March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ଭାଟ– ଜ୍ୟୋତିର୍ମୟୀ ସାହୁ*

#ଭାଟ

ଭାଟ….. ଭାଟ….. ହଁ… ମୁଁ….. ଅଟେ.. ଭାଟ…..
କରିଥାଏ ସବୁଥିରେ ବିଭ୍ରାଟ…..
ବିତୃଷ୍ଣାର ବିଜ ବପନ କରି
ସ୍ବର୍ଣ୍ଣିମ କ୍ଷେତରେ ମାତିଯାଏ ପଙ୍ଗପାଳ ଖାଲି
ଆହା!!..କେଡେ ଚତୁର ଜୀବ ମୁଁ ….
ଶୃଗାଳ ବି ବଳି ପଡିଯିବ କୁଟଚକ୍ରାନ୍ତର ପାଶ
ହଁ…..ହଁ…… ମୁଁ….. ଅଟେ… ଭାଟ…
କରିଥାଏ ସବୁଥିରେ ବିଭ୍ରାଟ……

ହଁ…….. ହଁ ………ମୁଁ ……..ତୋଷାମଦିଆ …..
ପ୍ରବୃତ୍ତି ମୋର ଅନ୍ୟକୁ ଚାଟିବା …….
ଅନାବଶ୍ୟକ ମହଣ ଘିଅରେ
ଅଭିଷେକ କରିଦିଏ ଦେହ ସାରା
ଓଃ…!!… କି….. ଆନନ୍ଦ ….
ପ୍ରଫୁଲ୍ଲିତ ମନ ମୋର ବନ୍ଧ ବାଡ ମାନେନା
ହଁ….. ହଁ….. ମୁଁ …..ତୋଷାମଦିଆ ….
ପ୍ରବୃତ୍ତି ମୋର ଅନ୍ୟକୁ ଚାଟିବା …..

ହଁ…… ହଁ……. ମୁଁ…… ଗଳିପଶା…..
ବିଭ୍ରାନ୍ତର ମୋତେ ଲାଗିଛି ନିଶା ……
ଦୌଲତର ଉଆସରେ ଲାଗିଛି
ଆକାଂକ୍ଷିତ ସ୍ବପ୍ନର ବେଉସା…….
ଧିକ୍…!!…ମୋର ପାରିବାପଣିଆ …..
ଆତ୍ମବିଶ୍ବାସରେ ଲଗେଇଛି ଅପାରଗତାର ସୀମାରେଖା
ହଁ….. ହଁ…… ମୁଁ …..ଗଳିପଶା ……
ବିଭ୍ରାନ୍ତର ମୋତେ ଲାଗିଲା ନିଶା…….

ଚାଟୁକାର…. ମୁଁ…… ଅଟେ ବଡ ଚାଟୁକାର ……
ପ୍ରରୋଚନାର ଶବ୍ଦ ମୋ ପାଇଁ ପ୍ରିୟ
ବ୍ୟର୍ଥ ଉପମାର ଆଭୁଷଣ ପିନ୍ଧେଇ..
ଅପେକ୍ଷା କରେ ଅଙ୍ଗ ମଇଲମ ପାଇଁ…
ଚମତ୍କାର.. ବାଣିଜ୍ୟିକ ମୁହିଁ ….!!!
ବାର୍ତ୍ତାର ବ୍ୟାପାର ମୋର ଏକମାତ୍ର ଜୀବିକା ଭାରି
ଚାଟୁକାର…… ମୁଁ…. ହଁ……. ଚାଟୁକାର ହେବି
ବିନା ପରିଶ୍ରମେ ବିଶ୍ବ ଜିଣିବି…..

ମୁଁ…… ଏକ….. ଅଜବ……. ଖୋସାମତକାରୀ
ରଜାଙ୍କ ପ୍ରିୟ ପାତ୍ର ଭାରି ……..
ବାଣୀର ଚତୁରତାରେ ହୃଦୟ ନିଏ କିଣି
ଆଳାପର ବିଚକ୍ଷଣ ସଂଳାପକାରୀ
ଖୁବ୍ ବଢିଆ…!!!… ମୁଁ …..ନାଟ୍ୟକାରୀ…
ଜୀବନ ମୋର ବିତିଯାଏ କୁମ୍ଭୀରର ଅଶ୍ରୁ ଢାଳି ଢାଳି
ହଁ….. ମୁଁ …..ଅଜବ ଖୋସାମତକାରୀ….
ଖୋସାମତ କରିବା ମୋ ପ୍ରବୃତ୍ତି…..

ଭାଟ…… ଏ ବି ଏକ ଜୀବ…..
……..ନା ଏକ ଚରିତ୍ର
ବଞ୍ଚେ ନିଜ ପାଇଁ ଖାଲି
ଅନ୍ୟର ସର୍ବନାଶରେ ମିଳେ ଖୁସି
……….
ତଥାପି ଅଧାପେଟିଆ
………..ସେମିତି ଦାନ୍ତ କାମୁଡି ପଡିଥାଇ ।।

ଜ୍ୟୋତିର୍ମୟୀ ସାହୁ

 307 total views,  2 views today

Leave a Reply

Your email address will not be published. Required fields are marked *