#ଆସ୍ପର୍ଦ୍ଧାର_ହୁଙ୍କାର
ଆତ୍ମଗ୍ଲାନିର ଦୁନିଆରେ ପଶାପାଲିର ପଶରା ମାଳ ମାଳ,
ଛକାପଞ୍ଝାରେ ବାଜି ଲାଗେ ନିରୀହ ଜୀବନ ବର୍ତ୍ତିକାର ।
ବନ୍ଧକର ବନ୍ଦୀଶାଳେ ବନ୍ଧା ପଡିଛି ବିହଙ୍ଗ ମାତ୍ରକ ,
ହେଲେ ବାନ୍ଧି ରଖିପାରିବନି କାହା ଆସ୍ପର୍ଦ୍ଧାର ହୁଙ୍କାର ।
ଜଞ୍ଜିରର ବେଡିରେ ଅଟକି ଯାଇପାରେ କାହା ଅଶ୍ରୁ,
ଲୋତକର ବନ୍ୟା କେବେ ଧୋଇପାରିବନି ମନର ବୁକୁ।
ଶୋଣିତ ଧାରରେ ହୁଏତ ଅଟକି ଯାଇପାରେ ଆସ୍ଫାଳନ,
କେବେ ପରାଜୟ ମଣିନି ଲେଖନୀର ଭ୍ରୁକ୍ଷେପ ।
ଅହଙ୍କାରର ବଶବର୍ତ୍ତୀ ଖାଲି ଅଟ୍ଟହାସ୍ୟର ପରାଭବ,
ଗର୍ବକୁ ମସ୍ତକେ ବାହୀ ନରେଶର ବିକଟାଳ ବିଳାପ ।
ମିଛ ଭାବନାରେ ସ୍ବଦେଶେ ନିଜକୁ ମଣି ବୈଷ୍ଣବ ,
ଅଜାଣତେ ନିଜପରେ କରେ ଅଦୃଶ୍ୟ କୁଠାରଘାତ ।
ଭ୍ରାନ୍ତିର ଭୟ ସିନା ଚୁପ୍ କରିପାରିବ କାହା ମୁଖ ,
ସବୁ ବୃଥା ଯେବେ କଲମ ଦେବ ଅକ୍ଷରକୁ ରୂପ ।
କାହା କୁଟଚକ୍ରାନ୍ତର ନିର୍ଣ୍ଣାୟକ ନୁହେଁ ଶବ୍ଦ ସମୂହ ,
ନିସୃତିକୁ ପଥର ଅନାବଶ୍ୟକ ସେ ନିଜେ ସ୍ବୟଂଶିଦ୍ଧ ।
–ଜ୍ୟୋତିର୍ମୟୀ ସାହୁ
282 total views, 1 views today