:- ମାନବିକତା
ସେନେହ-ଶରଧା-ଆଦର-ସମ୍ମାନ
ସ୍ଵଭାବ ଏ ମାନବର ,
ସୁଖରେ ଦୁଖରେ ସହଭାଗୀ ଯିଏ
ମାନବିକତା ଏ ତାର l(୧)
ଦୀନ-ଦୁଃଖିଙ୍କର ଦୁଃଖ ଚିହ୍ନି ଆମେ
ଦୟା ଭାବ ରଖିଥିବା,
କ୍ଷୁଧାତୂର ଥିଲେ କ୍ଷୁଧାକୁ ଦୂରେଇ
ଯଥାସାଧ୍ୟ କିଛି ଦେବା l(୨)
ମାନବ-ମାନବ ଭ୍ରାତୃତ୍ଵ ଭାବରେ
ଏକତା ବହନ କରି,
ବିଶ୍ଵାସର ଡୋର କେବେ ନ ଫିଟାଇ
ସୁଖେ-ଦୁଖେ ଥିବା ରହି l(୩)
ଆଧୁନିକତାର ଦ୍ଵାହି ଦେଇ ଆମେ
ନର ଗୁଣ ନ ଭୁଲିବା,
ପିଶାଚପ୍ରକୃତି ବିଭତ୍ସରଟନା
ଜୀବନର କାଢି଼ ଦେବା l(୪)
ପର ଝିଅ-ବୋହୂ ସମ୍ମାନ ଜଣାଇ
ନଭୁଲିବା ନୈତିକତା
ଦୁଃଖେ ଶାନ୍ତ୍ଵନା ପ୍ରଦାନ କରିବା
ରଖିବା ମାନବିକତା l(୫)
ପ୍ରିୟଦର୍ଶିନୀ ମିଶ୍ର
ଜୁନାଗଡ଼ (କଳାହାଣ୍ଡି)