😭ମନେପଡେ ସେଇ ପିଲାଦିନ😭
______________
କେତେ ଭଲ ଥିଲା ପିଲାବେଳ,
ଭାରି ଭଲଲାଗେ ଧୂଳି ଖେଳ।
ସଢେଇରେ ଭାତ,ଡାଲି,ଭଜା,
ଖେଳିବାରେ ଯେଉଁ ମଜା।
ଇଟାରେ ଚୂଲି ତିଆରି,
ରନ୍ଧାହୁଏ କେତେ ତରକାରୀ।
ଖେଳ ଖେଳରେ ଝଗଡା,
ଚାଲୁଥିଲା ସବୁଦିନ ଲଫଡା।
ବାହାର କଳି ଯାଇ ଘରେ,
ଶୁଣିଲେ ବଉ ବହୁତ ମାରେ।
ମାଡ ଖାଇ ଯେବେ କାନ୍ଦେ,
ବଉକୁ ମୋର ଭାରି ବାଧେ।
ରାଗରେ ସିନା ଏତେ ମାରିଛି,
ମନରେ ସ୍ନେହ ଭରି ରଖିଛି।
କେତେ କଥା କହି ବୁଝାଏ,
ମାରିବା ଯାଗାକୁ ଆଉଁଷୁଥାଏ।
କାଲିକୁ ପୁଣି ସେହି କଥା,
ଯେଉଁ କାମ ପାଇଁ ଏତେ କଥା।
ପାଠ ପଢାରେ ମନ ନଥାଏ,
ତଥାପି ବାଧ୍ୟରେ ସ୍କୁଲ୍ ଯାଏ।
ଗୁରୁଜୀ କେତେ ପାଠ ପଢାନ୍ତି,
କହି ନପାରିଲେ ବହୁତ୍ ମାରନ୍ତି।
ଯେନତେନ ସ୍କୁଲ୍ ସରିବାପରେ,
ପୁଣି ବସିଯାଏ ଟିଭି ପାଖରେ।
ତେବେ ହୋଇଯାଏ ସନ୍ଧ୍ୟା,
ପାଠରେ ହୁଅନ୍ତି ବନ୍ଧା।
ଟିଉସନ୍ ସାରି ଫେରିଲେ,
ବସିଯାଏ ଗପ ଶୁଣିବା ଆଶାରେ।
ଜଣା ନଥାଏ ଗପ ଶୁଣୁଶୁଣୁ ଆଖି ଲାଖିଯାଏ,
ଅଧା ରାତି ନଖାଇ ମୁଁ ଶୋଇଯାଏ।
ସକାଳକୁ ହୁଏ ପ୍ରବଳ ଭୋକ,
ସତେକି ଯେମିତି ଚରୁଛନ୍ତି ପୋକ।
କ’ଣ ଦିଟା ଖିଆପିଆ,
ପୁଣି ସେହି ପାଠପଢା।
ସ୍କୁଲ୍, ଟିଉସନ୍ ରେ ସମୟଯାଏ,
ସକାଳ, ସଞ୍ଜ ଯାଇ ରାତି ହୁଏ।
ତା’ଭିତରେବି କେତେ ରାଗରୁଷା,
ଭଲଲାଗେ ପୁଣି ଛୁଆଙ୍କ ଭାଷା।
କେତେ ସାଙ୍ଗସାଥି ହସ ମଜା,
ବଡ ହେଲାପରେ ସବୁ ସଜା।
ହାଏ ଫେରନ୍ତାକି ସେଇ ପିଲାବେଳ,
ପୁଣି ଖେଳନ୍ତି ଧୂଳି ଖେଳ।
ଧୂଳିର ରଙ୍ଗକୁ ମାଖି,
ଭୁଲନ୍ତି ପୁରୁଣା ଦିନ।
*** ସମାପ୍ତ ***
🙏 କଳ୍ପନା ସାହୁ 🙏
There is nothing to say about the high-end atmosphere, the customer service The little prince service is very good
Satisfied with a good quality base shirt
ଅଭୁଲା ସ୍ମୃତିଗୁଡିକୁ ଅତିସୁନ୍ଦର ଉପସ୍ଥାପନ କଲେ ମ୍ୟାମ୍।
Hello, i feel that i noticed you visited my blog thus i
came to return the want?.I am trying to find things to
improve my web site!I guess its ok to use a few of your ideas!!