#ନିଃସ୍ବ_ପ୍ରତିବିମ୍ବ

ଛବିର ଆଭାସ ବି କେବେ କେବେ
ବାସ୍ତବିକତାର ପରିଚୟ ଦିଏ,
ଫୁଙ୍ଗୁଳା ଦେହ ମୁକୁଳା କେଶ ବି କେବେ କେବେ
ଦାରିଦ୍ର୍ଯତାକୁ ସୁଚାଏ,
ଧରା ବି ଆଜି ନିଜ ଅନ୍ତଃ ଫାଡି ଚିତ୍କାର କରୁଛି,
ମନର ଉପନିବେଶବାଦିତା ବିନାଶର ପଥ ପରିଷ୍କାର କରାଏ ।

ଶୂନ୍ୟତାରେ ଭରପୁର ଏ ସମାଜ
କେଉଁ ପୂର୍ଣ୍ଣତାର ଗର୍ବ ଦେଖାଏ,
ମୁଣ୍ଡ ମାଳ ମାଳ କଳା ବାଦଲ ଭିତରେ
ଆଶାର କିରଣ ବି ଲୁଚିଯାଏ,
ଭୋକିଲା କୋହ ସିନା ଆଜି ଚୁପ୍ ହୋଇଯାଇଛି,
ଦୌରାତ୍ମ୍ୟର ଅନ୍ଧ ସମାଜରେ ଏ କି ରାଜକତା ଶୋଭାପାଏ ।

ଜୀର୍ଣ୍ଣ କୁଡିଆର ଅନ୍ଧକାର ଭିତରେ
କାହା ସ୍ବପ୍ନ ବି ଆଜି ଶୋଇଯାଏ,
ସୁଖ ପ୍ରାସାଦର ପିପାସାରେ
କାହା ବଞ୍ଚିବାର ଆଶା ବି ବଳି ପଡିଯାଏ,
କ୍ଷମତାର ଚାପ ସିନା ନିର୍ଭିକତାକୁ ପଙ୍ଗୁ କରିଦେଇଛି,
ଏ ଅହଙ୍କାରର ସାମ୍ରାଜ୍ୟ କେଉଁ ଉଷାର ପ୍ରତିକ୍ଷାରେ ।

ସଂଯମତା ବି କେବେ କେବେ
କାହା ଅସହାୟତାର କଥା କହେ,
ଏ ଅସହାୟତା ବି କେବେ କେବେ
ଶିକାରୀର ଆସ୍ପର୍ଦ୍ଧାକୁ ସୁଯୋଗ ଦିଏ,
କାହା ଫୁଙ୍ଗୁଳା ପଣତ ସିନା ଆଜି ବିଦୀର୍ଣ୍ଣ ହୋଇଯାଇଛି,
ଏ ଦୈହିକ ତୃଷ୍ଣା କେବଳ ପାଶବିକତାର ପରିଚୟ ଦିଏ।

ଇଚ୍ଛାର ବେଉସା କରୁ କରୁ
ପାଦ ବୁଡେଇ ଆସେ କଳୁଷତାର ପଙ୍କେ,
ଶୁନ୍ଯ ପୃଥିବୀରେ ଥାଳ ଧରି ବୁଲିଲେ
ମେଞ୍ଚାଏ ବିତୃଷ୍ଣା ହିଁ ମିଳିପାରେ,
ଦିନର ଆଭା ତଳେ ସିନା ସଂଗ୍ରାମୀ ତାରକାଟି ଲୁଚିଯାଇଛି,
ମାତ୍ର ଏକ ନକ୍ଷତ୍ର ହିଁ ଧରାକୁ ସମୂଳେ ନାଶ କରିପାରେ ।

ଜ୍ୟୋତିର୍ମୟୀ ସାହୁ

 98 total views,  2 views today

One thought on “*ନିଃସ୍ବ_ପ୍ରତିବିମ୍ବ– ଜ୍ୟୋତିର୍ମୟୀ ସାହୁ*”
  1. Howdy! I’m at work surfing around your blog from my new apple iphone!
    Just wanted to say I love reading through your blog and
    look forward to all your posts! Carry on the outstanding work!

Leave a Reply

Your email address will not be published. Required fields are marked *