ସମ୍ପର୍କର ଖିଅଟିଏ ଯୋଡିବା ବେଳେ
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
କଲମରୁ କାଳିତକ ସରିଗଲା
ତଥାପି ତ ଲେଖା ସରିଲାନି
ଭାବିଥିଲି ଯାହାସବୁ ଲେଖିଯିବି
ଭାବନାରେ ରହିଗଲା କ୍ଷୁଦ୍ର ଏକ
ହତାଶାର ବନ୍ଧନୀ ଭିତରେ।
ଆଖି ବୁଜିଦେଲେ ସବୁକିଛି ଦେଖିହୁଏ
ଅନୁଭବ କରିହୁଏ
ଆଖି ସାମନାର ସାପ
ଖୋଳପା ଭିତର ରାଜକୁମାରୀକୁ।
ଭାବିଥିଲି ଚିଠିଟିଏ ଦେବି; ଲମ୍ବା ଚିଠିଟିଏ
ସମ୍ପର୍କର – ଖିଅ ଯୋଡ଼ିବାକୁ
ସାମ୍ପ୍ରତିକ ଯେତେସବୁ ଦୁଃଖ ମୋର
ଅଧାଦେଇ ମୋରି ସାଥିରେ
ଚକିତ କରିଦେବି ହଠାତ୍ ତୁମକୁ।
ଭାବିଥିଲି ଲେଖିବି ମୁଁ
ଦୂର ପରବତ କଥା, ସ୍ୱଚ୍ଛ ତଟିନୀ
ସୁନ୍ଦର ଝରଣାର କଳୋଚ୍ଛ୍ୱାସ , ତା’ କୂଳରେ
ଆମ୍ବତୋଟା ଅତୀବ ସୁନ୍ଦର
ଦୁଇକଡ ଧାନ କିଆରୀର ଧାନଗଛ
ଶୀତଳ ସଂଜରେ ଥୁରୁ ଥୁରୁ ଥରେ ତୁମ ମୁହଁ ପରି
ସ୍ୱଚ୍ଛ କାଚାକେନ୍ଦୁ ଜଳରେ
ଟିକି ଟିକି ମାଛ ସବୁ ଆଖି ମାରି
ନିମିଷକ ଆପଦସ୍ତ କରେ
ତା’ ପରେ ସାପପରି ଅଙ୍କାବଙ୍କା ରାସ୍ତା
ମାଟି କାଦୁଅର, କଡେ କଡେ ଛୋଟ ଛୋଟ କଣ୍ଟା
ଲାଜକୁଳୀ ଲତା , ଅଚିହ୍ନା ଘାସର।
ଧୀରେ ଧୀରେ ପାଦଦେବ ମାଟିର ପିଠିରେ
କାଢିଦେବ ପାଦରୁ ଦାମିକା ଚପଲ
ଲାଜକୁଳୀ ଲତାପରି ଯିବନି ଝାଉଁଳି
ଏଇ ଗାଆଁ ଲଙ୍ଗଳା ପିଲାଙ୍କୁ ଦେଖି
ଗାଆଁ ମୁଣ୍ଡ ମନ୍ଦିରକୁ ମୁଣ୍ଡିଆ ମାରିବ; ଶୁଭ ମନାସିବ
ମୁଣ୍ଡ ଟେକି ଚାହିଁବ ନାହିଁ ମଣ୍ଡପ ଆଡେ
ଜୁଆ ଓ ତାସ ଖେଳର ଭିତରେ ସଂଜ
ନଇଁ ଆସୁଥିବ ମଣ୍ଡପ ଉପରେ
ରାଜା ନାମ ଜଣା ନଥିବା ବିଡିଟଣା
କୁଜିନେତାଙ୍କ ରାଜନୀତି ଚର୍ଚ୍ଚା,
ନୂଆଁ କରି ବୁଲି ଆସିଥିବା
ସହରୀ ଟୋକାଙ୍କ ଅଶ୍ଳୀଳ ଇଙ୍ଗିତ।
ମୁହଁପୋତି ଚାଲୁଥିବ
ମୁଣ୍ଡଟେକି ଚାହିଁବନି କେବେ
ରାସ୍ତାକଡ କଇଁ ପୋଖରୀକୁ
ଢଳ ଢଳ କଇଁଫୁଲ କାନ୍ଦୁଥିବ
କ୍ରୀଡାରତା ଝିଅଙ୍କ ହାତରେ
ଭିଜା ଭିଜା ମୁକୁଳା ଛାତି
ବାରମ୍ବାର ଲହରୀକୁ ଚୁମୁଥିବ
ବେଳ ଅବେଳରେ, ଶୁଣି ଶୁଣି ଗୀତ
ଚାଲୁ ଥିବ ଗୋପାଳ ପୁଅର
ଶୁଣିବନି ନଈତୁଠ ମାଇପିଙ୍କ ଘରଭଙ୍ଗା କଥା।
ଗାଆଁ ପାଖ ସ୍କୁଲ୍ ଘର ଭଙ୍ଗାରୁଜା
ଚାଳଘର, ନିରବରେ କାନ୍ଦୁଥିବ
କେନ୍ଦେରାର ବେହେଲା ଭିତରେ
ତୁହାଇ ତୁହାଇ ପିଲାଟି ରାହାଧରିଥିବ
ଖୀର ପାଇଁ ଗର୍ଭବତୀ ଗାନ୍ଧାରୀର
ଶୁଖିଲା ସ୍ଥନ କାମୁଡି।
ନୂଆଁ କରି ସଜଡ଼ା ମାଟି – ଝାଟିର
ନୁଆଣିଆ ଚାଳଘର ମୋର
ଜୀବନର ସବୁତକ ସୁଖ ଦୁଃଖ ବନ୍ଧା ଏଠି
ପୁରୁଣା ତାଳପତ୍ର ପୋଥିପରି ଯାହା
ପଡ଼ିରହିଛି ମୁଁ ଏକା ତୁମ ପ୍ରତୀକ୍ଷାରେ।
ବଞ୍ଚିବା ମୋ’ ଜରୁରୀ ଦରକାର
ଅପୂର୍ଣ୍ଣତା ମନ – ହୃଦୟର
ଜଳିବାର ମାନେ ନୁହେଁ ଜଳି ଜଳି ଯିବା
ଦୁଃଖର ମହମ ପରି, ପକ୍ଷୀଟିଏ ପରି
ସୁଖର ପରଟିଏ ମେଲି ଉଡ଼ିଯିବାରେ
ପୂର୍ଣ୍ଣତାର ସଲୀତା ଜଳେନି ଜୀବନ – ଦୀପରେ
ବରଂ ଫେଣ୍ଟା ଫେଣ୍ଟି ସୁଖ ଓ ବିଶ୍ୱାସ,
ମିଳନ – ବିରହ, ତୁମ ଆଉ ମୋ’ ପରି
ଜୀବନର ସ୍ବାଦ।
ଯନ୍ତ୍ରଣାର ନଈପରି ବହିଁଯାଏ ଦିନ
ସ୍ବପ୍ନନିଏ ସଲିଳ ସମାଧି ଆଗାମୀ ଦିନର
ନୈରାଶ୍ୟ ଓ ବେଦନାର କପୋତୀ
ବିଳପିଉଠେ ବଞ୍ଚିବାର ବନ୍ଧନୀ ଭିତରେ
ପକ୍ଷାଘାତ ରୋଗୀପରି ନପାରାଇ କିଛି
ଦୈନ ଓ ଅଭାବର ଯୂପକାଠି
ଦୁର୍ବଳ କରିଦିଏ ସାମ୍ପ୍ରତିକ ଦୁନିଆକୁ ମୋର।
ମଥା ନଇଁ ନଇଁ ଆସିବ
ମୁଣ୍ଡ କାଳେ ବାଜିଯିବ ଘର ମଥାନରେ
ତୁମ ଉପରେ ମୋ’ ଅନେକ ଭରସା
ଅନେକ ଭାବିଛି ମୁଇଁ ଅନେକ ଆଶାର
ମୋ’ ଦୁଃଖ ଏବେ ଏତେ ବଳିଗଲାଣି ଯେ
ଏ ଚିଠିରେ ସବୁ କିଛି ଲେଖି ମୁଁ ପାରୁନି
ଖାସ୍ ତୁମେ ଆସିଗଲେ
ରାତି ରାତି ଉଜାଗର ରହି, ସବୁ ଯିବି କହି
ଯାହା ସବୁ ଭାବିଥିଲି ଲେଖିବାକୁ
ଅଥଚ ଲେଖି ପାରିଲିନି
ଖାଲି ତୁମେ ଆସିଗଲେ
ଦୁଃଖସବୁ ଚିରା କାଗଜ ପରି
ଉଡ଼ାଇଦେଇ ପୁଣି ଆମେ
ନୂଆଁ ରାସ୍ତା ଦେଖିବା
ଆଗାମୀ ସୁଖ ଓ ସ୍ୱପ୍ନର।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ,
ପିନ୍ – ୭୬୧୧୨୬
614 total views, 1 views today
I know this if off topic but I’m looking into starting
my own weblog and was wondering what all is
required to get set up? I’m assuming having a blog
like yours would cost a pretty penny? I’m not very internet
savvy so I’m not 100% certain. Any suggestions or advice
would be greatly appreciated. Cheers 0mniartist asmr
This paragraph presents clear idea in favor of
the new viewers of blogging, that in fact how to do blogging
and site-building. asmr 0mniartist
Hello, I read your new stuff daily. Your writing style is witty, keep
it up! 0mniartist asmr