February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଝୁଲୁଥିବା ଜହ୍ନ ଓ ଆଖି ବୁଜିଥିବା ମଣିଷ– ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

ଝୁଲୁଥିବା ଜହ୍ନ ଓ ଆଖି ବୁଜିଥିବା ମଣିଷ

ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ

ଅବସର ଗ୍ରହଣ କରିବା ପରେ ରଧାରମଣ ବାବୁ ନିଜପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ନିଜର ବାଟବଣା ପୁଅ ପାଇଁ ସେତିକି ବ୍ୟତିବ୍ୟସ୍ତ। ନିଜର ଅଭାବିତ ଜୀବନ ଭିତରେ ମଧ୍ୟ ଏକମାତ୍ର ପୁଅ ବିପ୍ଳବର ସୁନେଲୀ ଭବିଷ୍ୟତ ଗଢି ତୋଳିବାକୁ ଯତ୍ ପରୋନାସ୍ତି ଚେଷ୍ଟିତ। କେଉଁ ଏକ ଠିକଣା ଜାଗାରେ ବିପ୍ଳବର ଥଇଥାନ ହୋଇଗଲେ ଅବଶିଷ୍ଟ ଜୀବନ ତାଙ୍କର ନିଶ୍ଚିନ୍ତରେ କଟିଯିବ ଏଭଳି ଏକ ଅବ୍ୟକ୍ତ ମୋହ ତାଙ୍କୁ କ୍ରମଶଃ ଆଚ୍ଛନ୍ନ କରୁଛି। ମହାବିଦ୍ୟାଳୟର ଡିଗ୍ରୀଧାରୀ ବିପ୍ଳବ ଏବେବି ତାଙ୍କ ଚକ୍ଷୁରେ ଚପଳମତି ଶିଶୁ। ତେଣୁ ବିପ୍ଳବ ନିଜର ଭବିଷ୍ୟତ ପାଇଁ ଯେତିକି ପରାନ୍ମୂଖ, ରାଧା ରମଣ ତାର ଏକ ଶୃଙ୍ଖଳିତ , ସ୍ୱାଚ୍ଛନ୍ଦ ଭବିଷ୍ୟତ ଗଢି ତୋଳିବା ପାଇଁ ସେତିକି ବ୍ୟଗ୍ର; ବ୍ୟସ୍ତ ବିବ୍ରତ।
ଏମିତି ପ୍ରୌଢ଼ାବସ୍ଥାରେ ମଧ୍ୟ ରାଧାରମଣ ଚୁପ୍ ହୋଇ ବସିଛନ୍ତି କହିଲେ ତାଙ୍କ ପ୍ରତି ଅନ୍ୟାୟ ହେବ।ଏକମାତ୍ର ପୁଅର କର୍ମସଂସ୍ଥାନ ପାଇଁ ଅନେକ ଥର ମନ୍ତ୍ରୀଙ୍କ ଦପ୍ତରକୁ ଦୌଡିବାକୁ ପଡ଼ିଲାଣି ତାଙ୍କୁ।
କେତେବେଳେ ରାଧାରମଣ ମନ୍ତ୍ରୀଙ୍କ ଅଫିସରେ ତ କେତେବେଳେ ମନ୍ତ୍ରୀଙ୍କ ସରକାରୀ କ୍ୱାଟରରେ। କେତେବେଳେ ତାଙ୍କୁ ଦେଖିବାକୁ ମିଳୁଛି ଆସେମ୍ଳିହଲ ସାମନା ରାସ୍ତାରେ ଅଥବା ସେକ୍ରେଟରିଏଟ ଅନୁସନ୍ଧାନ ପ୍ରକୋଷ୍ଠରେ। ପରିଶେଷରେ କଣ ପାଇଛନ୍ତି ରାଧାରମଣ ! କିଛି ଫାଙ୍କା ପ୍ରତିଶ୍ରୁତି ମାତ୍ର। ଆଉ ସେଇ ନିଷ୍ଫଳ ପ୍ରତିଶ୍ରୁତିକୁ ପାଥେୟ କରି ବେଳକୁବେଳ ସେ ବେଶ୍ ଆଶାବାଦୀ ହୋଇ ପଡ଼ୁଛନ୍ତି। ଏକ ଶୁଭ ସକାଳର ସୂର୍ଯ୍ୟ ଉଦୟ ଆଉ ବେଶି ଦୂର ନୁହେଁ ବୋଲି ତାଙ୍କର ଭାବନା। ଦୀର୍ଘ ତିରିଶ ବର୍ଷର ଶିକ୍ଷକତା ଭିତରେ ମାଷ୍ଟ୍ରିଆ ମୁଣ୍ଡଟା କେବଳ ତାଙ୍କର ସ୍କୁଲ୍ ପିଲାଙ୍କୁ ଆ … ଆ …. ହ….. କ୍ଷ…. ଠାରୁ ବର୍ଣ୍ଣମାଳା ଯାଏ ପଢ଼ାଇବା ଭିତରେ ସୀମିତ ଥିଲା ଏଣିକି ସେ ମୁଣ୍ଡରେ ତାଙ୍କୁ ମନ୍ତ୍ରୀଙ୍କ ଠାରୁ ପୁଳାଏ ପୁଳାଏ ରାଜନୀତିଶାସ୍ତ୍ର ପୁରାଇବାକୁ ପଡୁଛି। କେମିତି ନିଜର କାର୍ଯ୍ୟ ହାସଲ କରିବାକୁ ହୁଏ ସେହି କଳାକୁ ଏଯାଏ କରାୟତ କରି ପାରିନଥିଲେ ମଧ୍ୟ ଭଗବାନ ଯେମିତି ଅସମୟରେ ଗଧର ଗୋଡ଼ ଧରିଥିଲେ ସେମିତି ମନ୍ତ୍ରୀଙ୍କ ପାଦତଳେ ଥରେ ଲମ୍ବହୋଇ ପଡିବାରରେ ହିଁ ସଫଳତା ପ୍ରାପ୍ତି ହୋଇ ପାରିବ ବୋଲି ତାଙ୍କର ବିଶ୍ବାସ।
ଏମିତି ଏକ ଅଭାବିତ ସମ୍ଭାବନାରେ ନିମଜ୍ଜିତ ରାଧାରମଣ ଚାଲୁ ଚାଲୁ କେତେବେଳେ ନିଜ ଅଲକ୍ଷ୍ୟରେ ସେଦିନ ପହଁଚିଗଲେ ମନ୍ତ୍ରୀଙ୍କ କ୍ୱାଟର ନିକଟରେ। ମନ୍ତ୍ରୀ ମହୋଦୟ ସେତେବେଳକୁ ଧ୍ୟାନମଗ୍ନ ଋଷିପରି ସୋଫାରେ ଆସୀନ। ଚକ୍ଷୁଯୁଗଳ ତାଙ୍କର ଅର୍ଦ୍ଧ ଉନ୍ମିଳିତ, ଦେଖିବା ଲୋକ ଭାବିବେ ସତେକି ନିଦ୍ରିତ। ସିଏତ ମନ୍ତ୍ରୀ। ଓଡ଼ିଶା ରାଜ୍ୟର ସମାଜ କଲ୍ୟାଣ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ। ରାଧାରମଣ ଟିକିଏ ଶଙ୍କିଗଲେ। ଥକ୍ଳାମାରି ସେମିତି ମନ୍ତ୍ରୀଙ୍କ ନିକଟରେ କିଛି ସମୟ ଚୁପଚାପ୍ ଛିଡ଼ା ହୋଇ ରହିଲେ। ଚାରି ଚଉତାକରା ଖଦଡ଼ ଗାମୁଛାରେ ଝାଳେଇ ଉଠୁଥିବା ନିଜର ମୁହଁଟାକୁ ବାରମ୍ବାର ପୋଛିବାରେ ଲାଗିଲେ।
ରାଧାରମଣ ଚାହିଁଲେ ମନ୍ତ୍ରୀଙ୍କ ମୁହଁକୁ। ମନ୍ତ୍ରୀ ମହୋଦୟଙ୍କ ଚର୍ବିବହୁଳ ବପୁ, କଲା ମୁଗୁନି ପଥର ସଦୃଶ୍ୟ କାନ୍ତି, ପ୍ରୁଥୁଳକାୟ ଉଦର, କଖାରୁ ପରି ଫୁଲିଲା ଫୁଲିଲା ଗାଲ ଆଉ ନାକ ତଳେ ଧାନ କେଣ୍ଡା ଭଳି ବଙ୍କେଇ ଯାଇଥିବା ଦି- ଫାଳିଆ ମୋଟା ନିଶ। ସାକ୍ଷାତ ଯମଦୂତର ଭୟ ପାଇଲେ ରାଧାରମଣ।
ସାର୍ଟ ପ୍ୟାକେଟରେ ବାଁ ହାତଟାକୁ ପୁରାଇ ଥରେ ଦରାଣ୍ଡି ଖୁବ୍ ସନ୍ତର୍ପଣରେ କାଗଜ ନୋଟ ବିଡ଼ାଟାକୁ କାଢି ଟି – ପୟ ଉପରେ ରଖି ମନ୍ତ୍ରୀଙ୍କ ଡ୍ରଇଂ ରୁମରେ ବିଛା ଯାଇଥିବା ଦାମିକା କାର୍ପେଟ ଉପରେ ଗୋଡ଼ ଆଙ୍ଗୁଳିରେ କେତେ କଣ ସମ୍ଭାବନାର ଗାର ସବୁ ଟାଣିବାକୁ ଲାଗିଲେ। ମନ୍ତ୍ରୀ ମହୋଦୟ କଡ ଲେଉଟାଇବା ବେଳକୁ ସୁବିଧା ଦେଖି ଦରୋଟି କଣ୍ଠରେ କହିଲେ – ମୁଁ ଆସିଛି ମନ୍ତ୍ରୀ ମହୋଦୟ, ଯେମିତି ହେଲେ କାମଟା କରାଇ ଦିଅନ୍ତୁ, ଆପଣଙ୍କୁ ନେହୁରା ହେଉଛି।
ମନ୍ତ୍ରୀ ମହାଶୟ ଢ଼ିମା ଢ଼ିମା ଆଖିରେ ରାଧାରମଣଙ୍କୁ କିଛି ସମୟ ଚାହିଁବା ପରେ କହିଲେ – ବୁଝିଲ ରାଧାରମଣ ବାବୁ, ସବୁବେଳେ ତୁମେ ଖାଲି ହାତରେ ମୋ’ ପାଖକୁ ଆସିବାର ମାନେ କିଛି ନାହିଁ। ସାରା ରାଜ୍ୟର କଥା ମୋତେ ବୁଝିବାକୁ ପଡୁଛି ତେଣୁ ଏତେ ବ୍ୟସ୍ତତା ଭିତରେ ତୁମ ଭଳି ଜଣେ ଶୁଖିଲା ଲୋକର କଥାରେ ମୁଣ୍ଡ ଖେଳାଇବାକୁ ମୋର ବେଳ କାହିଁ? ସବୁ ଜାଣି ଶୁଣି ମୋ’ ଭଳି ଜଣେ ବ୍ୟସ୍ତବହୁଳ ମଣିଷକୁ ବାରମ୍ବାର ଡିଷ୍ଟର୍ବ କରିବା ମୋଟେ ଉଚିତ ନଥିଲା। ଏଇ ଯୁଗରେ ଚାକିରୀରେ ଜଣଙ୍କୁ ରାଖାଇଦେବାଟା କ’ଣ ପିଲା ଖେଳ ବୋଲି ଭାବୁଛ?? ଏବେ ଆଉ ସେ ଗାନ୍ଧୀ, ନେହୂର ଯୁଗ ହୋଇ ରହିନାହିଁ। ପ୍ରଜାତନ୍ତ୍ରର ମୂଲ୍ୟବୋଧ ବୁଝିବାକୁ କେହି ଏଠି ପ୍ରସ୍ତୁତ ନୁହଁନ୍ତି। ଏବେ ଜୀବନ ଏଠି ରସଶୂନ୍ୟ। ବ୍ୟକ୍ତି କିମ୍ବା ବ୍ୟକ୍ତିତ୍ୱର ମୂଲ୍ୟବୋଧ କିଛି ନାହିଁ। ସମସ୍ତେ ଏଠି ସ୍ୱାର୍ଥର ଆବିର ମଖା ନକଲି ମଣିଷ। ବିନା ଉତ୍କୋଚରେ ଭୋଟ ଖଣ୍ଡେ ଦେବାକୁ ଭଟର ପ୍ରସ୍ତୁତ ନୁହଁନ୍ତି। ବୁଝିଲ ରାଧାରମଣ ଲକ୍ଷ ଲକ୍ଷ ଟଙ୍କା ଦେଇ ତୁମ ଠାରୁ ମୁଁ ଭୋଟ କିଣିଛି। ପାଞ୍ଚ ବର୍ଷର ଶାସନ କାଳରେ ମୁଁ ଯଦି ଜଣେ ନିର୍ମାୟା ପୁରୁଷ, ନିର୍ଲୋଭ ମଣିଷ ପାଲଟିଯାଇ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରିବି ପାଞ୍ଚବର୍ଷ ପରେ ମୋତେ ଭିକମାଗିଲେ ମଧ୍ୟ ମିଳିବ ନାହିଁ। ମୋର ମଧ୍ୟ ସଂସାର ଅଛି। ତୁମ ପୁଅ ଭଳି ମୋ’ ପୁଅର ମଧ୍ୟ ଭବିଷ୍ୟତ ଅଛି। ଏବେ କେବଳ ଗାନ୍ଧୀ, ଗୋପବନ୍ଧୁଙ୍କ ଫ୍ରେମିଙ୍ଗକରା ଫଟୋ ତଳେ ଘିଅ ଦୀପଟିଏ ଜାଳିବାକୁ ବାଧ୍ୟ ହେଉଛୁ କିନ୍ତୁ ସେଇ ଦୀପତଳ ଅନ୍ଧାର ଭିତରେ ତୁମ ପାରି ବଦାନ୍ୟ ବ୍ୟକ୍ତିଙ୍କ ଠାରେ ହାତ ପାତିବାକୁ ବାଧ୍ୟ ହେଉଛୁ। ସାରା ରାଜ୍ୟର କଥା ବୁଝି ପାରିଲେ ହୁଏତ ଆଗାମି ନିର୍ବାଚନରେ ବିଜୟ ଲାଭ କରିପାରେ କିନ୍ତୁ ତୁମ ଭଳି ଜଣେ ଅନାମଧ୍ୟେୟ ସୁବିଧାବାଦୀ ଲୋକର କାମଟା କରାଇଦେଲେ ଏ ରାଜଗାଦି ପୁନଶ୍ଚ ଫେରି ପାଇବିତ!! ତୃଷାର୍ତ୍ତ ପଥିକକୁ ମାଗଣାରେ ପାଣିଟୋପାଏ ଦେବାକୁ ଚା’ ବିକାଳୀ ଅମଙ୍ଗ ହେଉଛି, ଏମିତି ଯୁଗରେ ବିନା ପାରିଶ୍ରମିକରେ କେମିତି କାମଟାକୁ ହାତେଇ ନେବାକୁ ବସିଛ ତୁମେ!!!
ମନ୍ତ୍ରୀ ନିର୍ଲଜ ଭାବରେ ସବୁ କିଛି କହିଗଲେ। ରାଧାରମଣ କିନ୍ତୁ ଚୁପ୍। ପଦୁଟିଏ କଥା ତାଙ୍କ ତୁଣ୍ଡରୁ ଆଉ ବାହାରିଲା ନାହିଁ। ଅନ୍ୟ କେଉଁଠି ହୋଇ ଥିଲେ ହୁଏତ ସେ ଭେଁ ଭେଁ କରି କାନ୍ଦି ପକାଇଥାନ୍ତେ। ପୁଅର ସୁନେଲୀ ଭବିଷ୍ୟତ ପାଇଁ ଆଜି ତାଙ୍କୁ ନିଜର ଇଜ୍ଜତକୁ ଭୁଲୁଣ୍ଠିତ କରିବାକୁ ପଡ଼ୁଛି। ଏ ଦେଶ ବୁଦ୍ଧ, ଗାନ୍ଧୀର ଦେଶ। ଯେଉଁ ଦେଶରେ ଦିନେ ସେମାନେ ରାମ ରାଜ୍ୟର କଳ୍ପନା କରୁଥିଲେ ସ୍ଵାଧୀନତା ପ୍ରାପ୍ତିର ସତୁରୀ ବର୍ଷ ପରେ ପୁଣି ସେ ଦେଶ ରାବଣମାନଙ୍କ ଦ୍ଵାରା ଶାସିତ ହେଉଛି ଏ କଥା ତାଙ୍କର କଳ୍ପନାର ବାହାରେ ଥିଲା। ସ୍ୱାଧୀନତା ଅବ୍ୟବହିତ ପୂର୍ବରୁ ରାଧାରମଣଙ୍କ ଜନ୍ମ ତେଣୁ ସିଧାସଳଖ ଉତ୍କୋଚ ଦେବାଟାକୁ କାହିଁକି କେଜାଣି ସେ ପସନ୍ଦ କରି ପାରିଲେ ନାହିଁ। ସବୁ ଶୁଣିବା ପରେ ସେ ନମ୍ର ଗଳାରେ କହିଲେ – ମନ୍ତ୍ରୀ ମହୋଦୟ, ମୋ’ କଥାକୁ ଟିକିଏ ତଳେଇ ଦେଖନ୍ତୁ। ଦେଶର ମଙ୍ଗଳ ପାଇଁ ଆମେ ଆପଣଙ୍କୁ ଲୋକ ପ୍ରତିନିଧି କରାଇଛୁ। ଏକ ଧ୍ୱାଂସାଭିମୁଖୀ ପରିବାରର ପୁନରୁଦ୍ଧାର କଲେ ଆପଣ କଣ ସୁକୃତ ଲାଭ କରିବେନି!
ରାଧାରମଣଙ୍କ ତଳେଇ ଦେଖିବା କଥା ପଦକ ମନ୍ତ୍ରୀଙ୍କ ମନକୁ ବେଶ୍ ପସନ୍ଦ ହେଲା ସେ କଥା ଭାବି ଭାବି କିଛି ସମୟ ଭାବନାରେ ମଜ୍ଜିଗଲେ ସେ। କୁସନ ଉପରୁ ବେକଟାକୁ ଆସ୍ତେ ବଙ୍କେଇ ଆଉ ଟିକିଏ ତଳକୁ ଚାହିଁଲେ। ଟି- ପୟ ଉପରେ ବିଡ଼ାଏ କାଗଜ ନୋଟ ପାଟି ନେଫେଡି ହସୁଛି। ମନେ ମନେ ଅଙ୍କ କଷି ପକାଇଲେ ସେ। ଦୁଇ ଶହ ଟଙ୍କାର ଗୁଣୋତ୍ତର ପ୍ରଗତି ମାନେ କୋଡ଼ିଏ ହଜାର ଟଙ୍କା। ଆଃ …ଗୋଟିଏ ଦିନରେ ଯଦି ଏ ଭଳି ଟଙ୍କା ଅମଳ ହୁଏ ତା’ ହେଲେ ଆଗାମୀ ଇଲେକ୍ସନର ଅର୍ଥାଭାବକୁ ଅନାୟାସରେ ଦୂରେଇ ଦିଆଯାଇ ପାରିବ। ସେତେ ବେଳକୁ ଭାଲୁ ମନ୍ତ୍ରୀର କଥାଟା ମନେ ପଡ଼ିଗଲା ତାଙ୍କର। ପଛକୁ ଚାହିଁ ବିଚାର କରିବାର ଅଭ୍ୟାସଟା ତ ତାଙ୍କର ବହୁତ ଆଗରୁ ଅଛି ତଥାପି ଯୁଗ ଯେତେବେଳେ ବଦଳିଲାଣି ଏଣିକି ତଳକୁ ଚାହିଁ ବିଚାର କରିବାକୁ ପଡ଼ିବ। କୁନି ଛୁଆ କୁତୁ କୁତୁ ହୋଇ ହସି ଉଠିବା ଭଳି ମନ୍ତ୍ରୀ ମହାଶୟ ତାଙ୍କର ପୁରିଲା ପୁରିଲା ଗାଲ ଦୁଇଟାକୁ ଚହଲାଇ, ଓଠକୁ ଲହରାଇ ଗଦଗଦ ହୋଇ ହସିବାର ଲାଗିଲେ। ତାଙ୍କ ପାଟିରୁ ବୋହି ଆସୁଥିବା ପାନଛେପ ସବୁ ଥପ ଥପ ହୋଇ ପଡ଼ିଲା ରାଧାରମଣଙ୍କ ହାଡୁଆ ଗାଲରେ। ତଥାପି ଅମୃତ ଭାବି ପରମ ତୃପ୍ତିରେ ତାକୁ ପୋଛିବାରେ ଲାଗିଲେ ରାଧାରମଣ। କିଛି ସମୟର ନିରବତା ପରେ କୃତିମ ଅଭିମାନ କରି ମନ୍ତ୍ରୀ କହିଲେ – ବୁଝିଲ ରାଧାରମଣ ବାବୁ, ଏମିତି ତଳେଇ ଦେଖିବାର ଅଭ୍ୟାସ ମୋର ଜମା ନଥିଲା। କେବେ କେମିତି ବନ୍ୟାବାତ୍ୟା ଭଳି ଦୈବୀ ଦୁର୍ବିପାକ ସମୟରେ ହେଲି କ୍ୟାପ୍ଟରରୁ ବେଳେ ବେଳେ ତଳକୁ ଦେଖିବାକୁ ପଡ଼ିଥାଏ କିନ୍ତୁ ସେଭଳି ତଳେଇ ଦେଖିବାରେ କିଛି ଆନ୍ତରିକତା ନଥାଏ। ଆଜି ତୁମେ ଯେଉଁ ଭିନ୍ନ ପ୍ରକାରର ତଳେଇ ଦେଖିବାର ପ୍ରୋତ୍ସାହନ ଦେଲ ସେଥିରେ ମୁଁ ଅତ୍ୟନ୍ତ ଖୁସୀ। ଏଣିକି ତୁମ କାମଟା ହୋଇଗଲା ବୋଲି ଭାବି ନିଅ। ମୁଁ ଆଜି ଚିଫ୍ ସେକ୍ରେଟାରୀଙ୍କୁ ଫାଇଲ୍ ପୁଟ – ଅପ୍ କରିବା ପାଇଁ ନିର୍ଦ୍ଦେଶ ଦେବି। ସମାଜ ମଙ୍ଗଳ ବିଭାଗରେ ଅଫିସର ପୋଷ୍ଟ ଖାଲି ଅଛି। ତୁମେ ଏଣିକି ଚିଫ ସେକ୍ରେଟାରୀଙ୍କୁ ସାକ୍ଷାତ କରିପାର। ତୁମ କାମ ନିଶ୍ଚୟ ହୋଇଯିବ। ମନ୍ତ୍ରୀ ମହାଶୟ କ୍ରେଡାଲ ଉପରୁ ରିସିଭରଟାକୁ ଉଠାଇବା ବେଳେ ସାଷ୍ଟାଂଗ ପ୍ରଣିପାତ କରି ରାଧାରମଣ ଫେରି ଆସିଲେ ରାଜ ରାସ୍ତାକୁ।
ଚିଫ ସେକ୍ରେଟାରୀଙ୍କ ଦପ୍ତରକୁ ପଶିବା ବେଳକୁ କାନ୍ଥ ଘଣ୍ଟାରେ ପାଞ୍ଚଟା ବାଜିଲାଣି। ସେକ୍ରେଟାରୀଙ୍କୁ ନମସ୍କାର କରି ନିଜର ପରିଚୟ ଦେଲେ ରାଧାରମଣ। ସେକ୍ରେଟାରୀ ମହାଶୟ ଫାଇଲ୍ ଉପରୁ ମୁଣ୍ଡ ଟେକି ସଳଖ ହୋଇ ବସିଲେ। କିଛି ସମୟ ପରେ କହିଲେ – ମନ୍ତ୍ରୀ ମାହୋଦୟଙ୍କ ଠାରୁ ଫୋନରେ ସବୁ ଖବର ପାଇଛି ରାଧାରମଣ ବାବୁ। ତଥାପି ଆଜିତ ସମୟ ହେଲାଣି। ଆପଣ ଅଯଥା ମୋ’ ଅଫିସକୁ ନଆସି କାଲି ସକାଳେ ମୋ’ ସରକାରୀ କ୍ଵାଟରକୁ ଆସନ୍ତୁ। ଫାଇଲଟା ମୁଭ୍ କରାଇବାକୁ ନିଶ୍ଚୟ ଚେଷ୍ଟା କରିବି।
ରାଧା ରମଣ ବଲବଲ କରି ଘଡ଼ିଏ ଚାହିଁଲେ ସେକ୍ରେଟାରୀଙ୍କ ମୁହଁକୁ। ବୁଝିବାରେ ତାଙ୍କୁ ଆଉ କିଛି ବାକି ରହିଲା ନାହିଁ। ଯେଉଁ କାମଟା ସେକ୍ରେଟାରୀ ଅଫିସରେ କରି ପାରୁନାହାଁନ୍ତି ତାହାକୁ ଘରେ ସହଜରେ କରାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ରାଧାରମଣ ମୁହୂର୍ତ୍ତକ ପାଇଁ ଦୁଃଖରେ ଭାଙ୍ଗିପଡ଼ିଲେ। କୁମ୍ଭୀର ସହ ବନ୍ଧୁତାକରି ଯେତେବେଳେ ମଝିନଈକୁ ଚାଲି ଗଲେଣି ସେଇଠି ଆଉ ଅନୁଶୋଚନା କରି କିଛି ଲାଭନାହିଁ ବରଂ ବିପଦ ସମୟରେ ଅଧୈର୍ଯ୍ୟ ହେବା ଅନୁଚିତ। ଶେଷରେ ରାଧାରମଣ ସେକ୍ରେଟାରୀଙ୍କୁ ନମସ୍କାର କରି ଘରକୁ ଫେରିବାକୁ ବାଧ୍ୟ ହେଲେ।
ରାଧା ରମଣ ଘରକୁ ଫେରିବା ବେଳକୁ ସଂଜ ରତରତ। ସ୍ତ୍ରୀ ସୁମତୀ ଚଉରା ମୂଳେ ସଂଜବତୀ ଜାଳି ପ୍ରଣତି ଜଣାଉଛନ୍ତି କେଉଁ ଅଦୃଶ୍ୟ ଈଶ୍ୱରଙ୍କୁ। ଝିଅ ଆରତୀ ଗୁଣୁ ଗୁ ଣୁ ହୋଇ ଭଜନ ଗାଉଛି ଚଉରାମୂଳେ। ରାଧାରମଣ ଥକ୍କା ମାରି ଘଡ଼ିଏ ବସିଲେଅଝି ଅଗଣାରେ। ଏକ ଲୟରେ ଚାହିଁ ରହିଲେ ଅସୀମ ଆକାଶକୁ। ଦୁଃଖ ଓ ଅସହାୟତାର ଦୁଇଧାର ଲୁହ ଝରିଗଲା ଦୁଇ ଆଖିରୁ। ସୁମତୀ ଦେବୀ ଚାହିଁଲେ ରାଧାରମଣଙ୍କ କରୁଣ ମୁହଁକୁ। ନରମ ଗଳାରେ ପଚାରିଲେ – କଣ ହୋଇଛି ତମର, ଏମିତି ଦୁଃଖରେ ଭାଙ୍ଗିପଡୁଛ କାହିଁକି? ରାଧାରମଣ ସୁମତୀ ଦେବୀଙ୍କ ହାତ ଦୁଇଟାକୁ ଜାବୁଡି ଧରି କହିଲେ – ବୁଝିଲ ସୁମୀ , ଗୋଟିଏ ଝିଅର ବାହାଘର ଠିକ କରିବା ଯେତିକି କଷ୍ଟ ନୁହେଁ, ପୁଅ ପାଇଁ ଚାକିରୀ ଖଣ୍ଡେ ଯୋଗାଡ଼ କରିବା ତାଠୁ ଶତ ଗୁଣରେ ଅଧିକ କଷ୍ଟ ଆଉ ଯନ୍ତ୍ରଣା ଦାୟକ। ଦେଶରେ ଏବେ ଭ୍ରଷ୍ଟାଚାର ବ୍ୟାପିଗଲାଣି। ମନ୍ତ୍ରୀଙ୍କଠାରୁ ଚପରାଶୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍କୋଚ ପାଇଁ ଲାଳାୟିତ। ବିନା ଲାଞ୍ଚରେ କଥା ହେବାକୁ ବି ସମସ୍ତେ କୁଣ୍ଠିତ। ତଥାପି ପୁଅର ଚାକିରୀ ଖଣ୍ଡିକ ହୋଇଯିବ ବୋଲି ମୋର ବିଶ୍ବାସ। ସେକ୍ରେଟାରୀ ମୋତେ ତାଙ୍କ ଘରେ ସାକ୍ଷାତ କରିବାକୁ କହିଛନ୍ତି। ଏ ସାକ୍ଷାତର ନିଶ୍ଚୟ କିଛି ଦୂରଭିସନ୍ଧି ଅଛି, କିନ୍ତୁ ମୁଁ ଏବେ ସମ୍ପୂର୍ଣ୍ଣ ସ୍ୱମ୍ବଳହୀନ, ନିଃସ୍ୱ ସୁମି। ସବୁ ଶୁଣି ସୁମାତୀ ଦେବୀ କହିଲେ – ଓଃ…. ଏମିତି ଅସମୟରେ ତୁମେ ଭାଙ୍ଗି ପଡିଲେ କେମିତି ହେଵ। ମୋ’ ହାତରେ ଏବେବି ଦୁଇପଟ ସୁନା ଚୁଡ଼ି ଅଛି, ଆମ ବାହାଘରର ଶେଷ ସନ୍ତକ। ତାକୁ ଏବେ ବିକ୍ରୀକରି କାମଟା ପାରେଇ ଦିଅ। ପିଲାଟା ଚାକିରୀ ଖଣ୍ଡିଏ ପାଇଗଲେ ମୋ’ ସୁନା ଚୁଡ଼ିର ଅଭାବ ରହିବ ନାହିଁ।
ରାଧାରମଣଙ୍କ ପିଲାଙ୍କ ଭଳି କାନ୍ଦିବାକୁ ଇଚ୍ଛା ଥିଲେ ମଧ୍ୟ କାନ୍ଦି ପାରିଲେ ନାହିଁ କେବଳ ବିନା ଅଶ୍ରୁରେ ତାଙ୍କ ହୃଦୟ ଭିତରଟା ରହି ରହି ବିଳପି ଉଠୁଥିଲା। ନିଜ ବାହାଘରର ଶେଷ ସନ୍ତକ ସୁନାଚୁଡ଼ିକୁ ତାଙ୍କୁ ଏବେ ବିକ୍ରୀ କରିବାକୁ ପଡ଼ିବ!
ସକାଳୁ ଉଠି ରାଧାରମଣ ସେକ୍ରେଟାରୀଙ୍କ ଘରକୁ ଗଲେ। ଟେବୁଲ ଉପରେ ନୋଟଭର୍ତ୍ତି ଖାମଟିକୁ ରଖି ନିର୍ଜୀବ ଷ୍ଟେଚ୍ୟୁଟିଏ ପରି ଛିଡ଼ାହୋଇ ରହିଲେ। ସେକ୍ରେଟାରୀ ହସିଦେଇ କହିଲେ – ବୁଝିଲ ରାଧାରମଣ ବାବୁ, ଆପଣଙ୍କ ଭଳି ସବୁବେଳେ ଅନେକ ଲୋକ ଏମିତି ମୋ’ ଅଫିସକୁ ଦୌଡ଼ୁଛନ୍ତି।ଉତ୍କୋଚ ଦ୍ବାରା ସବୁ କିଛିଟା ସମାଧାନ ହୋଇ ପାରିବ ନାହିଁ। ସେଥି ପାଇଁ ଶକ୍ତ ବେକିଙ୍ଗ ଥିବା ମଧ୍ୟ ଦରକାର। ଆପଣ କିନ୍ତୁ ଭାଗ୍ୟବାନ। ମନ୍ତ୍ରୀ ମାହୋଦୟଙ୍କ ଶୁଭଦୃଷ୍ଟି ଯେତେବେଳେ ଆପଣଙ୍କ ଉପରେ ପଡ଼ିଛି ମୁଁ କଣ ସେ ଭଗ୍ୟରେଖାକୂ ଆଉ ପରିବର୍ତ୍ତନ କରି ପାରିବି!! ଆପଣ ଯେତେବେଳେ ମୋତେ ଖୁସି କରାଇ ପାରିଛନ୍ତି ଆପଣଙ୍କ ଖୁସି ଦେଖିବାଟା ଆମର ବାକିରହିଲା ମୁଁ ଫାଇଲକୁ ଆଜି ଡେପୁଟି ସେକ୍ରେଟାରୀଙ୍କ ପାଖକୁ ପଠାଇ ଦେଉଛି ତାଙ୍କୁ କାଲି ଟିକିଏ ଦେଖା କରନ୍ତୁ ସବୁ କାମ ସୁରୁଖୁରୁରେ ହୋଇଯିବ।
ରାଧାରମଣ ଚିଫ ସେକ୍ରେଟାରୀଙ୍କ କଥାରେ ବିସ୍ମିତ ହେଲେନି। ଏମିତି ଏକ କିମ୍ଭୂତ କଥା ତାଙ୍କ ଠାରୁ ଆଶା କରୁଥିଲେ। ରାଧାରମଣ ଆଉ ଡେପୁଟି ସେକ୍ରେଟାରୀଙ୍କ ଦପ୍ତରକୁ ଯିବାଟା ଠିକ୍ ମନେ କଲେନି ସିଧା ଯାଇ ପହଞ୍ଚିଗଲେ ତାଙ୍କ କ୍ଵାଟରରେ। ସେକ୍ରେଟାରୀ ସେତେବେଳକୁ ତାଙ୍କ କୁନି ଝିଅ ସାଙ୍ଗରେ ଲନରେ ଖେଳୁଥିଲେ। ରାଧାରମଣଙ୍କୁ ଦେଖି ଚିହ୍ନିଲା ଭଳି କହିଲେ – ଆପଣ ବୋଧହୁଏ ରାଧାରମଣ ବାବୁ। ଚିଫ ସେକ୍ରେଟାରୀ ଆପଣଙ୍କ କଥା କହୁଥିଲେ। ଯାହେଉ ଆପଣ ଅଫିସକୁ ନଯାଇ କ୍ୱାଟରକୁ ସିଧା ଚାଲି ଆସିଛନ୍ତି ସେଥି ପାଇଁ ବିଶେଷ ଖୁସି। ସବୁ କାମ ଅଫିସରେ କରି ହୁଏନି ରାଧାରମଣ ବାବୁ। ତେଣୁ ମୋ’ ଘରେ ଗୋଟାଏ ଗୁପ୍ତ ଅଫିସ ଖୋଲିଛି। ସେ ଅଫିସକୁ ଆପଣଙ୍କ ଭଳି ଖୋଲା ହୃଦୟର ବ୍ୟକ୍ତି ମାନେ କେବଳ ଆସନ୍ତି। ଆଠଟି ସନ୍ତାନର ଜଣକ ମୁଁ। କାଲି ସାନ ଝିଅର ପ୍ରଥମ ଜନ୍ମବାର୍ଷିକୀ ଉତ୍ସବ। ସେମାନଙ୍କ ଭବିଷ୍ୟତ ଆଉ ସୁଖସ୍ଵାଚ୍ଛନ୍ଦ ପାଇଁ ଏଇ ଗୁପ୍ତ ଅଫିସ ଖୋଲିବାକୁ ବାଧ୍ୟ ହେଉଛି।
ରାଧାରମଣ ଚିନ୍ତା କଲେ ପରିବାରକୁ ସୀମିତ ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବା ତଥା ସାରା ଦେଶର ଜନମାନସକୁ ସଚେତନ କରାଉଥିବା ଜନମଙ୍ଗଳ ବିଭାଗର ଏଇ ପଦସ୍ଥ ଅଫିସର ମାନେ ରାତି ସାରା ତାଙ୍କର ସୁନ୍ଦରୀ ସ୍ତ୍ରୀଙ୍କ ଛାତିରୁ ଲୁଗାଟାଣି ଧୃତରାଷ୍ଟ୍ର ପାଲଟି ଯାଉଛନ୍ତି କିପରି! ଏ ଭଳି କଳୁଷ ପୂର୍ଣ୍ଣ ରକ୍ତଶୋଷକ ଅଫିସର ମାନେ ସାରା ରାଜ୍ୟର ପେଟକୁ ଚିରି ଚିରି ଅନ୍ତସାରଶୂନ୍ୟ କରିସାରିଲେଣି ଯେତେବେଳେ, ସେମାନଙ୍କ ଔରସରୁ ସମ୍ଭୂତ ଏ କୌରବ କୂଳ ସାରା ଦେଶକୁ ଦିନେ ନା ଦିନେ ଯୋକ ପରି ରକ୍ତ ଶୂନ୍ୟ କରିଦେବେ ନିଶ୍ଚୟ।
ରାଧାରମଣ ଆଉଥରେ ତାଙ୍କ ସାର୍ଟ ପ୍ୟାକେଟରେ ହାତ ବୁଲାଇନେଲେ। ତାଙ୍କ ପକେଟରେ ଆଉ ଟଙ୍କାଟିଏ ବି ନାହିଁ। କେମିତି ଆଉ ତୃପ୍ତି କରାଇବେ ଏ ଭଳି କ୍ଷୁଧିତ ଶ୍ୱାନକୁ। ହାତର ପଥର ବସା ମୁଦି ଉପରେ ଆଖି ପଡ଼ିଲା ତାଙ୍କର। ବାହା ହେବାର ପ୍ରଥମ ଦିନଠରୁ ବାଁ ହାତର ମଝି ଆଙ୍ଗୁଳିରେ ଶୋଭା ବର୍ଦ୍ଧନ କରିଆସୁଛି ମୁଦିଟି। ପୁଅର ଏକ ନିଶ୍ଚିତ ଭବିଷ୍ୟତ ପାଇଁ ଦୀର୍ଘ ତିରିଶ ବର୍ଷର ସ୍ମୃତି ସନ୍ତକକୁ ହରାଇବାକୁ ପଡ଼ିବ ଆଜି। ମୁଦିଟିକୁ ଆଙ୍ଗୁଳୀରୁ ବାହାରକରି ସେକ୍ରେଟାରୀଙ୍କ ଝିଅ ହାତରେ ଥାପିଦେଲେ ।
ସେକ୍ରେଟାରୀ ଖୁସିରେ କହିଲେ – ଠିକ୍ ଅଛି ରାଧାରମଣ ବାବୁ। ” ଚାକିରୀ ଖାଲି ଅଛି ” ବୋଲି ବିଜ୍ଞାପନଟିଏ ଆଜି ଦେଇ ଦେଉଛି ଖବର କାଗଜରେ। ଦୁଇଦିନ ପରେ ଇଣ୍ଟର୍ଭ୍ୟୁ ହେବ। ଆପଣଙ୍କ ପୁଅ ଯେମିତି ଉପସ୍ଥିତ ରହିବ, ଦୃଷ୍ଟି ଦେବେ। ଆପଣ ବର୍ତ୍ତମାନ ଆସିପାରନ୍ତି।
ଇଣ୍ଟର୍ଭ୍ୟୁ ଦିନ ଯେତିକି ପାଖେଇ ଆସୁଛି ରାଧାରମ ସେତେ ଅଧିକ ଉଦବିଗ୍ନ ହୋଇ ପଡ଼ୁଛନ୍ତି। ବିପ୍ଳବ ଖୁବ ଅବୁଝା ଆଉ ଅମାନିଆ ହୋଇପଡ଼ୁଛି ଦିନକୁ ଦିନ।ତାକୁ ଆଉ ପୋଷା ମନାଇବା ସହଜ କଥା ନୁହେଁ। ବିପ୍ଳବ ତାର ଶେଷ ନିଷ୍ପତ୍ତି ଶୁଣାଇ ଦେଇଛି – ଅନ୍ୟ ପାଖରେ ସେ ନିଜ ମୁଣ୍ଡକୁ ବିକି ପାରିବ ନାହିଁ, ସ୍ଵାଧୀନ ଭାବେ ବଞ୍ଚିବାର ଶିଖିବ। ସେ କହୁଛି – “ବ୍ୟବସାୟ କରିବି ନହେଲେ ସ୍ମଗଲିଂ କରିବି କିନ୍ତୁ ଅଫିସରେ ବସି ଫାଇଲ୍ ଚାଷ କରିପାରିବି ନାହିଁ।“
ରାଧାରମଣ ଜାଣିଥିଲେ ତାଙ୍କ ପୁଅ ଚାଷ କାମ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଚାଷ କରିବାକୁ ଚାହିଁଲେ ବି ନିଜର ବୋଲି ମାଣେ ଜମି ତାଙ୍କର ନାହିଁ। ଅଥଚ ଫାଇଲ୍ ଚାଷ କରିବାକୁ ବିପ୍ଳବ ଯେ ଅମଙ୍ଗ ଏକଥା ତାଙ୍କର ଚିନ୍ତନ ଶକ୍ତିର ବାହାରେ ଥିଲା। ତଥାପି ରାଧାରମଣ ବହୁତ ବୁଝାସୁଝା କରିବା ପରେ ପୁଅକୁ ପୋଷା ମାନାଇ ପାରିଲେ। ଶେଷରେ ବିପ୍ଳବ ଇଂଟର୍ଭ୍ୟୁ ଦେବା ପାଇଁ ରାଜିହେଲା। ସେ ଦିନ ରାତିରେ ରାଧାରମଣ ଶାନ୍ତିରେ ଟିକିଏ ଶୋଇ ପାରିଲେ।
ଇଣ୍ଟର୍ଭ୍ୟୁ ଦେବାପାଇଁ ବିପ୍ଳବ ଠିକ୍ ସମୟରେ ଅଫିସରେ ଆସି ପହଞ୍ଚିଗଲା। ଗୋଟାଏ ଶସ୍ତା ସିଗାରେଟ ଓଠରେ ଧରାଇ ନିଆଁ ଲଗାଇଲା। କେତେ ସମୟ ଯାଏଁ ସିଗାରେଟ ଧୁଆଙ୍କୁ କୁଣ୍ଡଳୀକରି ଛାଡ଼ିଲା ଖୋଲା ଆକାଶକୁ। ଚପରାଶିର ଡାକରେ ତାର ଏକାଗ୍ରତା ଭଙ୍ଗ ହେଲା। ସିଗାରେଟ ଅବଶିଷ୍ଟାଂଶକୁ ବୁଟରେ ଦଳି ଦରଜା ଖୋଲି ପଶିଗଲା ଇଣ୍ଟର୍ଭ୍ୟୁ ପ୍ରକୋଷ୍ଠରେ। ସେଠି ଉପସ୍ଥିତ ଏକ୍ସ ପାର୍ଟ ମାନଙ୍କୁ ଇଂରାଜୀ କାଇଦାରେ କହିଲା ” ଗୁଡ ମର୍ଣିଂ ସାର୍”। ନିଜ ପାଇଁ ଉଦ୍ଦିଷ୍ଟ ଚେୟାରରେ ଧୀରେ ବସିପଡ଼ିଲା। ଗୋଟାଏ ବିରାଟ ଗୋଲ ଟେବୁଲ୍ ଚାରିପଟେ ପାଞ୍ଚ ଜଣ ଏକ୍ସ୍-ପାର୍ଟ୍ ଘେରି ବସିଥିଲେ। ସମସ୍ତେ ଚାହିଁଲେ ତା ଆଡକୁ ତଥାପି ବିପ୍ଳବ ଜମା ବିବ୍ରତ ହେଲାନି।
ପ୍ରଥମେ ସେକ୍ରେଟାରୀ ପ୍ରଶ୍ନ କଲେ – ତୁମ ନାଁ?
– ବିପ୍ଳବ ଚୌଧୁରୀ। ବାପାଙ୍କ ନା’ ରାଧାରମଣ ଚୌଧୁରୀ। ଗ୍ରାମ – କାଳ ଶଣ୍ଢ ପୁର। ଏବେ ଦୁଇ ବର୍ଷ ହେଲା ଭୁବନେଶ୍ଵରରେ ବସା ବାନ୍ଧିଛୁ। ବିନା ପ୍ରୟୋଜନରେ ବିପ୍ଳବ ସବୁ କହିଗଲା।
– ତୁମର ଶିକ୍ଷାଗତ ଯୋଗ୍ୟତା?
– ଏଇ ପୋଷ୍ଟଟାର କ୍ୱାଲିଫିକେଶନ ବି . ଏ। ବହୁ କଷ୍ଟରେ ମୁଁ ସେ ଡିଗ୍ରୀ ହାସଲ କରି ପାରିଛି ସାର୍।
– ତା’ ମାନେ ତୁମ କ୍ୟାରିଅର ସେମିତି କିଛି ମଜବୁତ ନୁହେଁ।
– ଟଙ୍କାର ଓଜନରେ ଯେଉଁଠି ଚାକିରୀକୁ ଓଜନ କରାଯାଉଛି ସେଥି କ୍ୟରିଆରକୁ କାହିଁକି ଅଗ୍ରାଧିକାର ଦେଉଛନ୍ତି ସାର୍? ତା’ ଛଡା ଆଜିକାଲିର କମ୍ପିଟେଟିଭ ଯୁଗରେ କ୍ୟାରିଅରର ମୂଲ୍ୟବୋଧ କିଛି ନାହିଁ। ଯଦି ବ୍ୟାକିଂ ଅଛି ଆଖି ବୁଜି ପରୀକ୍ଷା ଖାତାରେ ଟିକ୍ ମାରି ଆସିଲେ ମଧ୍ୟ ପାସ୍। ନିର୍ଭୀକ ଭାବରେ କହିଲା ବିପ୍ଳବ।
– ତଥାପି ତୁମର ସାର୍ଟିଫିକେଟ ସବୁ ତନଖିବାକୁ ପଡ଼ିବ।
– ସାର୍ଟିଫିକେଟ ଆଉ କାହିଁକି ଦେଖିବେ ସାର୍! ମ୍ୟାଟ୍ରିକ ସାର୍ଟିଫିକେଟରେ ପାଞ୍ଚଟା ଛକି। ବି. ଏ ରେ ଅନର୍ସ କଟିଗଲା। ତଥାପି ପାସ୍ କରିବା ପାଇଁ ତିନି ଥର ବେକ୍ ପେପର ଦେବାକୁ ପଡ଼ିଲା।
– ତୁମର କିଛି ଅନ୍ୟ ଅଭିଜ୍ଞତା ଅଛି ମନେ extra curricular activities if any.
– ଛାତ୍ର ଜୀବନରେ ପ୍ରିନ୍ସିପଳଙ୍କୁ ମୁଥା ମାରି ଥରେ ଜେଲ ଯାଇଥିଲି। ଏଇନେ ସୁନ୍ଦରୀ ଝିଅଙ୍କ ବେଣୀ ଟାଣି କିମ୍ବା ପକେଟମାରୁ କରି ବେଳେବେଳେ ହାଜତରେ ପଶିବାକୁ ଭାରୀ ଇଚ୍ଛା ହେଉଛି।
ଚିଫ ସେକ୍ରେଟାରୀ କ୍ଷୁବ୍ଧ ହେଲେ ବିପ୍ଳବ ଉପରେ। ତଥାପି କିଛି କହି ପାରିଲେ ନାହିଁ ତାକୁ। ମନ୍ତ୍ରୀଙ୍କ କ୍ୟଣ୍ଡିଡେଟମାନେ ଏମିତି ସିଂହ ଶାବକପରି ଉଶୃଙ୍ଖଳ ହୋଇଥାନ୍ତି। ସେଇ ସିଂହ ଶାବକକୁ ଆଉ ପୋଷା ମନାଇବାକୁ ଇଚ୍ଛା ନକରି ଚୁପ୍ ରହିଲେ ସେ। ତାଙ୍କର ମନେ ହେଲା କାଳଶଣ୍ଢପୁରର ଏଇ ଶଣ୍ଢ – ମାର୍କା ପିଲାଟା ଇଣ୍ଟର୍ଭ୍ୟୁ ଦେବାକୁ ଆସିନି ବରଂ ନିଜ ନାମକରଣର ଯଥାର୍ଥତା ପ୍ରତିପ୍ରଦାନ କରିବାକୁ ଆସିଛି।
ଏଥର ଡେପୁଟି ସେକ୍ରେଟାରୀଙ୍କ ପାଳି। ଚନ୍ଦା ମୁଣ୍ଡଟାକୁ ବାଁ ହାତରେ ଆଉଁସି ପ୍ରଶ୍ନ କଲେ ସେ – କେତେଟା ପାହାଚ ଚଢ଼ି ନ ‘ ତାଲାର ଏ ପ୍ରକୋଷ୍ଠରେ ପାଦଦେଇଛ କହି ପାରିବ ୟଙ୍ଗ ମ୍ୟାନ।
ପ୍ରସଙ୍ଗ ବହିର୍ଭୂତ ପ୍ରଶ୍ନ ଶୁଣି ତାର ଆଖି ଡୋଳା ଦୁଇଟାକୁ ବଡ଼କରି ଡେପୁଟିଙ୍କ ଆଡେ ଚାହିଁ ବିପ୍ଳବ କହିଲା – ଏଇଟା ଶ୍ରୀକ୍ଷେତ୍ର ଧାମ ନୁହେଁ ଯେ ପାହାଚ ଗଣି ଗଣି ମୋତେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ପଡ଼ିବ ଅଥବା ନ୍ୟୁୟାର୍କର ନଭଶ୍ଚୁମ୍ବୀ ଅଟ୍ଟାଳିକା ନୁହେଁ ଯେ ପାହାଚ ଗଣିବାରେ ଆନନ୍ଦ ମିଳିବ। ଏଇଟା ଲିଫ୍ଟ ଯୁଗ। ତା’ ଛଡା ଆପଣ ବି ପ୍ରତିଦିନ ପାହାଚ ଚଢ଼ି ଉପରକୁ ଆସୁଛନ୍ତି। ବିପ୍ଳବ କଥା ଶୁଣି ଡେପୁଟିଙ୍କ ମୁହଁଟା ଖଟା ଖାଇଲା ଭଳି ବିକୃତ ଦିଶିଲା। ଅନ୍ୟ ଏକ୍ସପାର୍ଟଙ୍କ ଅସ୍ପଷ୍ଟ ଗୁଞ୍ଜରଣରେ ପ୍ରକୃଷ୍ଟର ନିରବତା କିଛି ସମୟ ପାଇଁ ଵିଦୀର୍ଣ୍ଣ ହୋଇ ଉଠିଲା। ତଥାପି ନିଜକୁ ସଜାଡି ନେଇ ଡେପୁଟି ପୁଣି ଥରେ ପ୍ରଶ୍ନ କଲେ – ସମ୍ପ୍ରତି ଭାରତରେ ଯେଉଁ ହିଂସା, ଦ୍ୱେଷ, ଅରାଜକତା ଦିନକୁ ଦିନ ବ୍ୟାପୁଛି , ଲୋକମାନଙ୍କର ଯେଉଁ ନୈତିକ ଅଧଃପତନ ଘଟୁଛି ସେଥିପାଇଁ ଦାୟୀ କିଏ?
– ହଜାର ହଜାର ନିରୀହ ଜନତାକୁ ଧୋକା ଦେଉଥିବା ଭ୍ରଷ୍ଟାଚାରୀ ମନ୍ତ୍ରୀଗଣ, ଆପଣ ମାନଙ୍କ ଭଳି ଅର୍ଥ – ପିପାସୁ ସରକାରୀ କର୍ମଚାରୀ ଆଉ ମୁନାଫାଖୋର କଳା ବ୍ୟବସାୟୀ ମାନେ। ବିପ୍ଳବର ଉତ୍ତରରେ ସମସ୍ତେ ନିରୁତ୍ତର । ଶେଷରେ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ କହିଲେ – ତୁମେ ବର୍ତ୍ତମାନ ଆସିପାର ବିପ୍ଳବ; ତୁମର ଇଣ୍ଟର୍ଭ୍ୟୁ ଶେଷ ହୋଇଛି।
ବିପ୍ଳବ ଯେମିତି ଅପେକ୍ଷା କରିଥିଲା ଏଇ କଥା ପଦେକୁ। ଚଟାପଟ୍ ଚେୟାର ଛାଡ଼ି ଚାଲି ଆସିଲା ବାହାରକୁ।
ବିପ୍ଳବ ବୀର ଦର୍ପରେ ଫେରିଲା ଘରକୁ। ରାଧାରମଣ ବିପ୍ଳବର ମୁହଁକୁ କିଛି ସମୟ ନିରବରେ ଚାହିଁଲେ କିନ୍ତୁ କିଛି ମଧ୍ୟ ପଚାରିଲେ ନାହିଁ। ପୁଅ ଯେ ଇଣ୍ଟର୍ଭ୍ୟୁ ଦେଇ ଭଲରେ ଘରକୁ ଫେରିଆସିଛି ସେତିକି ଜାଣି ଆଶ୍ୱସ୍ତବୋଧ କଲେ।
ଫଳାଫଳ ଘୋଷଣା ପାଇଁ କିଛି ଦିନ ଅପେକ୍ଷା କଲେ ରାଧାରମଣ ଆଉ ବେଶି ଦିନ ସ୍ଥିର ହୋଇ ବସିରହିବା ଭଳି ପରିସ୍ଥିତିରେ ନଥିଲେ ସେ। ପ୍ରସ୍ତୁତି ପର୍ବ ସରିଛି, ଲାଞ୍ଚ ଦିଆ ସରିଛି ଅଥଚ ପରୀକ୍ଷାଫଳ ପ୍ରକାଶନର ଏମିତି ଅହେତୁକ ବିଳମ୍ବ କାହିଁକି?
ସେଦିନ ଖବର କାଗଜ ଉପରେ ଆଖି ବୁଲାଇ ନେଲା ବେଳେ ସ୍ବପ୍ନ ଦେଖିଲା ବିଳିବିଳେଇ ଉଠିଲେ ସେ। ହେଡ ଲାଇନରେ ଲିଖିତ ମୁଖ୍ୟ ଖବର କେତୋଟି ଧାଡିକୁ ପଢ଼ି ବିଶ୍ୱାସ କରିପାରିଲେନି ନିଜକୁ। ଅସହ୍ୟ ଯନ୍ତ୍ରଣା ତାଙ୍କ ମୁଖମଣ୍ଡଳ ବିକୃତ ହୋଇ ଉଠୁଥଲା। ରାଜ୍ୟର ଭ୍ରଷ୍ଟାଚାର, ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି କେନ୍ଦ୍ର ସରକାର। ସମସ୍ତ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବା ସହ ସି. ବି. ଆଇ ଦ୍ଵାରା ସମସ୍ତ ଘଟଣାର ଅନୁସନ୍ଧାନ ପାଇଁ ଆଦେଶ ଦିଆ ଯାଇଛି।
ରାଧାରମଣ ଅନୁଭବ କଲେ ତାଙ୍କ ପାଦ ତଳେ ଏକ ପ୍ରଚଣ୍ଡ ଭୂସ୍ଖଳନର ଶବ୍ଦ। ପାହାଚ ଉପରୁ ପଡୁ ପଡୁ କାନ୍ଥକୁ ଭରା ଦେଇ ପୁଣି ଥରେ ସଳଖି ଠିଆ ହେଲେ। ଅଧର୍ମର ବିନାଶ ଓ ଧର୍ମର ଜୟ ହୋଇଛି। ସେତେବେଳେ ତାଙ୍କର ମନେ ପଡ଼ିଲା ଯୁଗ ପୁରୁଷ ଶ୍ରୀକୃଷ୍ଣଙ୍କ କଥା – ଧର୍ମ ସଂସ୍ଥା ପାୟମାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ତଥାପି ରାଧାରମଣ ଖୁସି ହୋଇ ପାରିଲେ ନାହିଁ। ତାଙ୍କର ହୃଦବୋଧ ହେଲା ଦୀର୍ଘ ଦିନର ସଞ୍ଚିତ ସେଇ କୋଡ଼ିଏ ହଜାର ଟଙ୍କା, ସୁନା ଚୁଡ଼ି ଆଉ ମୁଦି ହାତଛଡ଼ା ହେବାକୁ ଯାଉଛି ଯେତେବେଳେ ସେତେବେଳେ ପୁଅର ଭବିଷ୍ୟତଟା ତାଙ୍କୁ ଆହୁରି ଏକ ଅନ୍ଧାରୀ ସୁଡ଼ଙ୍ଗ ଭଳି ଭୟଙ୍କର ମନେ ହେଲା।
ରାଧାରମଣ ସିଧା ସାଇକେଲକୁ ଦୌଡାଇଲେ ମନ୍ତ୍ରୀଙ୍କ କ୍ୱାଟର ଆଡ଼କୁ। ସେତେବେଳକୁ ମନ୍ତ୍ରୀଙ୍କ ସରକାରୀ କ୍ୱାଟରରେ ତାଲା ଝୁଲୁଥିଲା। ତଥାପି ରାସ୍ତା ପଚାରି ମନ୍ତ୍ରୀଙ୍କ ବଙ୍ଗଳାରେ ପହଁଚିଗଲେ। ମନ୍ତ୍ରୀ ମହାଶୟ ସେତେବେଳକୁ ବିଚଳିତ ଭାବେ ଲାନରେ ପଦଚାରଣ କରୁଥିଲେ। ରାଧାରମଣଙ୍କୁ ଏମିତି ଏକ ଅଶୁଭ ମୁହୂର୍ତ୍ତରେ ଦେଖି କୁକୁରଙ୍କ ପରି ଭୁଲିବାକୁ ଆରମ୍ଭ କଲେ। ରାଧାରମଣ ମନ୍ତ୍ରୀଙ୍କ ପାଦ ଦୁଇଟାକୁ ଜାବୁଡି ଧରି ବିକଳ ହୋଇ କହିଲି – ମନ୍ତ୍ରୀ ମହୋଦୟ ମୋ’ ପୁଅ ପାଇଁ ଆଉ ଚାକିରୀ ଦରକାର ନାହିଁ। ସବୁଟଙ୍କା ମୋର ଫେରାଇ ଦିଅନ୍ତୁ। ଅକାରଣରେ ମୁଁ ଭିକାରୀ ହୋଇଯିବି ସାର୍।
ମନ୍ତ୍ରୀ ଗର୍ଜନ କରି କହିଲେ – ବୁଝିଲ ରାଧାରମଣ, ରାଜ୍ୟ ଗଲା, ରାଜୁତି ବି ଗଲା। ଲକ୍ଷ ଲକ୍ଷ ଟଙ୍କାର ଖେଳ ଖେଳି ଏବେ ଅବେଳରେ କାଙ୍ଗାଳ ହୋଇଗଲି। ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ। ମୁଁହ ଖୋଲିଲେ ଫାଶୀ କିମ୍ବା ନିର୍ବାସନ। ତୁମ ପୁଅକୁ ଚାକିରୀ ଦେବା ଏବେ ମୋ’ ପକ୍ଷେ ଯେମିତି ଅସମ୍ଭବ ସେମିତି ତୁମ ଟଙ୍କା ଆଉ ଫେରାଇବା ଆଉ ମୋ’ ପକ୍ଷେ ସମ୍ଭବ ନୁହେଁ।
ରାଧାରମଣ କିନ୍ତୁ ନଛୋଡବନ୍ଧା। ଯେମିତି ହେଲେ କୋଡ଼ିଏ ହଜାର ଟଙ୍କା ତାଙ୍କୁ ଫେରାଇ ନେବାକୁ ପଡିବ। ସେ ପୁଣି ମନ୍ତ୍ରୀଙ୍କ ପାଖରେ ଅନୁନୟ ହେଲେ। ମନ୍ତ୍ରୀ ମହାଶୟ ଏଥର ପ୍ରଚଣ୍ଡ କ୍ରୋଧରେ ତାଙ୍କର ବାଳିଆ ନିଶକୁ ଆଉଁସି ଆଉଁସି କହିଲେ – ବୁଝିଲ ରାଧାରମଣ , ଜୀବନ ପ୍ରତି ମମତା ଥିଲେ ଶୀଘ୍ର ଏଠାରୁ ବାହାରି ଯାଅ। ସଂଖି ବିଲେଇ ପରି ମୋ ଘରେ ପଶି ମ୍ୟାଉଁ ମ୍ୟାଉଁ ହେଲେ ପୋଲିସ ସିନା ମୋ’ ଆଦେଶକୁ ଏବେ ଅମାନ୍ୟ କରିପାରେ କିନ୍ତୁ ମୋର ଏଇ ଚିର ଭୃତ୍ୟ କୁକୁର ଦିଟା ପ୍ରତି ମୁହୂର୍ତ୍ତରେ ମୋ’ ଆଦେଶକୁ ଚାହିଁ ବସିଛନ୍ତି।
ଯେତେବେଳେ ମନ୍ତ୍ରୀଙ୍କ ଇଶାରାରେ ପ୍ରବଳ ପରାକ୍ରମୀ କୁକୁର ଦିଟା ପ୍ରାରମ୍ଭିକ ଗର୍ଜନ କରିବାକୁ ଆରମ୍ଭ କଲେ ରାଧାରମଣ ସେତେବେଳେ ନିଜର ପୈତୃକ ପ୍ରାଣଟାକୁ ବଞ୍ଚାଇବା ପାଇଁ ଜୀବନ ବିକଳରେ ରାଜ ରାସ୍ତାରେ ଦୌଡିବାକୁ ଆରମ୍ଭ କଲେ ପାଗଳପରି।

ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ

 584 total views,  2 views today

8 thoughts on “*ଝୁଲୁଥିବା ଜହ୍ନ ଓ ଆଖି ବୁଜିଥିବା ମଣିଷ– ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

  1. Following I originally left a remark I surface to acquire clicked over the -Notify me when new responses are additional- checkbox and Any further whenever a comment is included I obtain 4 email messages Using the exact same comment. Perhaps You will find there’s indicates you can eliminate me from that provider? Numerous thanks!

  2. Greetings! Rapid dilemma that’s solely off matter. Do you know the way to make your website mobile pleasant? My weblog seems Bizarre when searching from my iphone. I’m trying to find a template or plugin that might manage to deal with this problem. If you have any solutions, please share. With many thanks!

  3. An impressive share! I’ve just forwarded this onto a colleague who had been performing somewhat homework on this. And he in fact bought me meal because of The truth that I stumbled on it for him… lol. So allow for me to reword this…. Many thanks with the meal!! But yeah, thanx for expending time for you to take a look at this difficulty right here with your World-wide-web website.

  4. I really like your blog site.. really wonderful colours & concept. Did you develop this website on your own or did you seek the services of someone to make it happen in your case? Plz respond as I’m aiming to design and style my very own blog and would want to know exactly where u acquired this from. thanks a lot

  5. I believe that is among the such a lot significant info for me.

    And i’m glad studying your article. But want to remark on few general issues, The website style is perfect,
    the articles is in reality excellent : D. Excellent task,
    cheers asmr 0mniartist

  6. hello tere and thank you for your information –I have definitelpy picked
    up anything new from rioght here. I did however expertise several technical issues using thiss web site, since I experienced
    to reload the website lots of times previous to I could get it
    to load correctly. I had been wondering iff your web hosting iss OK?
    Not that I am complaining, but sluggis loading instgances times willl often affect your placement in google and could damage your high quality scoe if advertising and marketing with Adwords.

    Well I am adding this RSS to my emawil and could look out
    for a lot more of your respective fascinating content.
    Ensure that yoou update this again very soon.
    web site

Leave a Reply

Your email address will not be published. Required fields are marked *