ବର୍ଷା – ୨
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ନାଚିଲା ମୟୂର ଯେବେ
ଉନ୍ମତ୍ତ ଭଙ୍ଗୀରେ
ମୁଁ ଦେଖିଲି ଭାଷା ମେଘ
ଆକାଶେ ଘଟିଲା।
ସାଧବବୋହୂର ମଖମଲ୍ଲୀ
ଉତ୍ତରାରୀୟ ତଳେ
ଶ୍ୟାମଳ ସବୁଜ କ୍ଷେତ
ଧରାରେ ହସିଲା
ମୁଁ ଜାଣିଲି ବରଷା ଆସିଲା।
ବର୍ଷୁକୀ ସଂଜରେ ଯେବେ
ମୋ’ ତନୁ ଭିଜିଲା, ମନ ମୋର
ବାରମ୍ବାର ପ୍ରିୟକୁ ଖୋଜିଲା
ମୁଁ ବୁଝିଲି ବରଷା ଆସିଲା।
ଆର. ସି ରୋଡ, ଭଞ୍ଜନଗର, ଗଂଜାମ, ପିନ – ୭୬୧୧୨୬
1,450 total views, 1 views today