*କର୍ମଫଳ ନେଇ ଭୋଗକର ମହୀ*
**********************
ସୀମାଞ୍ଚଳ ପଣ୍ଡା
***********
ଏ ସାରା ସଂସାର ଏକ ପରିଵାର
ତୁମେ ପରିଵାର ପତି,
ପରିବାର ପାଇଁ ସକଳ ଯୋଗାଇ
ଦିଅ ପରା ସଦଗତି,
ତୁମେ ଅଗତିର ଗତି,
ସଂସାର ହିତରେ ଗତି ପ୍ରକୃତିରେ
ରହିଛ ମହାଶକତି !
ତୁମେ ଗତି ମୁକ୍ତି ଦେଉଛ ଶକତି
ଚଳିଵାକୁ ଭଵ ଜୀଵ,
ସ୍ଵାଧୀନରେ ଜୀଵ କର୍ମ କରି ଯିଵ
କି ଲାଗି ଭିନ୍ନ ସ୍ୱଭାଵ,
ଭଵେଭୋଗ ଅନୁଭଵ
ଆପଣେ ହେଜିଵ ଆପେକରିଯିଵ
କିମ୍ପା ଵିପରୀତ ଭାଵ?
ପୁଣ୍ୟଵଳେ ନର ସୁନ୍ଦର ସଂସାର
ସୁଖରେ କରିଵ ଭୋଗ,
ପାପରେ ଦୁର୍ଯୋଗ ସର୍ଵଦାଘାଣ୍ଟିଵ
ଆପଣାଦୋଷେ ମରିଵ,
ଆନକୁ ଦୋଷୀ ମଣିଵ,
ନିଜ କର୍ମଫଳ ନିଜେ ହିଁ ଭୋଗିଵ
ଭାଗ୍ୟେ ନିନ୍ଦାକରୁଥିଵ।
ସଵୁଠି ଈଶ୍ୱର ସଦା ତତପର
ସଂସାର ମଙ୍ଗଳ ପାଇଁ,
ହୁଅ ଯେଵେ ଵଣା ମିଳଇଠିକଣା
ଲୋଡ଼ଯେଵେଵିଶ୍ୱସାଇଁ,
ଭାଵରେ ଅଭାଵ ହୋଇ,
କର ନାହିଁ ଗତି ପଡ଼ିବ ବିପତ୍ତି
ଲୋଡ଼ ସେଜଗତ ସାଇଁ।
****************
ସୀମାଞ୍ଚଳ ପଣ୍ଡା
377 total views, 1 views today