ତୁମେ ଆଉ ମୁଁ
ଡ଼.ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ତୁମେ,
ପହିଲି ଶୀତର ପୁଲକ
ମତୁଆଲା ସକାଳର ଶୁଭ୍ର ଜଳ ବିନ୍ଦୁ
ସ୍ନିଗ୍ଧ ଓ ସତେଜ
ପ୍ରେମ, ପ୍ରଣୟର ଅବୁଝା ପାଣ୍ଡୁଲିପି
ରାସ – ରସ – ରଙ୍ଗ – ରୂପର
ସମ୍ମୋହିତ ମୂର୍ତ୍ତିଟିଏ
ଚିର କାଳ ଏ ଧରା ଵୁକୁରେ।
ମୁଁ,
ନିର୍ମୋକାଛାଦିତ ନିର୍ବୋଧ ସନ୍ୟାସୀ
ବିଖରିତ ଅତୃପ୍ତ ଆତ୍ମା
ବିଷାଦ – ଜୁଇରେ ଦାଗ୍ଧିଭୂତ
ସଂଶୟ, ସନ୍ଦେହ, କୁଟିଳ – କୁଝଟିକା – ଭରା
ଶୀତୁଆ ସକାଳ, ଚିରକାଳ
ପ୍ରତୀକ୍ଷିତ ତୁମରି ସାନ୍ନିଧ୍ୟ ପାଇଁ…।
ଆର୍. ସି ରୋଡ଼, ଭଞ୍ଜନଗର, ଗଞ୍ଜାମ।