ରାଜପଥ
________________
ବିଜ୍ଞାନ ର ସେହି ବିଶାଳ କାୟାରେ
କ୍ଷୁଦ୍ର ଲୋମବାଳ ଟିଏ ସାଜି
ଅଙ୍କୁରିତ ହୁଏ ତାର ଚର୍ମକୁ ଚୁମ୍ବନ ଯେ କରି
ଉନ୍ନତିର ନାମ ଭଜି।
କଳା ପାଟ ଯୁକ୍ତ ଆବିଳ ତନୁରେ
ଧୂଳି ମାଟିର ସ୍ନିଗ୍ଧ ଆବେଗ କୁ ଭରି ବକ୍ଷେ
ଯାନବାହାନ ସମ୍ଭାରର ବିଷାକ୍ତ ଧୂଆଁ ଯେ ପୁଣି
ବିଞ୍ଚି ଦିଏ ଯମ ଲୋକର ପଥ ଲକ୍ଷେ ଲକ୍ଷେ।
ନେତ୍ରପାତ ହୁଏ ଯେବେ ରାଜପଥ କଡେ
ବୃକ୍ଷଛାୟା ତଳେ ଶିଶିର ବୁନ୍ଦା ରେ ଭିଜା ଘାସ ଗାଲିଚା ଉପରେ
ଶତ ଶତ ଭିକାରୀଙ୍କ ଭିକ୍ଷା ପାଇଁ ସଭା
ତତଲା ଲୁହର ଧାରରେ ଆଖି ପାଉଥାଏ ଶୋଭା।
ଆବିଳ ତନୁ ରେ ମୋର ବକ୍ର କେତେ ଗାର
ଯାନ ବାହନ ସମ୍ଭାର ମୋର ପରିବାର
ଅଷ୍ଟମାସ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପେ ହୋଇଥିବି ବଶ
ଋତୁ ସାର ର ପହିଲି ସ୍ପର୍ଶରେ ବିଛୁରିତ କରେ ନୂଆ ଏକ ବାସ।
ଅଙ୍ଗେ ଅଙ୍ଗେ ଖଚିତ ମୋର ଜୀବନ ରକ୍ଷାର କେତେ ସୂତ୍ର(ଟ୍ରାଫିକ ନିୟମ)
କୁହୁକ ଦୁନିଆରେ ମୋ ଜୀବନ ବିଚିତ୍ର
ଦୁର୍ଘଟଣା ରେ କାହାର ଲହୁ ର ଲାଲ୍ ବର୍ଣ୍ଣେ ହୁଏ ସୁସଜ୍ଜିତ
ଟ୍ରାଫିକ ନିୟମ ଦେଖାଇ ଜୀବନ ରକ୍ଷକ ର ଉପାଧିରେ କେବେ ହୁଏ ମୁଁ ଭୂଷିତ।
_____________________
Omm mishra
Siko,Rajakanika, kendrapada
Hey There, ce fai maci ?