ଟିକିଟିକି*
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ଟିକି ପିଲାଟିକୁ ଭଲ ବହି ଦେବା
ପଢିବା ପାଇଁ
ଟିକି ଗଛଟିର ଯତ୍ନ ନେବା ଆମେ
ବଢିବା ପାଇଁ ।
ଟିକି କଥାଟିକୁ କହିବାନି କେହି
ଅଧିକ କରି
ଟିକି ଚଢେଇର ଶୃଙ୍ଖଳା ନ ଭାଙ୍ଗ
ପଞ୍ଜୁରୀ ଭରି।
କୁନି ପିଲାଟିକୁ ଦେବା ନାହିଁ ଗାଳି
ରାଗରେ ଜମା
ଟିକିଏ ଦୋଷରେ କ୍ରୋଧିତ ନହୋଇ
ଦେବାରେ କ୍ଷମା।
ଟିକେ ଖୁସି ପାଇଁ କାହା ମନେ କେବେ
ନ ଦେବା କ୍ଳେଶ
ଭଲଭାବନାରେ ଭ୍ରମ ସଂଶୋଧନ
ଫୁଟାଏ ହସ।
ଟିକି ଚିନ୍ତା ଧାରା ମହାନ ସାଜିବ
ଦୃଷ୍ଟିରେ ପ୍ରେମ
ପ୍ରକୃତ ଜ୍ୟୋତି ସେ ପ୍ରେମ ଅବତାର
ଟିକିଏ ଧ୍ୟାନ।
ରାକମା, ଭାପୁର, ନୟାଗଡ଼
well article