସ୍ୱଚ୍ଛଳତାର ପରସରେ କେବେ ଛଳଛଳ
ପତ୍ରହରିତ ବଗାନ, କେବେ କେବେ
ଅଭାବବୋଧର ପତ୍ରଝଡା ପର୍ଣ୍ଣମୋଚି ବଣ
ଯାହାର ହାଡ଼ରେ ଗଢିଉଠେ ସହସ୍ର ସହର
ଶ୍ରମ ଓ କର୍ମରେ ବହୁଥାଏ ଶ୍ୱେତ ରକ୍ତର ଗଙ୍ଗା
ଇଟାଭାଟିର ଧୁଆଁ କି କାରଖାନାର ବିଷାକ୍ତ ବାଷ୍ପରେ
ବିନାଖାଦ୍ୟ ଓ ବିନାପାରିଶ୍ରମିକରେ
ନିଜ ଜୀବନକୁ ବାଜି ଲଗାଇ
ଖଟୁଥିବା ଦାଦନର ଆଖିରୁ ଝରୁଥାଏ
ଅବିଶ୍ରାନ୍ତ ତତଲା ଅଶ୍ରୁ
ଶ୍ରମ-ଶୋଷଣକାରୀ ମାଲିକର ନାଲି ଆଖି ତଳେ
ସେ ଦାଦନ ହେଉ କି ଶ୍ରମିକ
ଦେଶ ଉନ୍ନତିର କର୍ଣଧାର:
ପ୍ରଗତିର ନିଛଳ ପ୍ରତୀକ,
ଚିର ସହଚର ଆମ ସମାଜର

ବିନା ଖାଦ୍ୟପେୟ ଜୀବନକୁ ବାଜିଲଗାଇ
ଚାଲି ଚାଲି ଆସୁଥିବା ସୁଦୂର ଶ୍ରମିକ
ଯାହାର ମର୍ତ୍ତ୍ୟସ୍ମୃତି ଅଭ୍ୟୁପଗମ ଇତିହାସ ମାତ୍ର
ଡଷ୍ଟବିନରୁ ପଚାସଢା ଖାଦ୍ୟ ଖାଉଥିବା
ଭୋକିଲା ମଣିଷର ଦାରୁଣ ଦୃଶ୍ୟକୁ
ଶୁଖିଲା ରୁଟି ପ୍ୟାକେଟ ହାତରେ ଧରାଇ
ସୋସିଆଲ ମିଡିଆରେ ଆତ୍ମପ୍ରଚାର ପାଇଁ
ସେଲ୍ଫି ନେଉଥିବା ଆମେ ସବୁ ଉଲାଟତIରୁବ୍।

 328 total views,  1 views today

Leave a Reply

Your email address will not be published. Required fields are marked *