March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ସ୍ମୃତିଝରା ଜହ୍ନ ରାତି ଓ ଇଛାମତୀ ରାଜକନ୍ୟା — ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

ସ୍ମୃତିଝରା ଜହ୍ନ ରାତି ଓ ଇଛାମତୀ ରାଜକନ୍ୟା

ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ

ଆକାଶରେ ତୋଫା ଜହ୍ନ, ଜ୍ୟୋତ୍ସ୍ନା ଝରା ରାତ୍ରି। ମୋ’ ସ୍ମୃତି – ସାଗରର ଶାନ୍ତ ସଲୀଳ – ମୁକୁରରେ ଆଶାର ହସ ହସ ବିସ୍ମୃତ ଚିତ୍ରପଟ ଆକାଶର ସଫେଦ ମାର୍ବଲ ଜହ୍ନ ଭଳି ଖିଲ୍ ଖିଲ ହସୁଛି। ଅନେକ ଦିନ ପରେ ଆଶା ଚିଠି ଦେଇଛି ମୋତେ, ଆମନ୍ତ୍ରଣ କରିଛି ତା ‘ ଘରକୁ। କେମିତି ଏକ ଅଭିନବ ପୁଲକରେ ସ୍ଵତଃ ଆନ୍ଦୋଳିତ ହୋଇଉଠିଛି ମୋ’ ମନ। ଅତୀତର ସୁରଭିତ ସ୍ମୃତି ପୁଲକିତ ସୁଗନ୍ଧର ଲୋଧ୍ରରେଣୁ ଭଳି ଖେଳି ବୁଲୁଛି ମୋ’ ମାନସପଟ୍ଟରେ।
ଏକଦା ଆଶା ମୋର ପ୍ରେମିକ ଥିଲା।ଏବେ କିନ୍ତୁ ଅନ୍ୟର ବାଗଦତ୍ତା। ତଥାପି ମନ ଭିତରେ ମହଳନ ପଡି ଆସୁଥିବା ଆଶାର ସ୍ମୃତି ପୁଣି ଥରେ ଆଜି ଆହୁରି ସ୍ୱଚ୍ଛ,ନିର୍ମଳ ହୋଇ ଝଲସି ଉଠୁଛି।
ସୁଦୂର ରାଜଧାନୀରେ ସ୍ବାମୀ ବିଧୁବେନ୍ଦ୍ରଙ୍କ ସହ ରହୁଛି ଆଶା।ବିଧୁବେନ୍ଦ୍ର ବାବୁ ରାଜଧାନୀରେ ଗୃହ ଓ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୂପେ ଅବସ୍ଥାପିତ। ଥରେ ତାଙ୍କ ସହ ପରିଚୟ କରାଇ ଦେଇଥିଲା ଆଶା। ସ୍ବାମୀ ତାର ଖୁବ୍ ଭଦ୍ର, ମେଳାପୀ, ଆମୟିକ ଭଦ୍ରବ୍ୟକ୍ତି କଥା କଥାକେ ହସିବା ତାଙ୍କ ବ୍ୟକିତ୍ୱର ଅନ୍ୟ ଏକ ଦିଗନ୍ତ।
ଦୀର୍ଘ ସାତ ବର୍ଷା ତଳର କଥ ଝାପସା ହୋଇଗଲଣି। ତଥାପି ମନରୁ ପୁରାପୁରି ପୋଛି ଦେଇ ପାରିନି। ବିଗତ ସାତ ବର୍ଷରେ ଆଶା ଆମ ଗାଁକୁ ବହୁତ କମ୍ ସମୟ ଆସିଛି। ଥରେ ଦୁଇ ଥର ବାଦ୍ ଦେଲେ ତା ‘ ସହିତ ଆଉ ଜମା ଦେଖା ହୋଇନି କେବେ।
ଆଶା ମ୍ୟାଟ୍ରିକ ପାସ୍ କଲା ପରେ ବାହା ହୋଇ ଚାଲିଗଲା ସୁଜନପୁରରୁ ମୋତେ କେବଳ ସ୍ମୃତିର ଫୁଲତୋଡ଼ା ଟିଏ ଉପହାର ଦେଇ। ତାପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ଚାଲିଗଲି ଶାନ୍ତି ନିକେତନ। ଏ ଭିତରେ ଅନେକ ଦିନ, ମାସ, ବର୍ଷ ବିତି ଯାଇଛି। ଅନେକ ଋତୁର ପରିବର୍ତ୍ତନ ହୋଇଛି। ଆଶା ମୋ’ ପାଖକୁ କେବେ ଚିଠି ଦେଇନି କି ମୁଁ ମଧ୍ୟ ଚିଠି ଲେଖି ତା ‘ ସୁନା ସଂସାରରେ ଅଗ୍ନି ସଂଯୋଗ କରିବାକୁ ଚାହିଁ ନି । ଆଶା ସିନା ମୋ’ ନିଜର ହୋଇ ପାରିଲା ନାହିଁ ତଥାପି ସେ ଯେଉଁଠି ଥିଲେ ମଧ୍ୟ ସର୍ବାନ୍ତଃକରଣେ ଖୁସୀ ରହୁ ଏହା ମୋର ଇଚ୍ଛା।
ଏ ଭିତରେ ଦୀର୍ଘ ସାତ ବର୍ଷ ବିତି ଯାଇଛି। ଶାନ୍ତି ନିକେତନରୁ ମନସ୍ତତ୍ତ୍ୱ ବିଜ୍ଞାନରେ ଡ଼ିଗ୍ରୀ ପାଇ ମୁଁ ଫେରି ଆସିଛି ଶତ କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ଚାକିରୀ ନପାଇ ଏବେ ମୁଁ ବେକାର। ଆଜିକାଲି ତ ସବୁଠି ” ଚାକିରୀ ଖାଲି ନାହିଁ” ର ଫଳକ ଝୁଲୁଛି। ଅନେକ ଇଣ୍ଟରଭ୍ୟୁ ଦେଇ ମଧ୍ୟ କୃତକାର୍ଯ୍ୟ ନହୋଇ ବେକାର ହୋଇ ବୁଲୁଛି।
ଆଶା ଆଜି ଚିଠି ଦେଇଛି ମୋତେ। ତା ‘ ହାତର ଚିତା କୁଟିଲା ପରି ଗୋଲ ଗୋଲ ଅକ୍ଷରରେ କେତୋଟି ପଦ ଲେଖିଛି – ” ଟୁଟୁ ଭାଇ ଥରଟିଏ ମାତ୍ର ମୋ’ ପାଖକୁ ଆସ। ଥରେ ତୁମର ସାନିଧ୍ୟ ପାଇଲେ ମୋ’ ନିଃସଙ୍ଗତାର ପୃଥିବୀ ଏକ ନୂତନ କଳରବରେ ମୁଖରିତ ହୋଇ ଉଠିବ ଚିରକାଳ ପାଇଁ” । ଚିଠିଟା ପଢିଲା ବେଳକୁ ମନଟା କେମିତି ଅଜଣା ଦୁଃଖରେ ଭିଜି ଯାଇଛି। ଆଶା କ’ଣ ତା’ ବୈବାହିକ ଜୀବନରେ ଖୁସୀ ହୋଇ ପାରିନି! ସତେ ଯେମିତି ଏକ ଅଭାବିତ ଦୁଃଖ ଆଶା ମନରେ ସାପପରି ମଳାବାନ୍ଧି ବସିଥିବାର ମୁଁ ଅନୁଭବ କରି ପାରୁଛି।
ତା’ ପର ଦିନ ପାଞ୍ଚ ଛ ଘଣ୍ଟାର ବସ୍ ଯାତ୍ରା ପରେ ଆଶାର ବଙ୍ଗଳାର ଫାଟକ ନିକଟରେ ପହଁଚିଗଲି। ସେତେ ବେଳକୁ ଆଶା ବିଷର୍ଣ୍ଣ ଭାବେ ପର୍ଟିକୋରେ ଯତ୍ନରେ ଉଠିଥିବା ଦାମୀ ବିଦେଶୀ ଘାସର ଲାନ୍ ଉପରେ ପଦଚାଳନା କରୁଛି ନିଃସଙ୍ଗ ଭାବେ। ମୋତେ ଦେଖି ଆଶା ଖୁବ୍ ଖୁସି ହୋଇ ଆଗେଇ ଆସିଲା ଗେଟ୍ ଯାଏ। ତାର ଗୋଲାପ ଫୁଲ ପରି କୋମଳ ହାତରେ ମୋ’ ହାତକୁ ଚାପି ଧରି ଆପଣେଇ ନେବାର ଭଙ୍ଗୀରେ କହିଲା – ତମେ ସତେ ନିଶ୍ଚୟ ଆସିବ ବୋଲି ବିଶ୍ୱାସ ମୋର ଥିଲା ଟୁଟୁ ଭାଇ। ତାର ଚମ୍ପା ଫୁଲ ପରି ତୋଫା ଗୋରା ମୁହଁ ଉପରେ ସମ୍ପୁକରା କକାକୃଷ୍ଣ ଘନ କେଶ ରାଶି ଗୁଡ଼ିକ ମନ୍ଦ ମନ୍ଦ ସାନ୍ଧ୍ୟ ସମୀରଣରେ ଦୋଳି ଖେଳୁଥିଲା। ତା’ ମୁହଁରୁ ଚେନାଏ ହସର ଫୁଲ ଝରି ପଡୁଥିଲା ସାରା ଲନ୍ ଉପରେ। ମୁଁ କେବଳ ବିସ୍ମୟରେ ଚାହିଁରହିଥିଲି ତାର ସଦ୍ୟସ୍ନାତ ସଜଳ, ହସ ହସ ମୁହଁକୁ।
କେଉଁ ଏକ ଅସମାହିତ ତୀବ୍ର ଆକର୍ଷଣ ମୋତେ ବିସ୍ମୃତିର ଅତଳ ଗହ୍ୱର ଭିତରକୁ ଠେଲି ଦେଉଛି। ମୁଁ ପୁଣି ଫେରି ଯାଉଛି ସେଇ ସାତ ବର୍ଷ ତଳର ହଜିଲା ଅତୀତ ଭିତରକୁ। ମନେ ପଡୁଛି ମୋର ସେଇ କୈଶୋରର ଅତିକ୍ରାନ୍ତ ମଧୁର ମୁହୂର୍ତ୍ତ ଗୁଡ଼ିକ। ଏମିତି ଦିନେ ସେ ଆମ ଗାଁ ନଈକୂଳ ଆମ୍ବ୍ର ବିତାନରେ ଝରି ଆସୁଥିବା ଜହ୍ନରାତି ଆଉ ନିରବ ସଂଜରେ ମୋ’ ହାତ ଉପରେ ହାତ ଥାପି କହୁଥିଲା -” ମୋର ହାତକୁ ତୁମେ କଣ ସବୁ ଦିନେ ଧରି ରଖି ପାରିବନି ଟୁଟୁ ଭାଇ ” ।
ମୁଁ ପୁଣି ଅତୀତରୁ ବର୍ତ୍ତମାନକୁ ଫେରି ଆସିଲି। ଆଶା ଘରେ କେହି ନଥିଲେ। ଆଶ ମୋର ହାତ ଧରି ତା’ ଉଦ୍ଧିଷ୍ଟ ଶୟନ କକ୍ଷ ପଲଙ୍କ ଉପରେ ବସାଇଲା। ମୋ’ କାପାଳରେ ଫୁଟି ଉଠୁଥିବା ସ୍ଵେଦ ବିନ୍ଦୁ ଗୁଡ଼ିକୁ ଧୀରେ ଧୀରେ ତା’ ଦାମିକା ପଣତ କାନିରେ ପୋଛିବାକୁ ଲାଗିଲା। ମୁଁ ତା’ ବେଡ୍ ରୁମ୍ ଚାରିପଟେ ଥରେ ଆଖି ବୁଲାଇ ଆଣିଲି। ବହୁ ଦାମିକା ଫର୍ଣିଚର୍ ଆଉ ବିଦେଶୀ ଜିନିଷରେ ବେଶ୍ ସଜାଇଛି କୋଠାରୀକୁ। ପଲଙ୍କର କେଉଁ ନିଭୃତ ବିଛଣାଚାଦର ତଳୁ ରହିରହି ଦାମିକା ପରଫ୍ୟୁମ୍ର ହାଲକା ବାସ୍ନା ମନକୁ ଆମୋଦିତ କାରାଉଛି। ଖୋଲା ଝର୍କା ଦେଇ ଭାସି ଆସୁଛି ପେନ୍ଥା ପେନ୍ଥା ମଧୁମାଳତିର ବାସ୍ନା। ପିତଳ ଫୁଲ କୁଣ୍ଡରେ ସଜ୍ଜିତ ଡ଼ାଫୋଡ଼ିଲ୍, ରଜନୀଗନ୍ଧା ଆଉ ବୋଗାନ ଭିଲ୍ଲାର କୃତିମ ସଜ୍ଜା ସୃଷ୍ଟି କରୁଛି ଐତିହାସିକ ରାଣୀ ମହଲର ଭ୍ରମ। ତଥାପି ଘରଟା ସାରା କେମିତି ନିଃସଙ୍ଗତା ଆଉ ଖାଁ ଖାଁ ଭାବ ବାରି ହୋଇପଡୁଛି।
ବିଧୁବେନ୍ଦ୍ରଙ୍କ କଥା ପଚାରିଲି। ମନଟାକୁ କେମିତି ହାଲକା କରି ଆଶା କହିଲା – ଜରୁରୀ ଟୁର୍ ରେ ଆଜି ସକାଳୁ ସେ ପୁରୀ ଚାଲିଗଲେ। ଫେରିଲା ବେଳକୁ କାଲି ସଂଜ। ମୁଁ କିନ୍ତୁ ତୁମର ଆସିବା କଥା ତାଙ୍କୁ କହିଥିଲି। ତଥାପି ସରକାରୀ ଚାକିରୀ। ଅବମାନନା କରିବାକୁ ସେ ଉଚିତ ମନେ କଲେନି ।
ମନତଳର ଅବଦମିତ ଆକର୍ଷଣ ହିଁ ମୋତେ ଆଶା ପାଖକୁ ଟାଣି ଆଣିଥିଲା। ତଥାପି ବେକାର ଜୀବନର କିଛିଟା ଥଇଥାନ ଵିଧୁବେନ୍ଦ୍ରଙ୍କ ଦ୍ଵାରା ହୋଇ ପାରିବ ବୋଲି ମୋର ବିଶ୍ୱାସ ଥିଲା। ବିଧୁବେନ୍ଦ୍ର ସମ୍ପ୍ରତି ଯେତେବେଳେ ଅନୁପସ୍ଥିତ ସେ କଥା ଚିନ୍ତା କରି ଆଉ କିଛି ଲାଭ ନାହିଁ।
ଚା’ ପର୍ବ ଶେଷ ହେଲା। ଆଶା କେମିତି ଅବୁଝା ଶିଶୁ ପରି ମୋ’ ଛାତିରେ ମୁହଁ ଗୁଞ୍ଜି ଦରୋଟି କଣ୍ଠରେ କହିଲା – ସତରେ ଟୁଟୁ ଭାଇ ସାରା ଜୀବନ ତୁମ ଛାତିରେ ମୁହଁ ଗୁଞ୍ଜି ବଞ୍ଚିବାର ସ୍ୱପ୍ନରେ ମୁଁ ବିଭୋର ହୋଇ ଉଠୁଥିଲି କିନ୍ତୁ ଆଜି ବାଧ୍ୟ ହୋଇ ଅନ୍ୟ ଜଣକ ଛାତିର ଉତ୍ତାପରେ ମୋତେ ଜଳିବାକୁ ପଡୁଛି। ମୋ କଥା ତୁମର କେବେ ବି ମନେ ପଡୁନି କି ଟୁଟୁ ଭାଇ?” ପ୍ରକୃତିସ୍ଥ ହେଲି ମୁଁ, କହିଲି – ଦିନେ ମୁଁ ତୁମର ପ୍ରେମିକ ଥିଲି ଆଶା ଆଜି କିନ୍ତୁ ମୁଁ ତୁମ ପାଖରେ ଜଣେ ପର ପୁରୁଷ। ମୋତେ ନେଇ ବର୍ତ୍ତମାନ ତୁମେ ସଚ୍ଛା ଉଦ୍ଭଟ କଳ୍ପନା କରିବା ଉଚିତ ନୁହେଁ।
– ମୋ ହୃଦୟର ଶୂନ୍ୟ ସିଲଟରେ ପ୍ରଥମେ ତୁମେ ନିଜର ନାଁ ଲେଖି ଦେଇଛ। ଅତୀତର ସେହି ସ୍ମୃତି ଉଜ୍ଜୀବିତ ହେଲେ ବେଳେ ବେଳେ ମୋ’ ଛାତିରେ ତୁମ ମୁହଁଟା କେମିତି ଦିକ୍ ଡିକ୍ ହୋଇ ଝଲସି ଉଠୁଛି।
କ୍ରମଶଃ ଆଶା ମନ ତଳର ଦୁଃଖାଭିଭୂତର ସେଇ ଉତ୍ତାଳ ଢେଉ ମୋତେ ଇତସ୍ତତଃ ଆଉ ବ୍ୟତିବ୍ୟସ୍ତ କରାଇ ଦେଉଛି ; ମୋତେ ଅଧୀର କରାଇ ଦେଉଛି। କେଉଁ ଏକ ସୂକ୍ଷ୍ମ ଆବେଗରେ ମୁଁ ପୁଣି ଫେରି ଯାଉଛି ଅତୀତର ସେଇ ଶୈଶବ କୋଳକୁ, କୈଶୋରର ସେଇ ସ୍ବପ୍ନିଳ ମୁହୂର୍ତ୍ତକୁ। ମୁଁ ପୁଣି ଫେରି ଯାଉଛି ଆମ ଗାଁ ସୁଜନପୁରର ସେଇ ଧୂଳି ଧୂସରିତ ସର୍ପୀଳ ଦାଣ୍ଡକୁ। ଅନାମିକା ନଈ କୂଳ, କାଶତଣ୍ଡୀ ଫୁଲ, କୋଇଲିର କୁହୁଝରା ଆମ୍ର ବିତାନ ଯା ‘ କୋଳରେ ହସି ଖେଳି ବିତିଛି ଅନେକ ବର୍ଷା ଓ ବସନ୍ତ ଆଶାର ସାନିଧ୍ୟ ପାଇ।
ଆଶା ମୋ’ ଠାରୁ ତିନି ଚାରି ବର୍ଷ ସାନ ହେବ। ତା ‘ ବାପା ସୁମନ୍ତ ଚୌଧୁରୀ ଆମ ଗାଁର ଜଣେ ପ୍ରତିପତ୍ତିଶାଳୀ ସମ୍ଭ୍ରାନ୍ତ ବ୍ୟକ୍ତି। ତାଙ୍କର ଐଶ୍ୱର୍ଯ୍ୟ ଅଛି, ବୁନିଆଦି ଅଛି। ଆଖ ପାଖ ଦଶ ଖଣ୍ଡ ଗାଁର ଲୋକେ ତାଙ୍କୁ ଖାତିର କରନ୍ତି। ମୋର ଉଚ୍ଚଶିକ୍ଷା ପାଇଁ ତାଙ୍କର ଭୂମିକା ଅନସ୍ବୀକାର୍ଯ୍ୟ। ତେଣୁ ମୋ’ ଅନ୍ତରରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ରହିଛି। ମୁଁ ନିହାତି ଜଣେ ସ୍କୁଲ ମାଷ୍ଟରର ପୁଅ। ତଥାପି ପିଲାଟି ଦିନରୁ ଆଶା ଆଉ ମୋ’ ଭିତରେ ଅବାଧ ମିଳାମିଶା।
ସ୍କୁଲ୍ ଛାତ୍ର ଥିଲାବେଳେ ଆଶା ସହ ଵୋହୂଚୋରୀ ଖେଳ ଖେଳିବାକୁ ଭଲ ଲାଗୁଥିଲା। ଧୀରେ ଧୀରେ ଧୂଳି ଖେଳ ବନ୍ଦ ହେଲା। ବାଲି ଘର ଭୁଷୁଡି ପଡ଼ିଲା। ସମୟର କ୍ରମ – ବିବର୍ତ୍ତନ ଫଳରେ ଆଶା ସୁପ୍ତ କଳିକାରୁ ଏକ ବିକଶିତ ଢଳ ଢଳ ଶତଦଳ କମଳରେ ପରିଣତ ହୋଇଗଲା। ବୟସ ଧୀରେ ଧୀରେ ବଢିଲା। ଗାଁ ରାସ୍ତାରେ, ଗାଧୁଆ ତୁଠରେ,କି ନଈ କୂଳରେ ଖୋଲା ଖୋଲି ତା ‘ ସଙ୍ଗେ ହସିବାର ବେଳ ହୋଇ ଆଉ ରହିଲା ନାହିଁ। ଉଭୟଙ୍କ ଜୀବନରେ ନିଃସଂଗତା ଆସିଲା। ତଥାପି ପରସ୍ପରକୁ ଲୁଚି ଛପି ଭେଟିଲୁ ମନ୍ଦିର ବେଢ଼ାରେ କି ନଈ ତୁଠ ନିଶୂନ୍ ବେଳାରେ। ସେତେ ବେଳକୁ ଆମେ ଦୁହେଁ ପ୍ରେମର ପୂର୍ଣ୍ଣ କୋଣାର୍କ ଟିଏ ଗଢି ସାରିଥିଲୁ ନିଜ ଅଜାଣତରେ। ସେହି ଦିନ ଠାରୁ ମୋ ‘ ହୃଦୟରେ ଗୋଟାଏ ଶୂନ୍ୟ ସ୍ଥାନ ରହି ଆସିଛି ଅପୂରଣୀୟ ହୋଇ।
ଆଶା ସେତେବେଳକୁ ହଜି ଯାଇଥିଲା ସ୍ମୃତିର ଆଉ ଏକ ଅଜଣା ଇଲାକାରେ। ଅତୀତକୁ ସାଉଁଟି ସାଉଁଟି ଆଶା କହିଲା – ସେଇଦିନୁ ମୋ ହୃଦୟ ଭିତରେ ଗୋଟାଏ ଶୂନ୍ୟସ୍ଥାନ ରହି ଯାଇଛି ତୁମ ପାଇଁ। ସେଇ ଶୂନ୍ୟ କୋଠରୀର ଗବାକ୍ଷକୁ କେବେ ବି ମୁଁ ତାଙ୍କ ପାଖରେ ଖୋଲି ପାରିବି ନାହିଁ। ହୃଦୟର ସେଇ ଶୂନ୍ୟ କୋଠରୀରେ ଚୋରଣୀଙ୍କ ଭଳି ସ୍ନେହ, ପ୍ରେମ, ପ୍ରୀତି – ଅନୁରାଗରୁ କିଛି କିଛି ଲୁଚେଇ ରଖିଛି ମୁଁ ତୁମ ପାଇଁ। ଅବଶ୍ୟ ମୋତେ ସେ ନିବିଡ ଭାବେ ଭଲ ପାଆନ୍ତି। ରାତ୍ରିର ନିସ୍ତବ୍ଧ ପ୍ରହରରେ ମୋ’ ଶରୀର ଆଉ ହୃଦୟର ପ୍ରତିଟି ସ୍ଥାନକୁ ତନ୍ନ ତନ୍ନ କରି ଖୋଜନ୍ତି । ତଥାପି ପଶି ପାରନ୍ତି ନାହିଁ ମୋ’ ହୃଦୟର ସେଇ ଅଦୃଶ୍ୟ ଇଲାକା ଭିତରକୁ”।
ପୁଣି ନିଜ ଛାତି ଉପରେ ହାତ ରଖି ଆଶା କହିଲା – ଦେଖିଲ ଟୁଟୁ ଭାଇ, ଏ ହୃଦୟଟା ଭିତରେ କେତେ ଦିନ ହେଲା ତୁମେ କେମିତି ଆସ୍ଥାନ ଜମାଇ ଦେଇଛ!”
ସତରେ ମୁଁ ଅଭିଭୂତ ହୋଇ ପଡ଼ିଲି, ଆତ୍ମହରା ହୋଇ ଉଠିଲି। ମୋ’ ହ୍ରୁଦୟଟା ଶୂନ୍ୟେ ଶୂନ୍ୟେ ବିଳପି ଉଠିଲା କେଉଁ ଏକ ଅବ୍ୟକ୍ତ ଦୁଃଖରେ। ଅଜଣା ଭୟରେ ଦୁଳୁକି ଉଠିଲା ମୋ’ ଛାତି ଭିତରଟା। ଏକ ସୂକ୍ଷ୍ମ ଦୃଷ୍ଟି ତୋଳି ମୁଁ ଆଶାର ହୃଦୟ ଭିତରକୁ ପଶିବାକୁ ଚେଷ୍ଟା କଲି କିନ୍ତୁ ଏକ ସ୍ଥୂଳ ଦୃଷ୍ଟିରେ ଚାହିଁ ରହିଲି ତାର ଉନ୍ନତ ବକ୍ଷ୍ୟୋଜ ଆଡ଼କୁ। ତା’ ସ୍ତନ ଯୁଗଳରୁ ଉତଥିତ ଏକ ଅନୈସର୍ଗିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲି ମୁଁ।
ଆଶା ଯେତେବେଳେ ବାଳିକାରୁ କିଶୋରୀରେ ରୂପାନ୍ତରିତ ହୋଇ ଆସୁଥିଲା ତାର ଉନ୍ନତ ବକ୍ଷକୁ ତା’ ଅଜାଣତରେ ବାରମ୍ବାର ଚାହୁଁ ଚାହୁଁ ଦିନେ ଧାରା ପଡ଼ି ଯାଇଥିଲି ଆଶାର ଆଖିରେ। ଠିକ୍ କ୍ଲାସରେ ଦୁଷ୍ଟାମି କରୁଥିବା ଛାତ୍ରକୁ ଶିକ୍ଷକ ତାଗିଦ୍ କଲା ଭଳି ସେ କହିଲା – ଏ ଟୁଟୁ ଭାଇ ଏମିତି ଚାହୁଁଛ କଣ! ଚାହିଁ ଚାହିଁ ଆଖିକୁ ଜଳକା କରନି ବରଂ ପଢା ପଢିରେ ମନ ଦିଅ। ଆଗରେ ଆମ ପାଇଁ ଏକ ବିରାଟ ଭବିଷ୍ୟ ଅଛି। ସେ ଦିନ ଆସୁ ଦେଖିବ ଏ ଦେହଟାକୁ ଫୁଲ ମାଳା ପରି କିପରି ତୁମ ଗଳାରେ ଲମ୍ବାଇ ଦେବି।
ଆଜି ସେ ଅତୀତ ସ୍ମୃତି ଟିଏ ହୋଇ ରହି ଯାଇଛି। ନିର୍ମଳ ପ୍ରେମର ନିର୍ଝରଣୀ ଟିଏ ଦିନେ ଛଳ ଛଳ ହୋଇ ବହୁଥିଲା ସେମାନଙ୍କ ଭିତରେ ଆଜି କିନ୍ତୁ ପାଲଟି ଯାଇଛି ସବୁ ଅନ୍ତଃସଲୀଲା ଫଲଗୁ। ଆଶକୁ ନେଇ ଏବେ ସୁନେଲୀ ସ୍ବପ୍ନ ଦେଖିବା ଧୃଷ୍ଟତାର କାମ। ତଥାପି ଆଶା ଆଜି କେଉଁ ସୁଦୂର ଅତୀତକୁ ପାଥେୟ କରି ନିଜକୁ ନିଃସଂକୋଚରେ ମୋ ‘ ଆଗରେ ବିଞ୍ଚିଦେଉଛି ପ୍ରେମର ସୈାରଭ। ମୁଁ ଆଉ ନିଜକୁ ସଂଯତ କରି ପାରିଲି ନାହିଁ। ଆଶାର ଘନକୃଷ୍ଣ କବରୀ ଭିତରେ ଧୀରେ ଧୀରେ ଆଙ୍ଗୁଳି ଚାଳନା କରି କହିଲି – ଆଃ.….. କଣ ହୋଇଛି ଆଶା ତୁମର? କେଉଁ ନିଃସଂଗତାକୁ ପାଥେୟକରି ତୁମେ ଏମିତି ପ୍ରଳାପ କରୁଛ। ଆଶାର କଣ୍ଠ ବାଷ୍ପାକୁଳ ହୋଇ ଉଠିଲା। ତାର ଓଷ୍ଠାଧାରରେ ଖେଳିଗଲା ମୃଦୁ କମ୍ପନ। ଶର – ବିଦ୍ଧା ଏଣୀ ପରି କାତର କଣ୍ଠରେ କହିଲା – ” ତୁମକୁ ସବୁ କିଛି କହିବାକୁ ମୋତେ ସଙ୍କୋଚ ଲାଗୁଛି ଟୁଟୁ ଭାଇ। କେମିତି କହିବି ତୁମକୁ ମୋ ‘ ନିଷ୍ଫଳ ନାରୀ ଜୀବନର ଗୋପନ କଥା। ମୋ ସ୍ବାମୀ ପୁରୁଷର ନିର୍ମୋକ ତଳେ ଜଣେ ପୁଋଷତ୍ବାହୀନ, ନପୁଂସକ ମଣିଷ। ତାଙ୍କ ଦେହରେ ଆଉ ଶିହରଣ ନାହିଁ କି ବେପଥୁ ନାହିଁ। ବେଳେ ବେଳେ ସେ କ୍ଷୁଧିତ ସିଂହ ହୋଇ ପଡିଲେ ମଧ୍ୟ ଶେଷରେ ଦରମଲା ମାଛ ପରି ଖାଲି ଛଟପଟ ହେଉଛନ୍ତି ଅସହାୟ ଭାବେ। ତାଙ୍କର ଶରୀରରେ ପ୍ରବାହିତ ଶୋଣିତରେ ଉତ୍ତାପ ଅଛି ସତ କିନ୍ତୁ କ୍ଷଣିକ ଭିତରେ ଯେମିତି ହିମ – ଶୀତଳ ବରଫ ଖଣ୍ଡଟିଏ ପାଲଟି ଯାଉଛନ୍ତି। ଆଃ… ଟୁଟୁ ଭାଇ କେମିତି ବୁଝାଇବି ତୁମକୁ। ସତରେ ବିଶ୍ୱାସ କର ଜୈବିକ କ୍ଷୁଧାକୁ ମୁଁ ଘୃଣା କରେ। ମୁଁ ଆଉ ଚାହୁଁନି ନିଜ ଜୀବନକୁ ତିଳ ତିଳ କରି ଉପଭୋଗ କରିବା ପାଇଁ। ତେଣୁ ମୁଁ ତାଙ୍କ ସହିତ ପାର୍ଟି, ପିକନିକ୍ କି କ୍ଲବ ଆଟେଣ୍ଡ କରେନି। ସତରେ କିନ୍ତୁ ସେ ବିଚାରାର କିଛି ଦୋଷ ନାହିଁ। ମୋ’ ଉପରେ ତାଙ୍କର ସ୍ନେହ, ପ୍ରୀତି, ସୋହାଗ, ଅନୁରାଗ ସବୁକିଛି ଅକୁଣ୍ଠ ଚିତ୍ତରେ ଅଜାଡ଼ି ଦେଇ ବି ଶେଷରେ ହାରି ଯାଇଛନ୍ତି ସେ। ତେଣୁ ବେଳେ ବେଳେ ଓଭର ଡ୍ରିଙ୍କ କରି ଲେଟ୍ – ନାଇଟରେ ଘରକୁ ଫେରନ୍ତି। ତାଙ୍କର କରୁଣ ବିଷର୍ଣ୍ଣ ମୁଖମଣ୍ଡଳକୁ ଦେଖିଲେ ମନରେ ଦୁଃଖ ଆସେ। କିନ୍ତୁ ଟୁଟୁ ଭାଇ ମୁଁ ଚାହୁଁଛି ମୋର ଜଣେ ଭାବି ବଂଶଧର ; ଉତ୍ତର ଦାୟଦ। ମୁଁ ଚାହେଁ ମୋ’ ନିଜ ରକ୍ତରେ ମୋ ‘ କୂଳ ରକ୍ଷା ହେଉ ଅଥଚ ଏକ ଶୂନ୍ୟ ହାହାକାର ଆଉ ବ୍ୟର୍ଥତାକୁ ନେଇ ସାରା ଜୀବନ କାନ୍ଦିବା ଛଡ଼ା ମୋ’ ପାଖରେ ଆଉ କଣ ଅଛି!
ଆଶାର ସ୍ବାମୀ ଜଣେ ପୋଖତ ଯନ୍ତ୍ରୀ। କେତେ କୋଠାବାଡ଼ି, ନଦୀବନ୍ଧକୁ ନିଜର ବୁଦ୍ଧି, ବିବେକ ଓ ଅଭିଜ୍ଞତାକୁ ଖଟାଇ ଦେଶକୁ ସୁଖ ଓ ସମୃଦ୍ଧି ପଥରେ ଆଗେଇ ନେଉଛନ୍ତି ଅଥଚ ବୈବାହିକ ଜୀବନର ଅନେକ ଦିନ ପରେ ମଧ୍ୟ ଗୋଟାଏ ନାରୀର ମନକୁ ସ୍ନେହ – ପ୍ରୀତିର ପଥର ସିମେଣ୍ଟ ଦେଇ ବାନ୍ଧି ରଖି ପାରି ନାହାନ୍ତି କିପରି! ଆଶାକୁ ସର୍ବାନ୍ତଃକରଣେ ସୁଖୀ ରଖି ପାରିନାହାନ୍ତି କିପରି?
ନାରୀ ଅଭିଆଡୀ ଥିଲା ବେଳେ ହୁଏତ ପ୍ରେମିକର ପ୍ରେମ, ପ୍ରୀତିରେ ସନ୍ତୁଷ୍ଟ ହୋଇ ପାରେ ମାତ୍ର ପରିଣିତା ହେଲା ପରେ ସ୍ୱାମୀର ଏକାନ୍ତ ନିର୍ମଳ ପ୍ରେମର ସମସ୍ତ ନିର୍ଯ୍ୟାସକୁ ଚିପୁଡ଼ି ସନ୍ତାନଟିଏ କାମନା କରିଥାଏ। ସେଥିରେ ନାରୀ ଜୀବନ ସାର୍ଥକ ହୁଏ। ଯେହେତୁ ବିବାହିତ ନାରୀ ଜାୟା ଅପେକ୍ଷା ଜନନୀ ପାଇଁ ବେଶୀ ଲାଲାୟିତା।
କ’ଣ ଆଉ ଅଭାବ ଅଛି ଆଶାର। ସ୍ବାମୀ ତାର ପ୍ରତିଷ୍ଠିତ ଯନ୍ତ୍ରୀ। ଅଜସ୍ର କଳା ଧନ, ଦାମିକା କାର, ବିରାଟ ଆଲିସାନ୍ ବଙ୍ଗଳା, ଆଖିଦୃଷ୍ଟିଆ ବ୍ୟାଙ୍କ୍ ବାଲାନ୍ସ, ସବୁକିଛି ଅଧିକାରିଣୀ ହୋଇ ପାରିଛି ଆଶା। ଅଥଚ ରହି ରହି ତା’ ମନ ଭିତରେ ଏମିତି ଏକ ଐଶ୍ୱର୍ୟମୟ ନିର୍ଜନ ଦୁଃଖ ଗୁମୁରି ଉଠୁଛି କାହିଁକି?
ଆଶା କହିଲା – ତୁମେ କିଛି ବୁଝି ପାରିବନି ଟୁଟୁ ଭାଇ। ତୁମର ବିବାହ କରିବାର ବୟସ ହୋଇଛି ସତ କିନ୍ତୁ ସାଂସାରିକ ହୋଇ ପାରିନ। ତୁମଠି ଜଣେ ନିଛକ ପ୍ରେମିକର ଅଭିଜ୍ଞତା ଅଛି କିନ୍ତୁ ପରିପକ୍ଵ ସ୍ୱାମୀର ବ୍ୟାକୁଳତା ନାହିଁ। ତୁମେ କେମିତି ଅନୁଭବ କରି ପାରିବ ଜଣେ ପାରିଣିତା ନାରୀ ସ୍ୱାମୀର ସ୍ନେହ – ପ୍ରେମ ବ୍ୟତିରେକ ଅନ୍ୟ କଣ ଆଶା କରେ ବୋଲି। ମୁଁ ଭଲ ସ୍ବାମୀ ପାଇଛି। ସୁଖ, ସମ୍ଭୋଗ ଓ ପ୍ରଚୂର୍ଯ୍ୟ ଭିତରେ ବୁଡି ରହିଛି। ତଥାପି ବୈବାହିକ ଜୀବନର ଦୀର୍ଘ ସାତ ବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ମୋ’ କୋଳଟା ସେମିତି ଶୂନ୍ୟ ହୋଇ ପଡ଼ି ରହିଛି। ନାରୀ ଜୟା ହେଲେ ତୃପ୍ତି ମିଳେ ସତ କିନ୍ତୁ ଜନନୀ ହେବାରେ ପୂର୍ଣ୍ଣତା ପ୍ରାପ୍ତ ହୁଏ। ଦୀର୍ଘ ସାତ ବର୍ଷ ବିତି ଯାଇ ଥିଲେ ମଧ୍ୟ ଆଜି ମୁଁ ଅପୂର୍ଣ୍ଣ, ଅବିଭାଜ୍ୟ ଭଗ୍ନାଶଟିଏ ହୋଇ ରହି ଯାଇଛି। ସକଳ ପୂର୍ଣ୍ଣତା ଭିତରେ ମଧ୍ୟ ଅପୂର୍ଣ୍ଟତାର ଶାହାନାଇ ବାଜି ଉଠୁଛି ମୋ’ ହୃଦୟ ଭିତରେ।
ଏମିତି ଏକ ଅପୂରଣୀୟ, ଅଭାବିତ ପରିସ୍ଥିତିରେ କଣ ଆଉ କରି ପାରିବି ମୁଁ। ତାର ସ୍ବାମୀ ବିଧିବେନ୍ଦ୍ର ହିଁ ପ୍ରୀତିର ନୂଆଁ ପଲସ୍ତରାଟିଏ ଦେଇ ଆଶାର ଭଙ୍ଗା ହୃଦୟକୁ ଯୋଡାଇ କରି ପାରନ୍ତେ। ହୁଏତ ଜୀବନ ପ୍ରତି ବୀତସ୍ପୃହ ହୋଇ ପଡିଛନ୍ତି ବିଧୂବେନ୍ଦ୍ର। ଐଶ୍ୱର୍ଯ୍ୟ ଲାଳସା ଓ ସୁରା ପାତ୍ରର ବୁଦ ବୁଦ ଭିତରେ ହୁଏତ ସେ ଭୁଲି ଯିବାକୁ ଚାହାନ୍ତି ସ୍ୱାମୀର କର୍ତ୍ତବ୍ୟ ଅଥଚ ଆଶା ଭଳି ଗୋଟିଏ ସୁନ୍ଦରୀ ନାରୀର ମନକୁ ତୃପ୍ତି କଲା ଭଳି ପୁଋଷତ୍ଵ ତାଙ୍କର ମେଷ ଶାବକ ଭଳି କାହିଁକି ପଛ ଘୁଂଚା ଦେଉଛି ଆଜି? ଆଶାର ମନରେ ଯେଉଁ ଅଭାବ ମୁଣ୍ଡ ଟେକିଛି ହୁଏତ ସେଇ ଜୈବିକ ଅଭାବ ବୋଧକୁ ପରିପୁରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି ଵିଧୁବେନ୍ଦ୍ର ସେଇଥି ପାଇଁ ହୁଏତ ଆଶାର ଅଭାବିତ ମନର ଡାଳରେ ବେଦାନାର ପକ୍ଷୀ ବସା ବାନ୍ଧିଛି କେଉଁ କାଳୁ ଆଉ ବେଳେ ବେଳେ ସେଇ ଶରବିଦ୍ଧା ପକ୍ଷୀ ତାର ଯନ୍ତ୍ରଣା – ଦଗ୍ଧ ପକ୍ଷକୁ ହଲାଇ ହଲାଇ ଆଶାର ମନ ଓ ହୃଦୟକୁ କରୁଛି ବ୍ୟସ୍ତ ବିହ୍ଵଳିତ।
ବେଳକୁବେଳ ଆଶାର ମୁହଁଟା ହୋଇ ଉଠୁଛି କରୁଣ, ଏକବାରେ ମ୍ଲାନ ଆଉ ଚିନ୍ତIକୁଳ। ଆଖି ଦୁଇଟା ବେଦନା ର ରଙ୍ଗରେ ଉଦାସ ଆଉ କରୁଣ। ଅନୁଚାରିତ ଦୁଃଖର ସରହଦ ଭିତରେ ବେଳକୁବେଳ ଆଶା ମ୍ରିୟମାଣ ହୋଇ ପଡୁଛି। କେଉଁ ଏକ ଅସତ୍ୟ ରୂପେଲୀ ସହର ଭିତରକୁ ସେ ଧୀରେ ଧୀରେ ପାଦ ବଢ଼ାଉଛି। ମୋ’ ହାତ ପାପୁଲିକୁ ତା ‘ ଛାତି ଭିତରେ ଖୁବ୍ ଯୋରରେ ଚାପି ଧରି ସେ ଅନୁନୟ କଣ୍ଠରେ କହୁଛି – ତୁମେ ତ ମୋର ପ୍ରେମିକ। ପ୍ରେମିକର ଆସନ ସ୍ଵମୀଠାରୁ ବଳି ଆହୁରି ଉଚ୍ଚରେ। ପ୍ରେମିକ ଯଦି ନାରୀ ହୃଦୟର ଗିରିଶୃଙ୍ଗ ହୁଏ , ସ୍ବାମୀ ସେଇ ପର୍ବତର ପଦବନ୍ଦନା କରୁଥିବା ସ୍ୱଚ୍ଛ ସ୍ଫଟିକ ଜଳଧରଟିଏ। ମୁଁ ତୁମକୁ କେବେ ବି କିଛି ହାତ ପାତି ମାଗିନି। ଆଞ୍ଜୁଳା ଆଞ୍ଜୁଳା କେବେ ମଧ୍ୟ ତୁମ ହାତ ମୁଠାରେ ଢାଳି ପାରିନି। ବୁନିଆଦର ପାଚେରୀ ସବୁବେଳେ ଆମ ମିଳନ ପଥରେ ସର୍ବଦା ଅନ୍ତରାୟ ହୋଇ ଆସିଛି। ତେଣୁ ସେଇ ଦିନୁ ମୋ ଭିତରେ ଅସୁମାରୀ ଦୁଃଖ ରହି ଆସିଛି। ତୁମକୁ ଥରୁଟିଏ ମୋ’ ଭିତରେ ଉପଲବ୍ଧି କରି ପାରିଲେ ଏକ ବିରାଟ ଅବଶୋଷ ମେଣ୍ଟାଇବା ସହ ଜୀବନର ସକଳ ଦୁଃଖ ଦୂରୀଭୂତ ହୋଇଯିବ। ମୁଁ ପାଇବି ଆତ୍ମତୃପ୍ତି ଆଉ, ଚିର ଶାନ୍ତି। ସେତିକି ମୋତେ କଣ ଦେଇ ପାରିବନି ଟୁଟୁ ଭାଇ? ଆଃ…. ତୁମକୁ କ୍ଷଣେ ପାଖରେ ପାଇଲେ ମୋ ଜୀବନର ଅନ୍ତିମ ଜ୍ଵାଳା ପ୍ରଶମିତ ହୋଇଯିବ। ଟୁଟୁ ଭାଇ , ତୁମେ ମୋ’ ପ୍ରେମିକ, ତୁମେ ମୋ’ ମନ ମନ୍ଦିରର ଇପ୍ସିତ ପୁରୁଷ। ତୁମେ ମୋ’ ମନ – ବୃନ୍ଦାବନର ବିରହି କାହ୍ନା, ତୁମେ ମୋ’ ସ୍ବର୍ଗ, ସକଳ ଶାନ୍ତି। ମୁଁ ତୁମ ବିରହିଣୀ ରାଧା, ଅଶାନ୍ତ ଚନ୍ଦ୍ରସେଣା ପୁରର ନାୟିକା ; ଚିର ଉପେକ୍ଷିତା। ଆଶା ଆଉ କିଛି କହି ପାରିଲା ନାହିଁ। ଆଖିରୁ ତାର ଲୁହ ଝର ଝର ହୋଇ ଝରିବାକୁ ଲାଗିଲା।
ଏଇ ଅନପେକ୍ଷିତ ଘଟଣାକୁ ମୁଁ ସହଜରେ ଗ୍ରହଣ କରି ପାରୁନି। ଆଶା ଜୀବନର ଏଇ ଅଧଃପତନର ଛନ୍ଦ, ଅବକ୍ଷୟର ପ୍ରତିଧ୍ଵନି ଆଉ ଏକ ଅବ୍ୟକ୍ତ ମୁଦ୍ରାର ମହ୍ଲାର ତା ‘ ଭିତରେ ଏବେ ବେଶ୍ ସୁସ୍ପଷ୍ଟ ହୋଇ ଉଠୁଛି। ଆଉ ସେଇ ସମ୍ଭାବନାର ଧ୍ଵଂସ ସ୍ତୂପ ତଳେ ମୁଁ ଯେମିତି ଚାପି ହୋଇ ଯାଉଛି ଚଲତ ଶକ୍ତିହୀନ ପଙ୍ଗୁ ମଣିଷଟିଏ ଭଳି।
ଆଶା ଆଜି ଅନ୍ୟ ଜଣକର ବାଗଦତ୍ତା, ବିବାହିତା ସ୍ତ୍ରୀ। ତା’ ସୀମନ୍ତର ସିନ୍ଦୂର ବିନ୍ଦୁ ହିନ୍ଦୁ ନାରୀର ସକଳ ସୌନ୍ଦର୍ଯ୍ୟ, ସକଳ ସୁଷମା ନେଇ ଉଦ୍ଭାସିତ ହୋଇ ଉଠୁଛି। କିନ୍ତୁ ତା’ ମୁହଁର ଭାବଭଙ୍ଗୀ, ତା’ କଥନ ଶୈଳୀରୁ ମୋର ମନେ ହେଉଛି କେମିତି ସିଏ କୂଳ ଲଂଘନ କରି ଏକ ପ୍ରବାହମାଣା ସ୍ରୋତଟିଏ ହୋଇ ବହି ଯିବାକୁ ଚାହୁଁଛି ମୋ’ ଉପରେ ଆଉ ମୁଁ କୁଟା ଖଣ୍ଡେ ଭଳି ଭାସି ଭାସି ବିଲୀନ ହୋଇଯାଇଛି ଆଜି ସମୁଦ୍ରର ଅତଳ ଗହ୍ୱରରେ।
ସମ୍ପ୍ରତି ମୁଁ ଆଶାର ଅତିଥି, ହୁଏତ ଅଦୂର ଅତୀତରେ ପ୍ରେମିକଟିଏ ହୋଇ ବସା ବନ୍ଧିଥିଲି କିନ୍ତୁ ଏଇ ସାତ ବର୍ଷର ବେକାର ନିଃସଙ୍ଗ ଜୀବନ ଭିତରେ ମନ ଭିତରୁ କେତେବେଳେ ସେଇ ପ୍ରେମର ନୀଡ଼ଟି ଭାଙ୍ଗି ଗଲାଣି।ଆଜି ପୁଣି ଦୀର୍ଘ ବର୍ଷ ପରେ ଆଶା ସେଇ ବିଗତ ସ୍ମୃତିର କାଠିକୁଟାକୁ ଏକାଠି କରି ଭଲ ପାଇବାର ବସାଟିକୁ ସଜାଡିବାକୁ ଅପଚେଷ୍ଟା କରୁଛି।
ଆଶା ଆଜି ମୋର କେହି ନୁହେଁ। ତା’ ସହିତ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ ତଥାପି ତା’ ପ୍ରତି ମୋର ଅସମ୍ଭବ ଦୁର୍ବଳତା; ଅସୁମାରି ମମତା। ସମ୍ପ୍ରତି ମୁଁ ତାକୁ ମୋ ଜୀବନର ଜଣେ ଶ୍ରେଷ୍ଠ ବାନ୍ଧବୀ ରୂପେ ବିବେଚନା କରେ।
ତଥାପି ତା’ ସରଳତାରେ ବିଗଳିତ ହୋଇ, ତା’ ଦୁଃଖରେ ଦ୍ରଵିଭୂତ ହୋଇ ଯଦି ମୁଁ କିଛି ଭୁଲ କରି ବସେ ତା’ ସ୍ଵାମୀଙ୍କ ପ୍ରତି ନିଶ୍ଚୟ ଅନ୍ୟାୟ ହେବ। ବିଧୁବେନ୍ଦ୍ରଙ୍କୁ ନେଇ ଆଶା ଖୁସି ହେବା କଥା କିନ୍ତୁ ମୋ’ ଭଳି ଜଣେ ବିସ୍ମୃତ ପ୍ରେମିକ ପାଇଁ ପ୍ରଣୟ – ବିଭୋର ଆଉ ପାଗଳିନୀ ହୋଇ ଉଠୁଛି ଆଶା। ଅବଶ୍ୟ ଏଥିପାଇଁ ମୋର ଗର୍ବ କରିବା କଥା କିନ୍ତୁ ଦୁଃଖ ଲାଗୁଛି ବେଶି।
ମୋ’ ଚିନ୍ତିତ ମୁଖମଣ୍ଡଳକୁ ଚାହିଁ ଆଶା କହିଲା – ତୁମେ ଏମିତି ଚିନ୍ତିତ କାହିଁକି ଟୁଟୁ ଭାଇ? ତୁମେ ନିଶ୍ଚିନ୍ତ ରୁହ ଯେ ମୋ’ ସ୍ବାମୀଙ୍କ ଅଜାଣତରେ ମୁଁ କିଛି କରୁଛି। ଯାହା ପାଇଁ ସେ ମୋ ପାଖରେ ଅକ୍ଷମ, ଅଥର୍ବ, ଅପାରଗ, ତୁମ ଦେଇ ସେଇ ସକ୍ଷମତାର ଉପଲବ୍ଧି କରିବାକୁ ଚାହାଁନ୍ତି ସେ। ଦୁନିଆରେ ଏମିତି କେତେ ବିସ୍ମୟ କେତେ ଦୁର୍ଘଟଣା ପ୍ରତିଦିନ ଘଟୁଛି। ତୁମେ ବି ଏହାକୁ ଜୀବନର ଗୋଟିଏ ଦିନର ଦୁର୍ଘଟଣା ଭଳି ଭାବି ନେବ। ହୁଏତ ମନରୁ ବି ପୋଛି ଦେଇପାର ସବୁ ଦିନ ପାଇଁ।
ନିଜ ଜୀବନର ସମସ୍ତ ଗୋପନ ରହସ୍ୟକୁ ମୋ ଆଗରେ ଆଜି ଅତି ସହଜରେ, ସରଳ ବିଶ୍ଵାସରେ ପ୍ରକାଶ କରି ଦେଇ ବେଳକୁବେଳ ନିଷ୍ପ୍ରଭ ଆଉ ଦୀପ୍ତିହୀନ ହୋଇ ପଡ଼ୁଛି ଆଶା।
– ତମେତ ଜଣେ କବି ଟୁଟୁ ଭାଇ। ଦରଦୀ ମନର ଭାବନାକୁ ବେଶ୍ ରୂପ ଦେଇ ଜାଣ। ଦିନେ ତମର ପ୍ରେମ କବିତା ପଢ଼ି ପଢୁପଢୁ ତୁମ ମନର ବିରାହିଣୀ ରାଧିକା ପାଲଟି ଯାଇଥିଲି। ପୁରାଣର ରାଧିକା ଥିଲା ବିବାହିତା ତଥାପି ଶ୍ରୀକୃଷ୍ଣଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲା ବିନା ପ୍ରତିବାଦରେ, ନିର୍ବିକାର ଭାବେ। ଘରଦ୍ୱାର, ସ୍ୱIମୀ, ଆତ୍ମୀୟସ୍ୱଜନ ସମାଜର ସବୁ ମୋହ ମାୟାକୁ ନିର୍ବିକାର ଚିତ୍ତରେ ପ୍ରତ୍ୟାଖାନ କରି ଏକାକାର ହୋଇ ଯାଇଥିଲା ମୋହନ ବଂଶୀରେ। ମୁଁ ବି ସେହିପରି ତୁମ ଭିତରେ ଲୀନ ହୋଇଯିବାକୁ ଚାହେଁ, ତୁମ ଭିତରେ ହଜି ଯିବାକୁ ଚାହେଁ ସେଇ ଅନନ୍ତ ପ୍ରେମରେ।
ରାଧାର ଉତ୍ସରଗୀକୃତ ନୈସର୍ଗିକ ପ୍ରେମର ପରିଣତି କଥା ଭୁଲି ଯାଉଛି ଆଶା। କ’ଣ ପାଇଲା ଶେଷରେ ରାଧା। ସାରା ଦୁନିଆ ଭର୍ତ୍ସନା କଲା । କୁଳଟା, ନିର୍ଲଜ ନାୟିକା ପାଲଟିଗଲା ରାଧା ଅଥଚ ସବୁ ଜାଣି ଶୁଣି ଆଶାର କୁଳଟା ହେବାକୁ ଇଚ୍ଛା କେମିତି ହେଉଛି ଆଜି ! ପ୍ରେମ ନଶ୍ଵର, ପ୍ରେମ ଅବିନାଶୀ, ପ୍ରେମ ନୈସର୍ଗିକ। ମୁଁ ସେଭଳି ପ୍ରେମ କରେ ଆଶାକୁ କିନ୍ତୁ ଆଶା ଆଜି ଜୈବିକ ଲାଳସାରେ ଲୋଲଜ୍ୱିହ ଯଦିଓ ତାର ଅନ୍ତର୍ଦୃଷ୍ଟି ଭିନ୍ନ। ଦୀର୍ଘ ଚବିଶ ବର୍ଷ ଭିତରେ ମୋଠୁ ସେ ଯାହା ଆଶା କରି ପାରି ନଥିଲା ତାହା ଆଜି ଅନାୟାସରେ, ବିନା ସଂକୋଚରେ, ଅକୁଣ୍ଠ ଚିତ୍ତରେ ଆଞ୍ଜୁଳା ଆଞ୍ଜୁଳା କରି ମାଗୁଛି ମୋତେ। ମୋ’ ରକ୍ତର ଉଷ୍ମତାକୁ ତା’ ଶୋଣିତ ଭିତରେ ମିଶାଇଦେଇ ଏକ ଅଭିନବ ସୃଷ୍ଟିର କଳ୍ପନାର ବିଭୋର ହୋଇ ଉଠୁଛି ଆଶା।
ମୋର ମନେ ହେଉଛି ସତେ ଯେମିତି ମୁଁ ପାଲଟି ଯାଇଛି ଏକ ଅଶାନ୍ତ ସମୁଦ୍ର ଆଉ ଆଶା ଏକ ମାୟବିନୀ ତଟିନୀ ଭଳି ଢଳିଢଳି ମୋ’ ଆଡ଼କୁ ଝରି ଆସୁଛି କେଉଁ ଏକ ମୋହିନୀ କନ୍ୟାର ଉଦ୍ଦାମ ସଂଗୀତ ଗାଇ ଗାଇ।
ସେତେବେଳକୁ ବାହାର ଲାନରେ ଅଜସ୍ର ଗଙ୍ଗଶିଉଳି ଝରିପଡୁଥିଲା। ଆଉ ତିଳ ତନ୍ଦୁଳିତ ଜହ୍ନର ଜ୍ୟୋତ୍ସ୍ନାରେ ଭିଜି ଭିଜି ପରସ୍ପରକୁ ଦେଖୁଛୁ ଯେମିତି ସୃଷ୍ଟିର ପ୍ରଥମ ପୁରୁଷ ଓ ସ୍ତ୍ରୀର ପ୍ରଥମ ପରିଚୟ, ପ୍ରଥମ ଦୃଷ୍ଟି ବିନିମୟ।
ମୋ’ ପାଦ ତଳର ମାଟି ଅତଡ଼ା ଖାଇ ଖାଇ ଖସି ପଡୁଛି ତଳକୁ। ମୁଁ ରସତଲଗାମୀ ହୋଇ ପାପର କେଉଁ ଏକ ଅନ୍ଧାରୀ ଗୁମ୍ଫା ଭିତରକୁ ପଶିଯାଇଛି ଧୀରେ ଧୀରେ।
ନିଷପ୍ରଭ ଦୀପଶିଖା ଟିଏ ଭଳି ଦପ୍ ଦାପ୍ ହୋଇ ଥରି ଉଠୁଛି ମୁଁ। ରାଧା, ମୀରା ଆଉ ଆଶାର ଏକ ତୂଳନାତ୍ମକ ବିଚାର କଲା ବେଳେ ନିଜକୁ ନିଜେ ଦୂରପରାହତ ପ୍ରେମିକଟି ଭଳି ଦୁଃଖରେ ମ୍ରିୟମାଣ ହୋଇ ଯାଉଛି। ଆଶା ବ୍ଲାଷ୍ଟ୍ ଫାର୍ଣେଂସରେ ତରଲୁ ଥିବା ଲୁହା ଖଣ୍ଡ ଭଳି ବେଳକୁ ବେଳ ତରଳି ବାକୁ ଲାଗୁଛି। ତା ‘ ନାସା ରନ୍ଧ୍ର ଦେଇ ଉତ୍ତପ୍ତ ନିଃଶ୍ୱାସ ମୋ’ ଦେହରେ ପିଟିହେଉଛି ଅହରହ।
ଏଇତ ଆଶାର ଥରିଲା ଥରିଲା ହାତ ଦୁଇଟି ମୋ’ ଚାରି ପଟେ ଭୌତିକ ଲତାଟି ପରି ଗୁଡେଇ ହୋଇ ପଡୁଛି। ତାର ମରାଳ ଗ୍ରୀବା , ଉନ୍ନତ ଉଲଗ୍ନ ବକ୍ଷ କ୍ରମଶଃ ମୋର ସନ୍ନିକଟ ହେଉଛି। ମୋ’ ଓଠରେ ତା’ ରକ୍ତାଭ ଓଠର ଉଷ୍ମାତାକୁ ମୁଁ ଅନୁଭବ କରୁଛି।
ବିଦ୍ୟୁତ ବଲବ୍ ଟି ଛାଏଁ ଛାଏଁ ଲିଭି ଯାଉଛି। ଆଶାର ନିଭୃତ କୋଠରୀ ହୋଇ ଯାଉଛି ଯମୁନା ତଟର କଦମ୍ବ ବଣ।ରୂପା ଜରିଦିଆ ଜହ୍ନର ଜ୍ୟୋତ୍ସ୍ନା ବୁଣି ହୋଇ ଯାଉଛି ତା’ ଘର ସାରା। କଦମ୍ବ ମୂଳକୁ ଆଉଜି ବସି ମୁଁ ପାଲଟି ଯାଉଛି ଯୁଗପୁଋଷ୍ ଶ୍ରୀକୃଷ୍ଣ। ଆଉ ଏମିତି ଏକ ସ୍ବପ୍ନିଳ ରାତ୍ରିରେ ଜ୍ୟୋତ୍ସ୍ନା ଝରା ଆକାଶ ତଳେ ଇଚ୍ଛା ବତୀ ରାଜକନ୍ୟା – ଆଶା ସମ୍ପୂର୍ଣ୍ଣ ରାଧା ପାଲଟିଯାଇ ଏକାକାର ହୋଇଯାଉଛି ମୋ’ ଭିତରେ।
ମୋ’ ହୃଦୟରୁ ଗୁଞ୍ଜରୀ ଉଠୁଥିବା ବଂଶୀ ସ୍ୱନରେ ତନ୍ମୟ ହୋଇ ଛନ୍ଦାୟତ ନର୍ତ୍ତକୀ ଭଙ୍ଗୀରେ ରାଧା ପ୍ରେମ ନୃତ୍ୟ କରିଚାଲିଛି କେଉଁ ଏକ ଅପୂର୍ବ ଭଙ୍ଗୀରେ।
ସେତେ ବେଳକୁ ବାହାରେ ଗଙ୍ଗଶିଉଳି ଝରି ଝରି ଲୋଟି ପଡୁଥିଲା ଲାନ ସାରା।

ଆର୍. ସି. ରୋଡ, ଭଞ୍ଜନଗର, ଗଞ୍ଜାମ

 2,257 total views,  1 views today

11 thoughts on “*ସ୍ମୃତିଝରା ଜହ୍ନ ରାତି ଓ ଇଛାମତୀ ରାଜକନ୍ୟା — ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

  1. Your way of conveying anything in the following paragraphs is in actual fact good, all be effective at conveniently understand it, Many thanks lots. otertbe.se/map17.php hur l?¤nge ska male ha i silverschampo

  2. Howdy! I could have sworn I’ve been to your blog before but aftergoing through some of the articles I realized it’s new to me.Anyhow, I’m certainly pleased I found it and I’llbe book-marking it and checking back frequently!

Leave a Reply

Your email address will not be published. Required fields are marked *