– ଭାଙ୍ଗିଲୁ ହୃଦୟ ମୋର
**************************
କାଲି କାନ୍ଦୁଥିଲୁ ଅଶ୍ରୁଳ ଝରେଇ
କ୍ଷଣକେ ନ ଥିଲେ ମୁହିଁ
ଅଧୁନା କିଭଳି ମୋ ବିନା ରହିଛୁ
ଆଉ କା’ ସାଥିରେ ତୁହି |
କାଲି ଜାଳୁଥିଲୁ ମୋ ପାଇଁ ଜାଗର
ସଦା ମୋତେ ପାଇବାକୁ
ଆଜି ତୁ କିଭଳି ମୋ ବିନା ରହିଛୁ
କହ ଥରେ ମୋ ମନକୁ |
ନିଃସ୍ଵାର୍ଥ ପ୍ରେମିକା ମୋ ମନ ନାୟିକା
ନାଚୁଥିଲି ମନେ ଭାବି
ଆଜି କାହିଁ ତୁହି ମୋତେ ଦୁରେଇଲୁ
କେଜାଣି କଅଣ ଭାବି |
ଭାବିଦେଲୁ ମୋତେ ମାଟିର ଖେଳଣା
ମନ ମୋର ବାଲିଘର
ତେଣୁ ଖେଳିଦେଲୁ ଖେଳାଳୀଟେ ହୋଇ
ଭାଙ୍ଗିଲୁ ହୃଦୟ ମୋର |
ତୁ ସିନା ଚାଲିଲୁ ମୋ ଠାରୁ ଦୁରେଇ
ହୋଇ କା’ ପ୍ରେମିକା ହୋଇ
ତୁହି ଅଟୁ ମୋର ପ୍ରଥମ ପ୍ରେମିକା
ଶେଷ ମଧ୍ୟ ହେବୁ ତୁହି |
କେମିତି ଚାଲିବି ତୋ ବିନା ପ୍ରିୟା ଲୋ..
ଦଶଦିଗ ଦିଶେ ତିମିର
ଭାବି ମୁଁ ପାରୁନି କେମିତି ବଞ୍ଚିବି
କରିଦେଲୁ ମୋତେ ପର ||
*******************************
✍️ଚିନାପାନା ଲୋକନାଥ ରେଡ଼ି
ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର
ଫିରୋଜ ପେଣ୍ଠ, କତୁରୁ,
ଗୋଳନ୍ଥରା, ବ୍ରହ୍ମପୁର
ଗଞ୍ଜାମ
761009
7606858260
348 total views, 2 views today