March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଇନ୍ଦ୍ରଫାଶ- ଏକ ପ୍ରେମ କାହାଣୀ– ଜ୍ୟୋତିର୍ମୟୀ ସାହୁ*

#ଇନ୍ଦ୍ରଫାଶ- ଏକ ପ୍ରେମ କାହାଣୀ

ଯେବେ ବନ ଉପବନରେ ମଳୟ ର ଧାରା ବହେ, ପ୍ରକୃତି ରାଣୀ ନୂଆ ବୋହୂ ପରି ସଜେଇ ହୋଇଯାଏ। ନବ ପଲ୍ଲବରେ ପଲ୍ଲବିତ କୁସୁମର ଶୋଭା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ। ଆଉ ଯେବେ ମନ ଉପବନରେ ବସନ୍ତ ବହେ, ସେ ମାଧୁରୀର ଶ୍ରାବଣରେ ଭିଜି ଯିବା ପାଇଁ ଇଚ୍ଛା ହୁଏ। ଅନୁଭବର ମୂର୍ଚ୍ଛନା ଆପେ ତାଳ ଧରିନିଏ। ସେ ରାଇଜରେ ବାଟ ହଜେଇ ଦେବା ପାଇଁ ଇଚ୍ଛା ହୁଏ । ଶାଶ୍ଵତ ପ୍ରେମର ଗଭୀରତାରେ ହୃଦୟକୁ ସମର୍ପି ଦେବା ପାଇଁ ମନ ହୁଏ। ପ୍ରେମର ଇନ୍ଦ୍ରଫାଶରେ ବାନ୍ଧି ନିଏ କାହା ପାଖେ। ସେ ବନ୍ଧନରେ ମଧୁରତାରେ କଷ୍ଟ ବି ମିଠା ମିଠା ଲାଗେ। କିନ୍ତୁ ପ୍ରେମର ଏ ଇନ୍ଦ୍ରଫାଶ କି ଇନ୍ଦ୍ରଫାଶର ପ୍ରେମରେ ସେ। ଅନାବିଳ ପ୍ରେମରେ ନ ଥାଏ ଆଶା ଆକାଂକ୍ଷାର ବହ୍ନି । ଥାଏ କେବଳ ହୃଦୟ ଭରା ପ୍ରେମ ଆଉ ପ୍ରେମ।

ଡାକ୍ଟର ଶୁଭକାନ୍ତ ପାଠକ। ପେଶାରେ ଓ ନିଶାରେ ହୃଦୟ ଚୋରି କରନ୍ତି । ସାପ୍ତାହିକ ସମ୍ବାଦର ସମସ୍ତଙ୍କ ପ୍ରିୟ ଇନ୍ଦ୍ରିଫାଶ ର ସ୍ରଷ୍ଟା ଓ ସର୍ଜନାକାର ଡା ଶୁଭକାନ୍ତ ତାଙ୍କ ଶବ୍ଦ ସମସ୍ତଙ୍କ ହୃଦୟରେ ସୃଷ୍ଟି କରିଛି ଏକ ସ୍ବତନ୍ତ୍ର ପରିଚୟ। ପାଠକଙ୍କ ଆକଷର୍ଣ ଟାଣି ଆଣେ ସମ୍ବାଦର ସାପ୍ତାହିକ ଫର୍ଦ୍ଦ ନିକଟକୁ। ଆଜି ଏ ଶୁଭ ଅବସରରେ ସାପ୍ତାହିକ ପତ୍ରିକାର ସଫଳତାର ଶ୍ରେୟ ଯାଉଛି ସୁନାମ ଧେୟ ଲେଖକ ଡାକ୍ତର ଶୁଭକାନ୍ତ ପାଠକଙ୍କୁ। ଆଜି ଏ ମଞ୍ଚ ସମ୍ମାନୀତ କରୁଛି ମହାଶୟଙ୍କୁ। ମଞ୍ଚ ଉପରେ ସମ୍ମାନ ଗ୍ରହଣ କରୁଛନ୍ତି ତରୁଣ ଡାକ୍ତର ମହାଶୟ । ଆଉ ସାମ୍ନାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମ୍ବାଦର ବହୁ ନିୟମିତ ପାଠକ। ସମସ୍ତଙ୍କ ତାଳିର ଆନନ୍ଦ କଲ୍ଲୋଳ ଗୁଞ୍ଜରିତ ହୋଇଯାଉଥାଏ ଉତ୍ସବ ସାରା। ଆଉ ସେ ଭିଡ ଭିତରେ ଠିଆ ହୋଇଥିବା ଶୁଭର ଖୁସିର ଠିକଣା ନାହିଁ। ଖୁସିରେ ନାଚି ଯାଉଛି ସମସ୍ତଙ୍କ ସାମ୍ନାରେ । ଆଉ ଯେତେବେଳେ ଡାକ୍ତର ବାବୁ ସମ୍ମାନ ଧରି ଘରକୁ ବାହାରିଲେ ତାଙ୍କ ଆଗରେ ପ୍ରଶଂସକଙ୍କ ଲମ୍ବା ଧାଡି। ସମସ୍ତଙ୍କୁ ଠେଲା ପିଲା କରି ପହଞ୍ଚି ଗଲା ଯାଇ ଡାକ୍ତର ବାବୁଙ୍କ ପାଖେ ।
ଶୁଭ- ସର୍ ଅଟୋଗ୍ରାଫ୍ ପ୍ଲୀଜ୍!
ଶୁଭକାନ୍ତ ତାର ଅନୁରୋଧ ରଖି ତା ହାତରେ ଲେଖିଦେଲେ ତାଙ୍କ ନାଁ। ଓଃ କି ଖୁସି! ସେ ସେଇଠି ସ୍ଥାଣୁ ହୋଇଗଲା । ନିଜ ହାତକୁ ଦେଖି ମନେ ମନେ ଖୁବ୍ ଆନନ୍ଦିତ ହୋଇଗଲା।
ଠିକ୍ ଏଇ ସମୟରେ ଶୁଣା ଗଲା, ହଇଲୋ ଏ ପୋଡାମୁହିଁ । ଦିନ ଆସି ଦୁଇ ଘଡି ହେବ ଉଠିବୁକି ନାହିଁ । ଘରଟା ଯାକର ପାଇଟି ପଡିଛି । ଆଜି କ’ଣ କାମକୁ ଯିବୁ ନାହିଁ କି? ରାଜକୁମାରୀ ଙ୍କ ନିଦ ଭାଙ୍ଗିବ କି ନାହିଁ ଆଜି? ହଠାତ୍ ଆଖି ଖୋଲି ଦେଖେ ତ ସେ ଖଟରେ।

ଶୁଭ- ବୋଉ । ( ବହୁତ ବିରକ୍ତ ହୋଇ) ଏତେ ସୁନ୍ଦର ସ୍ୱପ୍ନଟେ ଦେଖୁଥିଲି ସବୁ ଭାଙ୍ଗିଦେଲା। (ଘଣ୍ଟା କୁ ଚାହିଁ) ଛଅଟା ବାଜିଛି, ନଅଟା ହେଲା ଭଳିଆ ଚିଲଉଛି ।
ଭାରି କଷ୍ଟେ ମଷ୍ଟେ ଉଠି କରି ଆସିଲା। ତରବର ହୋଇ ଘରର ସବୁ ବାସି କାମ ସାରିଲା। ନିଜ ନିତ୍ୟ କର୍ମ ସାରି ରନ୍ଧାବଢା ସାରି ଦେଇ ଖାଇ ସାରିଲା ବେଳକୁ ମିତା ଆସି ଡାକ ପକାଇଲା।
ଶୁଭ- ରହ ବୋଉକୁ ଔଷଧ ଦେଇ ବାହାରୁଛି।
ତାପରେ ବାହାରି ପଡିଲେ ଦୁହେଁ କାମକୁ।
ଶୁଭ । ଶୁଭଶ୍ରୀ ମିଶ୍ର । ଅତି ଗରିବ ଘରର ଝିଅଟିଏ। ବାପ ଛେଉଣ୍ଡ। ରୋଗୀଣା ବୋଉ। ପାଖ କପଡା କାରଖାନାରେ ସିଲେଇ କାମ କରେ। ପାଠ ବଢିବା ପାଇଁ ଇଚ୍ଛା ଥିଲେ ବି ଭାଗ୍ୟ ସାଥ ଦେଲାନି। ଘରର ସବୁ ଦାଇତ୍ବ ସହ ରୋଜଗାରର ବୋଝ ଖୁବ୍ କମ୍ ବୟସରୁ। ଆଉ ଯଦି କେବେ ଖାଲି ସମୟ ପାଏ ଗାରେଇ ଦିଏ କିଛି ତା ମନର ଅକୁହା କଥା। ଆଉ ସେ ସବୁ ସେ ପ୍ରତି ସପ୍ତାହରେ ନେଇ ଦେଇ ଆସେ ସମ୍ବାଦ ଅଫିସ୍ ରେ। ଆଉ ପ୍ରତି ସପ୍ତାହରେ ଖବରକାଗଜ ର ଗୋଟେ ଭାଗରେ ଛପା ହୁଏ ତା କବିତା।
ମିତା ଓ ଶୁଭ ସାଙ୍ଗ ହୋଇ ବାହାରିଲେ ।
ଶୁଭ- ମିତା ଚାଲ ଆଗେ ସମ୍ବାଦ ଅଫିସ୍ ଯିବା।
ମିତା- କ’ଣ ଆଜି ବି ଅଛି କିଛି ନା
ଶୁଭ- ତୁ ବି ନା । ଆରେ କବିତା ଦେଇ ଆସିବା । ଆଉ ତୁ ଜାଣିଛୁନା ମୁଁ ଆଜି ସ୍ୱପ୍ନରେ କାହାକୁ ଦେଖିଲି?
ମିତା- ଜାଣିଛି । ତୋ ସ୍ୱପ୍ନରେ ଡାକ୍ତର ବାବୁ ଛଡା ଆଉ କିଏ ଆସିବାର ତ ମୁଁ ଶୁଣିନି। ଫିର୍ ଆଜି କ’ଣ ହେଲା?
ଶୁଭ- ଓଃ ! ଆଜିନା ମୁଁ ତାଙ୍କଠୁ ଅଟୋଗ୍ରାଫ୍ ଆଣିଲି। ( ଖୁସିରେ ନାଚି ଯାଉଥାଏ ଶୁଭ) । ହେଲେ ମୋ ବୋଉ ଠିକ୍ ଟାଇମ୍ ରେ ସବୁ ବିଗାଡି ଦେଲା।
ମିତା- ପାଗଳ ଗୋଟେ ତୁ ! ହଉ ସମ୍ବାଦ ଅଫିସ୍ ଆସିଗଲା। ଶୀଘ୍ର ଦେଇ ବାହାରିବା। କାମରେ ପହଞ୍ଚିବାରେ ଡେରି ହୋଇଗଲେ ସେ ବୁଢା ଚିଲେଇବ।
ଶୁଭ- ହଉ।
କବିତା ଦେଇ ବାହାରିବା ବେଳେ
ଶୁଭ- ରହ ରହ ।
ମିତା- ଫିର କ’ଣ?
ଶୁଭ- ଇନ୍ଦ୍ରଫାଶ।
ମିତା- ଧେତ ତେରି। ଇନ୍ଦ୍ରଫାଶ ତୋତେ ପାଗଳ କରିଛି କି ତୁ ଇନ୍ଦ୍ରଫାଶର ପାଗଳାମିରେ କେଜାଣି ?
ଶୁଭ ଦୌଡିଗଲା ପତ୍ରିକା ଆଣିବାକୁ।

ଡାକ୍ତର ଶୁଭକାନ୍ତଙ୍କ ଇନ୍ଦ୍ରଫାଶ ସମସ୍ତ ପାଠକଙ୍କୁ ତ ସମ୍ମୋହିତ କରିଦେଇଛି ତ ସେ ଫାଶର ଶିକାର ଶୁଭ ବା କେମିତି ନ ହେବ। ହେଲେ ଇନ୍ଦ୍ରଫାଶର ପ୍ରେମ ରେ ନା ଡାକ୍ତର ବାବୁଙ୍କର? ପ୍ରେମ କେବେ ବନ୍ଧ ବାଡ ମାନେନା । କେତେବେଳେ କିଏ ମନ ଭିତରେ ଘର କରି ବସେ ଜଣା ପଡେନା। ନିଜ ସ୍ୱପ୍ନ ରାଇଜରେ ଦେଖି ଚାଲିଛି ଶୁଭ ଅନେକ ରଙ୍ଗିନ୍ ସ୍ୱପ୍ନ ତା ଡାକ୍ତର ବାବୁଙ୍କ ସହ। କେବେ ବାସ୍ତବରେ ଭେଟି ନାହିଁ ହେଲେ ନିତି ଭେଟେ ସ୍ୱପ୍ନରେ ଆଉ ପ୍ରତି ସପ୍ତାହରେ ଇନ୍ଦ୍ରଫାଶରେ ।

ଡାକ୍ତର ଶୁଭକାନ୍ତ ପାଠକ ଜଣେ ତରୁଣ ହୃଦୟ ବିଷାରଦ। ଡାକ୍ତର ହିସାବରେ ଖ୍ୟାତି ଯେମିତି ଲେଖକ ଭାବେ ମଧ୍ୟ ଖୁବ୍ ଜଣାଶୁଣା। ଅନେକ ପୁସ୍ତକ ଲେଖିଛନ୍ତି କିନ୍ତୁ ଇନ୍ଦ୍ରଫାଶର ଜାଲରେ ବାନ୍ଧି ହୋଇ ଯାଇଛନ୍ତି ତାଙ୍କ ପ୍ରିୟ ପାଠକ ମାନେ।

ଡାକ୍ତର ବାବୁ ଦିନେ ବସି ସମ୍ବାଦ ପଢୁଥା’ନ୍ତି । ପଢୁ ପଢୁ ଗୋଟେ କବିତା ପାଖେ ତାଙ୍କ ନଜର ଅଟକି ଗଲା। ତଳେ ନାଁ ପଢିଲେ। ଶୁଭଶ୍ରୀ ମିଶ୍ର । ଗୋଟେ ଚିଠି ଲେଖିଲେ ସମ୍ବାଦ ଅଫିସ୍ କୁ। ତା ପର ଦିନ କବିତା ଦେବା ପାଇଁ ଯାଇଥାଏ ଶୁଭ । ସମ୍ପାଦକ ମହାଶୟ ତାକୁ ଡାକି ଚିଠିଟିଏ ଧରାଇଦେଲେ । ଚିଠିଟି ପଢିବା ପରେ ବିଶ୍ବାସ କରିପାରିଲା ନାହିଁ । ଖୁସିରେ ମିତାକୁ କୁଣ୍ଢେଇ ପକେଇ କହିଲା ଦେଖ ମୋ ପାଇଁ ଡାକ୍ତର ବାବୁଙ୍କ ଚିଠି ଆସିଛି । ମୁଁ ତାଙ୍କୁ କାଲି ଭେଟିବା ପାଇଁ ଯାଉଛି। ଆନନ୍ଦରେ ବିଭୋର ଶୁଭର ମନ ପକ୍ଷୀ ଆଉ ଘର ଧରୁ ନଥାଏ । ମିତା କିନ୍ତୁ ଏ ସବୁକୁ ଆଦୌ ବିଶ୍ବାସ କରି ପାରୁ ନଥାଏ। ସେ ଶୁଭକୁ ତାଗିଦ୍ କଲା ଦେଖ ଏତେ ବଡ ଲେଖକ ତୋତେ କ’ଣ ପାଇଁ ଦେଖା କରିବେ। ତୁ ଆଉ କିଛି ଭୁଲ କରିନୁ ତ! ଶୁଭ ର ମନ ତ ଆକାଶରେ ଉଡୁଛି। ସେ ମିତାର କଥାକୁ ମନକୁ ନେଇ ପାରିଲା ନାହିଁ ।
ରାତିରେ ତା ଆଖିକୁ ଆଉ ନିଦ ନାହିଁ । ସକାଳୁ ସଅଳ ସଅଳ କାମ ସାରିଦେଲା। ହେଲେ କ’ଣ କରିବ ଆଇନା ଆଗରେ ଯେତେ ସଜେଇ ହେଲେ ବି ମନ ବୁଝୁନି। ଅଧଘଣ୍ଟା ଲାଗିଗଲା। ବାହାରିକି ପହଞ୍ଚିଗଲା ଅଫିସ୍ । ଡାକ୍ତର ବାବୁଙ୍କ ର କିଛି କାମ ଯୋଗୁଁ ଟିକେ ଡେରି ହୋଇଗଲା । ସେମିତି ଅପେକ୍ଷା କରିଥାଏ ଶୁଭ । ଘଣ୍ଟାଏ ପରେ ଆସିଲେ ଡାକ୍ତର ବାବୁ। ଭିତରକୁ ଡକାଇଲେ ଶୁଭକୁ। ଶୁଭ ଯାଇ ପହଞ୍ଚିଲା ଡାକ୍ତର ବାବୁଙ୍କ ସାମ୍ନାରେ ।
ତାର ସରଳ ସୁଢଳ ଚେହେରା ଆଉ ସୁନ୍ଦରତାରେ ହଜିଗଲେ ଶୁଭକାନ୍ତ । ଅପଲକ ନୟନରେ ଚାହିଁ ରହିଥାନ୍ତି ଶୁଭକୁ। ସେଇଠି ହିଁ ହେଲା ଦୁହିଁଙ୍କର ପ୍ରଥମ ଥର ଦେଖା।

ଏଣେ ଶୁଭର ଅବସ୍ଥା ବି ଅସମ୍ଭାଳ। ଯାହାକୁ ନିତି ଯେ ସ୍ୱପ୍ନ ରେ ଭେଟେ ସେ ଆଜି ତା ସମ୍ନାରେ।
ହୃଦୟର ସ୍ପନ୍ଦନରେ ତାର ଦେହ ଥରି ଯାଉଥାଏ। ନିଜକୁ ସଂଜତ କରିବ କି ନିଜ ଅନୁଭବକୁ । ସେମିତି ନିଜକୁ ଜାବୁଡି ଠିଆ ହୋଇଯାଏ ଡାକ୍ତର ବାବୁଙ୍କ ସାମ୍ନାରେ।
ଏଇ ସମୟରେ ପିଓନ ଆସି ପହଞ୍ଚିଲା ଚା’ ଦେବା ପାଇଁ । ସେ ଆସିବାରୁ ଡାକ୍ତର ବାବୁ ସଚେତନ ହୋଇଗଲେ। ଶୁଭକୁ ଡାକି ବସିବା ପାଇଁ କହିଲେ। ଆଉ ଡାକ୍ତର ବାବୁ କହିବା ଆରମ୍ଭ କଲେ-
‘ ମୁଁ ସମ୍ବାଦରେ ତୁମ କବିତା ପଢିବା ପରେ ମୋତେ ଏତେ ଭଲ ଲାଗିଲା ଯେ ମୁଁ ଦେଖା କରିବା ପାଇଁ ସମ୍ବାଦ ଅଫିସ୍ ରେ ଜଣେଇ ଥିଲି। ମୁଁ ଶିଶୁ ସାହିତ୍ୟ ଉପରେ ଗୋଟେ ପ୍ରକଳ୍ପ କରିବା ପାଇଁ ଯାଉଛି। ସେଥିପାଇଁ ମୁଁ ତୂମ ସାହାଯ୍ୟ ଚାହୁଁଛି। ‘
ଏତକ ଶୁଣିବା ପରେ ଶୁଭ ଆଚମ୍ବିତ ହୋଇ ଚାହିଁ ରହିଲା ଡାକ୍ତର ବାବୁଙ୍କୁ। ମନେ ମନେ କହୁଥାଏ, ‘ଶୁଭ ତୁ ଆଉ ସ୍ୱପ୍ନ ଦେଖୁ ନାହୁଁ ତ ! ‘ ଏ ଭିତରେ ଦୁଇ ଥର ପଚାରି ସାରିଲେଣି ଶୁଭକୁ। ଶେଷରେ ଥଙ୍ଗ ଥଙ୍ଗ ହୋଇ କହିଲା__ ହଁ।
ଡାକ୍ତର ବାବୁ କହିଲେ ଯଦି ତୁମେ ଚାହୁଁଛ ତେବେ ଏ ମୋର ଅଫିସ୍ ଠିକଣା। କାଲି ପୁଣି ଦେଖା ହେବା ଦଶଟା ବେଳେ। ‘
ଏତିକି ପରେ ଶୁଭ ବାହାରି ଆସିଲା ସେଠୁ। ସେ ଖୁସି ବର୍ଣ୍ଣନା ବି କରି ହେବନି। ବାହାରକୁ ଆସି ମିତା କୁ ଧରି ନାଚି ପକେଇଲା। ମିତା ମୁଁ ନିଜକୁ ବିଶ୍ଵାସ କରି ପାରୁନି କି ମୁଁ ଡାକ୍ତର ବାବୁଙ୍କ ସହ କାମ କରିବା ପାଇଁ ଯାଉଛି। ବାଟ ସାରା ବାସ୍ ଏଇ ଗୋଟେ ଧାଡି କଥା ମିତାକୁ କହି କହି ବିରକ୍ତିଆ ବି କରି ସାରିଲାଣି। ହେଲେ ମିତା ଜାଣିଛି ଏ ତା ପାଇଁ କେତେ ବଡ ଖୁସିର ଦିନ। ସେ ବି ବହୁତ ଖୁସି ତାକୁ ଏମିତି ଖୁସି ଦେଖି। ଏ ଭାଗ୍ୟ ଦେବୀଙ୍କର ପ୍ରସନ୍ନତା କି ତାର ସୌଭାଗ୍ଯ ସେ ଯାହା ବି ହେଉ ଏତେ ଛୋଟ ବୟସରୁ ଜୀବନ ଜଞ୍ଜାଳ ଭିତରେ ହଜେଇ ଦେଇଥିବା ଝିଅଟି ପାଇଁ ଥିଲା ସେ ଦିନ ସବବୁଠାରୁ ସ୍ମରଣୀୟ ଦିନ।

ଶୁଭ- କିଛି ବି ହେଉ ଆଜି ସେ ବୁଢାକୁ ମନେଇ କାଲି ପାଇଁ ଛୁଟି ନେବାକୁ ହେବ।

ମିତା – ତୁ ବ୍ୟସ୍ତ ହେ ନା। ମୁଁ ସବୁ ସମ୍ଭାଳି ନେବି।

ଓଃ ହ । ଶୁଭର ପାଦ ମାଟିରେ ଲାଗୁ ନଥାଏ। ପରଦିନ ସେ ସଠିକ୍ ସମୟରେ ଯାଇ ପହଞ୍ଚିଗଲା ଅଫିସ୍ ରେ ଆଉ ତା ପରେ ଆରମ୍ଭ ହୋଇଗଲା ପ୍ରକଳ୍ପର କାର୍ଯ୍ୟ । ସେ ଡାକ୍ତର ବାବୁଙ୍କୁ କହି ତା କାରଖାନା କାମ ପରେ ସେ ଅଫିସ୍ ଆସି ପାରିବ ବୋଲି ଅନୁମତି ଆଣିନେଲା। ଆଉ ନିଜ ସାଧ୍ୟ ମତେ ଯେତିକି ହୋଇପାରେ କରି ଚାଲେ । ଆଉ ଏ ସବୁ ଭିତରେ ବି ଚାଲେ କିଛି ନୂଆ ଅନୁଭୁତି। ଦୁହେଁ ଏତେ ନିକଟରେ ସାଥୀ ହୋଇ କାମ କରିବା ସାଙ୍ଗେ ସାଙ୍ଗେ ଶୁଭକାନ୍ତ ଙ୍କ ହୃଦୟରେ ଶୁଭ ପାଇଁ ସୃଷ୍ଟି ହୋଇଯାଏ ଏକ ସ୍ବତନ୍ତ୍ର ସ୍ଥାନ । ଆଉ ଶୁଭ ତ କେବେ ଠାରୁ ନିଜ ହୃଦୟ ଦେଇ ବସିଛି ଡାକ୍ତର ବାବୁଙ୍କୁ। ଦୁହିଁଙ୍କ ଅଜାଣତରେ ଏକ ଖିଆଲି ଦୁନିଆରେ ତିଆରି ହୋଇ ଚାଲିଛି ଏକ ସଂପର୍କ । ଯେଉଁ ଡାକ୍ତର ବାବୁଙ୍କୁ ନିତି ସେ ସ୍ୱପ୍ନରେ ଭେଟେ ଆଜି ଭେଟୁଛି ବାସ୍ତବରେ । କାମ ଭିତରେ କେବେ କେବେ ମନେ ମନେ ମୁରୁକି ମୁରୁକି ହସେ ତ କେବେ ମାନ ଅଭିମାନରେ ଲାଲ ହୋଇଯାଏ । ଡାକ୍ତର ବାବୁଙ୍କ ଅବସ୍ଥା ବି କିଛି କିଛି ସେମିତି।
ଦିନକର ଘଟଣା। ସେଦିନେ ଅଫିସ୍ ଆସିବାର ଖୁବ୍ ବିଳମ୍ବ ହେଲା। ଆସିବା ବେଳକୁ ଅପେକ୍ଷା କରି କରି ବିରକ୍ତିରେ ଯେବେ ପଚାରନ୍ତେ ଶୁଭ ସମ୍ଭାଳି ପାରିଲା ନାହିଁ । ଭୋ ଭୋ ହୋଇ କାନ୍ଦି ପକାଇଲା। ଲୁହ ର ଭିଜା ବର୍ଷାରେ ରାଗର ବହ୍ନି କୁ ବୁଝେଇ ପାଖକୁ ଯାଇ କ’ଣ ହୋଇଛି ବୋଲି ପଚାରିଲେ ।
ଶୁଭ କାନ୍ଦି କାନ୍ଦି କହିଲା ମୋ ବୋଉର ହାର୍ଟ ଅପରେଶନ ପାଇଁ ଦୁଇ ଲକ୍ଷ ଟଙ୍କା ଆଣି ଜମା କରିବା ପାଇଁ କହିଛନ୍ତି । ଆଉ ଯଦି ନ କରେ ତ ସକାଳୁ ବେଡ୍ ଖାଲି କରିଦେବା ପାଇଁ ତାଗିଦ୍ କରିଛନ୍ତି । ମୁଁ କ’ଣ କରିବି ।
ଧାର ଅଶ୍ରୁରେ କୋହର ବେଦନା ଅସମ୍ଭାଳ। ସେତିକିରେ କୁଣ୍ଢାଇ ପକାଇଲେ ଶୁଭକୁ । କୁଣ୍ଢାଇ ଧରି କହିଲେ ତୁ ବ୍ୟସ୍ତ ହେ ନି ।ସବୁ ଠିକ୍ ହୋଇଯିବ । ଶୁଭକୁ ବୁଝେଇ ଦେଲେ ହେଲେ ସିନା ହେଲେ ଶୁଭକାନ୍ତ ନିଜେ ବି ନିଜ ଆଖିର ବନ୍ୟାରେ ଭିଜିଗଲେ।

ତା ପରଦିନ ସକାଳ। ସମସ୍ତଙ୍କ ଠାରୁ ନିରାଶ ହୋଇ ଶେଷରେ ନିଷ୍ପତ୍ତି ନେଲା ନିଜର କିଡିନି ବିକ୍ରି କରିଦେବ। ଡାକ୍ତରଖାନାରେ ପହଞ୍ଚବାପରେ ପରିସ୍ଥିତି ଥିଲା ଅଲଗା ପ୍ରକାରର । ଯେ କାଲି ବେଡ୍ ଖାଲି କରିଦେବା ପାଇଁ କହିଥିଲେ ସେ ଆସି କ୍ଷମା ମାଗିଲେ ଶୁଭକୁ। ଆଉ କହିଲେ ମୁଁ ଜାଣି ନ ଥିଲି କି ଆପଣ ଡାକ୍ତର ଶୁଭକାନ୍ତଙ୍କ ଖାସ୍ ଲୋକ ବୋଲି । ଅଜାଣତରେ ଯଦି କିଛି କହିଦେଇଥାଏ ତ ମୋତେ କ୍ଷମା କରିଦିଅ। ମୁଁ ଡା ଶୁଭକାନ୍ତଙ୍କ ସହ କଥା ହୋଇ ଯାଇଛି। ତୁମ ବୋଉଙ୍କର ଅପରେଶନ ହୋଇଯିବ। ଏତିକି କହି ଓ ଟି ଭିତରକୁ ଚାଲିଗଲେ ଡାକ୍ତର ଓ ତାଙ୍କ ଟିମ୍ । ସେଇଠି ସ୍ଥାଣୁ ହୋଇଗଲା ଶୁଭ । ଆଖିରୁ ଝରି ଆସିଲା କୃତଜ୍ଞତାର ଅଶ୍ରୁ। ହୃଦୟରେ ତାର ବଢିଗଲା ଡାକ୍ତର ବାବୁଙ୍କ ପାଇଁ ଅନେକ ସମ୍ମାନ ଓ ଭଲପାଇବା । କିପରି ଧନ୍ୟବାଦ ଦେବ ସେ ସେହି ଦେବଦୂତଙ୍କୁ ଜାଣି ପାରିଲା ନାହିଁ । ଅପରେଶନ ସରିଲା ଓ ତା ବୋଉ ମଧ୍ୟ ଧିରେ ଧିରେ ଠିକ୍ ହେବା ପାଇଁ ଲାଗିଲେ।
ଜୀବନ ଠାରୁ ବି ବେଶି ଭଲପାଇ ଚାଲିଛି ଡାକ୍ତର ବାବୁଙ୍କୁ। ଆଉ ଏ ପଟେ ଶୁଭକାନ୍ତ ମଧ୍ୟ ହୃଦୟ ହାରି ବସିଛନ୍ତି ଶୁଭ ପାଖେ। କେହି କେବେ ଏମିତି ଅଧିକାର ମାଡି ବସିନି ତାଙ୍କ ହୃଦୟରେ ହେଲେ ଶୁଭ ପାଖେ କାହିଁକି ସେ ହୋଇ ଯାଇଛନ୍ତି ଖୁବ୍ ଦୁର୍ବଳ। ହେଲେ କାହାର ବି ମନ ଏ ଯାଏଁ ପ୍ରକାଶିତ ହୋଇ ପାରିନି କାହା ପାଖେ । ଲାଜର ଦୋଷ ନା କେଉଁ ଅଜଣା ଭୟ କି କେଉଁ ସଠିକ୍ ସୁଯୋଗର ଅପେକ୍ଷାରେ ସେମାନେ ଦୁହେଁ। ହେଲେ କେତେ ଦିନ ଯାଏଁ ନିଜ ହୃଦୟକୁ ନିଜ ପାଖେ ଲୁଚେଇ ରଖିପାରିବେ। କେବେ ନା କେବେ ତ ସେ ପ୍ରକାଶିତ ହୋଇଯିବ।

ଥରେ ଶୁଭକାନ୍ତଙ୍କ ପିଲାଦିନର ସାଥୀ ସାଗରିକା ଆସିଥାନ୍ତି । ଅଫିସ୍ ରେ ଶୁଭକାନ୍ତ ଆଉ ଶୁଭ ସାଙ୍ଗ ହୋଇ ବସିଥା’ନ୍ତି । ଆସୁ ଆସୁ ଶୁଭକାନ୍ତକୁ କୁଣ୍ଢେଇ ପକାଇଲେ ସାଗରିକା ।ଶୁଭକୁ ଟିକେ ଖାପଛଡା ଲାଗିଲା ।ସେ ସେଠି ରହି କ’ଣ କରିବ ବୋଲି ଭାବି ପଳେଇ ଆସିଲା। ବହୁତ ଦିନ ପରେ ପିଲାଦିନର ବନ୍ଧୁ ଦୁଇ ଜଣ ବସି କିଛି ପୁରୁଣା ସ୍ମୃତି ସାଉଁଟିବା ଆରମ୍ଭ କରିଦେଲେ। ହସ କଲ୍ଲୋଳ ରେ ଫାଟି ପଡୁଥାଏ ପୁରା ଅଫିସ୍। ଶୁଭକୁ କାହିଁକି ଏ ସବୁ ଭଲ ଲାଗୁନଥାଏ। ତା ମନ ଅସହ୍ୟ ହୋଇ ପଡୁଥାଏ। ଅଜଣା ବିରକ୍ତିରେ ମୁହଁ ଲାଲ ପଡିଯାଉଥାଏ। ଆଉ ରହିପାରିବା ନାହିଁ ଉଠି ଚାଲିଲା ଦେଖିବା ପାଇଁ କି ଅଫିସ୍ ପ୍ରକୃତରେ କ’ଣ ଚାଲିଛି ।
ସାଗରିକା ତାଙ୍କ ପିଲାଦିନର ବନ୍ଧୁଙ୍କୁ ପିଲାଦିନୁ ମନେ ମନେ ଖୁବ୍ ଭଲପା’ନ୍ତି । ଶୁଭ ଯାଇ ପହଞ୍ଚୁ ପହଞ୍ଚୁ ଦେଖେ ତ ସାଗରିକା ଟିକେ ଅନ୍ତରଙ୍ଗ ହେବା ପାଇଁ ଚେଷ୍ଟା କରିଛନ୍ତି ଶୁଭକାନ୍ତଙ୍କ ର । ଶୁଭ ଏ ସବୁ ଦେଖି ରକ୍ତ ଚାଉଳ ଛୋବେଇବ ପରି ରାଗରେ ଜର ଜର ହୋଇ ପଳେଇ ଆସିଲା ତା ଟେବୁଲ ପାଖକୁ।
ଶୁଭ ଅଫିସ୍ ରୁ ଫେରି ଯାଉଥିବା ବେଳେ ନଜର ପଡିଗଲା ଶୁଭକାନ୍ତଙ୍କର। ସେ ହଠାତ୍ ପଛକୁ ଠେଲି ଦେଲେ ସାଗରିକାକୁ। ସାଗରିକା ଆଶ୍ଚର୍ଯ୍ୟ ହୋଇଗଲେ। ଶୁଭକାନ୍ତ କହିଲେ “ତୁ ଏ କ’ଣ କରୁଛୁ। ମୁଁ କେବଳ ତୋତେ ମୋର ଜଣେ ଭଲ ବନ୍ଧୁ ବ୍ୟତିତ ଆଉ କିଛି ମୋ ମନରେ ଭାବନା ନାହିଁ। ମୋର ଅଧିକ ମିଳାମିଶାକୁ ତୁ ବୋଧେ କିଛି ଭୁଲ ଅର୍ଥରେ ନେଇଛୁ। ମୋତେ କ୍ଷମା କର। ମୁଁ ଏ ସବୁକୁ ପ୍ରସୟ ଦେଇ ପାରିବି ନାହିଁ ।”
ସାଗରିକା କିଛି କହି ପାରିଲେ ନାହିଁ । ନିଜ ବ୍ୟଥିତ ହୃଦୟ ଧରି ହତବାକ୍ ହୋଇ ବସି ପଡିଲେ ସୋଫା ଉପରେ। ମୁଁ ଟିକେ ଆସୁଛି ବୋଲି କହି ଶୁଭକାନ୍ତ ବାହାରିଗଲେ ବାହାରକୁ। ମନେ ମନେ ଭାବୁଥାନ୍ତି କି ଶୁଭ ଆଉ କିଛି ଦେଖି ଦେଇ ନାହାନ୍ତି ତ? ଯଦି ଦେଖିଥାନ୍ତି ତ ସେ କ’ଣ ଭାବୁଥିବେ ମୋତେ? ଏମିତି ଅନେକ ଗୁଡିଏ ପ୍ରଶ୍ନର ଭାର ନେଇ ଖୋଜି ଚାଲିଲେ ଶୁଭକୁ ପୁରା ଅଫିସ୍ ସାରା। ହେଲେ ପାଇଲେ ନାହିଁ । ଶେଷରେ ଯାଇ ପହଞ୍ଚିଲେ ତା ଟେବୁଲ ପାଖେ। ସେଠି ବି ନାହିଁ ସେ। ଟେବୁଲ ଉପରେ ଅଛି ଗୋଟେ ବିବାହ ନିମନ୍ତ୍ରଣ ପତ୍ର । ଉପରେ ଲେଖା ଅଛି ଶୁଭ ସହ ଶ୍ରୀକାନ୍ତ। ବାସ୍ ସେତିକି ହିଁ ସେ ଦେଖି ଅଧୀର ହୋଇପଡିଲେ।

କ’ଣ ଶୁଭ ବିବାହ କରିବା ପାଇଁ ଯାଉଛନ୍ତି? ମୋତେ ତ ଏ ବିଷୟରେ କିଛି ବି ଜଣେଇ ନାହାନ୍ତି? ଧୀରେ ଧୀରେ ହୃଦୟର ବ୍ୟଥା ବଢି ବଢି ଯାଉଥାଏ। ଟେବୁଲ ଉପରେ ଥିଲା ଆଉ ଗୋଟେ କାଗଜ। ସେଥିରେ ଲେଖା ଥିଲା ଗୋଟେ କବିତା-

“କିଏ କହେ ପ୍ରେମ ଉଚ୍ଚ ନିଚ୍ଚ ଦେଖେନା,
ଭାବନର ରାଇଜରେ ଜିତି ଯାଏ ବାସ୍ତବିକତା ।
ଯେତେ କଲେ ପ୍ରେମ ଚନ୍ଦ୍ର କି ପାଇବ ଚକୋର,
ନା କେବେ ମିଳି ପାରିବ ଧରା ବକ୍ଷେ ଆକାଶର।
ହୃଦୟ ବିକ୍ରି କରି ଯେବେ ମିଳେ ଆବିଳତା ,
ପ୍ରେମ ର ସଉଦା ରେ ବଳି ପଡେ ହୃଦୟ ବ୍ୟଥା। ”

ପଢୁ ପଢୁ ଦୁଇ ଧାର ଝରି ପଡିଲା ଶୁଭକାନ୍ତଙ୍କ ଆଖିରୁ। ମୋତେ କ୍ଷମା କରିଦିଅ ଶୁଭ। ମୋତେ ଭୁଲ ବୁଝିଛ। ସେ ରାତି ବିତିବା କଷ୍ଟକର ହୋଇ ପଡିଲା ତାଙ୍କର। ନିଜ ପ୍ରେମର ଏମିତି ଆତ୍ମାହୁତି ପାଇଁ ପ୍ରସ୍ତୁତ ନ ଥା’ନ୍ତି ଯେମିତି। ସକାଳୁ ସକାଳୁ ଗାଡି ଧରି ବାହାରି ପଡିଲେ ଶୁଭର ଗାଁକୁ।
ସେଠି ଯାଇ ପହଞ୍ଚି ଦେଖନ୍ତି ତ ତୋରଣରେ ସୁସଜ୍ଜିତ ପୁରା ଘର। ଲୋକାରଣ୍ୟ ଭିତରେ କାହାକୁ ବି ଠିକ୍ ଭାବେ ଠାବ କରି ପାରୁ ନାହାନ୍ତି । ସେ ଭିତରୁ ମିତାକୁ ବାହାରି ଆସୁଥିବାର ଦେଖିଲେ। ତାକୁ ହାତରେ ଭିଡି ଆଣି ପଚାରିଲେ।

ମିତା- ଆରେ ଡାକ୍ତର ବାବୁ ଆପଣ ଏଠି? ଶୁଭ ଆପଣଙ୍କୁ ବି କହିଥିଲା ନା କ’ଣ?

ଶୁଭକାନ୍ତ- ଶୁଭ କେଉଁଠି?
ଗହଳିରେ କିଛି ଶୁଣା ଗଲେନି ମିତାକୁ।

ମିତା- ହେଲେ ବାହାଘର ତ ସରିଲାଣି? ଆପଣ ଚାଲନ୍ତୁ ଖାଇ ଦେଇ ଯିବେ। ଏତିକି ବେଳେ କେହି ଜଣେ ଡାକି ନେଇ ଗଲା ମିତାକୁ।

କ’ଣ ବାହାଘର ସରିଗଲାଣି? ନିରାଶାରେ ଭାଙ୍ଗି ପଡିଲେ ଶୁଭକାନ୍ତଙ୍କ ସେଇଠି। ଏତେ ଦୂର ଆସି ବି ବଞ୍ଚେଇ ପାରିଲେନି ତାଙ୍କ ପ୍ରେମକୁ। ସ୍ୱପ୍ନର ସୌଧ ଗୋଟିଏ ମୁହୁର୍ତ୍ତରେ ଭାଙ୍ଗି ଚୁର ମାର ହୋଇଗଲା। ହୃଦୟର କଷ୍ଟ ଆଖିରୁ ଝର ଝର ହୋଇ ବହି ଚାଲିଲା। ବହୁତ କଷ୍ଟରେ ନିଜ ହୃଦୟକୁ ବୁଝେଇ ଠିଆ ହେଲେ। ଆଉ ଭାବିଲେ ଶେଷ ଥର ପାଇଁ ନିଜ ହୃଦ ନନ୍ଦୀନି କୁ ଦେଖି ଆସିବେ। ଜଣକୁ ଡାକି ପଚାରିଲେ କି ମୁଁ ଟିକେ କନ୍ୟାକୁ ଦେଖି ଥା’ନ୍ତି । ସେ ତାଙ୍କୁ ବାଟ କଢେଇ ନେଲେ। ଭିତରକୁ ଯାଇ ଦେଖନ୍ତି ତ ଦେଖି ମୁକ ପାଲଟି ଗଲେ।

ଏ ତ ଶୁଭ ନୁହଁନ୍ତି । ତେବେ ଶୁଭ କେଉଁଠି? ତା ମାନେ ଏଠି ଶୁଭର ବାହାଘର ହୋଇନି?
ବାହାରକୁ ଆସି ଚାରି ଆଡକୁ ଆଖି ବୁଲାଇ ମନେ ମନେ ଖୋଜିବା ପାଇଁ ଲାଗିଲେ। ପଛରୁ କେହି ଜଣେ ଶୁଭ କୋଉଠି ବୋଲି ପଚାରିଲା। ଗୋଟେ ଛୋଟ ପିଲାଟି କହିଲା କି ଶୁଭ ନାନା ଗାଁ ମୁଣ୍ଡ ପୋଖରୀ କୂଳେ ବସିଛି।
ଏତିକି ଶୁଣନ୍ତେ ଶୁଭକାନ୍ତ ଦୌଡିଲେ ପୋଖରୀ କୂଳକୁ।

ପୂର୍ବ ଦିନର ଅଭିମାନ ଏ ଯାଏଁ ଥଣ୍ଡା ପଡିନି ଶୁଭ ମନରୁ। ମନର ସବୁ ରାଗକୁ ସୁଝାଉ ଥାଏ ପୋଖରୀକୁ ଟେକି ଟେକା ମାରି । ଆଉ ମନେ ମନେ କ’ଣ ଗୁଡିଏ ବଜ ବଜ ହୋଇ ଯାଉଥାଏ।
ଶୁଭକାନ୍ତ ଯେତେବେଳେ ଯାଇ ପହଞ୍ଚିଲେ ଶୁଭ ତାଙ୍କୁ ଏଠି ଦେଖି ଆଶ୍ଚର୍ଯ୍ୟରେ ଠିଆ ହୋଇ ପଡିଲା।

ଶୁଭ- ଡାକ୍ତର ବାବୁ ଆପଣ ଏଠି କେମିତି?

ଶୁଭକାନ୍ତ ତାଙ୍କ ପକେଟରୁ ନିମନ୍ତ୍ରଣ ପତ୍ର କୁ କାଢି ତାକୁ ଦେଖାଇ କହିଲେ , ଟେବୁଲ ଉପରୁ ମୁଁ ଏଇଟା ପାଇଲି। ତୁମେ କିଛି କାହାକୁ ନ କହି କୁଆଡେ ଚାଲିଗଲା?

ଶୁଭ- ଆପଣତ ଆପଣଙ୍କ ସାଙ୍ଗ ସହ ବ୍ୟସ୍ତ ଥିଲେ। ତ ମୁଁ କହି ପାରିଲିନି କି ଆଜି ମୋ ଦାଦା ଝିଅର ବିବାହ ଅଛି ତ ମୋତେ ଜଲଦି ଯିବା ପାଇଁ । ତ ମୁଁ ପଳେଇ ଆସିଲି।

କିନ୍ତୁ ଆପଣ କ’ଣ ଭାବିଲେ?

ଶୁଭକାନ୍ତ ଆଉ ଅପେକ୍ଷା କରି ପାରିଲେନି ନିଜକୁ। ଯୋର୍ ରେ କୁଣ୍ଢେଇ ପକାଇଲେ ଶୁଭକୁ। ଆଉ କାନ୍ଦିବାକୁ ଲାଗୀଲେ।ମୋତେ କ୍ଷମା କରିଦିଅ ।

ଶୁଭ କିଛି ବୁଝିପାରୁ ନଥାଏ କ’ଣ ଚାଲିଛି । ଫିର ଶୁଭକାନ୍ତ ତା ଆଗରେ ଆଣ୍ଠୁ ମାଡି ବସି ପଡିଲେ ।

ଶୁଭ- ଏ କ’ଣ କରୁଛନ୍ତି ଆପଣ ଡାକ୍ତର ବାବୁ?

ଶୁଭକାନ୍ତ- ଶୁଭ , ତୁମେ ମୋର ଜୀବନର ଶେଷ ଯାଏଁ ମୋ ହାତରେ ତୁମ ହାତ କୁ ଧରିବା ପାଇଁ ଦେବ?

ଶୁଭ- ଡା__ କ୍ତ_ ର ବାବୁ।
ଶୁଭକାନ୍ତ- ତୁମ ହୃଦୟକୁ ସବୁଦିନ ମୋ ହୃଦୟରେ ବନ୍ଦୀ କରିଦେବା ପାଇଁ ଦେବ?

ଶୁଭ- ନିରୁତ୍ତର । ଲାଜରେ ପରିସୀମା ଧୀରେ ଧୀରେ ବଢି ଚାଲିଥାଏ।
ଶୁଭକାନ୍ତ- ସାରା ଜୀବନ ପାଇଁ ମୋ ସାଥୀ ହେବ? କୁହ ? ମୁଁ ତୁମ ଉତ୍ତର ପାଇଁ ଏତେ ଦୂର ଆସିଛି। ହେବ କି ମୋ ଜୀବନ ସଙ୍ଗିନୀ ।

ଶୁଭ ଲାଜରେ ଝାଉଁଳି ପଡିଲା ଶୁଭକାନ୍ତଙ୍କ ପାଖେ। ସ୍ୱପ୍ନ ସବୁ ସ୍ବପ୍ନ ପରି ଲାଗୁଥାଏ। ଆନନ୍ଦରେ କୋଳେଇ ନେଲା ତା ଡାକ୍ତର ବାବୁ ଙ୍କୁ। ଆଉ ତା ହୃଦୟ ବାନ୍ଧି ପାରିଲାନି ତା ନିଜକୁ ତା ପାଖେ। କହିଲା ‘ହଁ’

ଦୁଇଟି ହୃଦୟ ଏକ ହୋଇଗଲେ ସେଇଠାରେ।

ଆଉ ତା ପର ଦିନ ସମ୍ବାଦ ର ଇନ୍ଦ୍ରଫାଶରେ ବାହାରିଲା କାହାଣୀ ‘ ମୋ ପ୍ରଥମ ପ୍ରେମ ‘।

ଜ୍ୟୋତିର୍ମୟୀ ସାହୁ

Loading

18 thoughts on “*ଇନ୍ଦ୍ରଫାଶ- ଏକ ପ୍ରେମ କାହାଣୀ– ଜ୍ୟୋତିର୍ମୟୀ ସାହୁ*

  1. Ahaa, its nice dialogue on the topic of this piece of writing at this placeat this blog, I have read all that, so at thistime me also commenting here.

  2. I truly appreciate your blog.. Fantastic shades & concept. Did you acquire this Website you? You should reply again as I’m trying to create my really own site and wish to find out where you obtained this from or what the topic is known as. Thanks!

  3. Heya i’m for the primary time here. I came across this board and I find It really helpful & it helped me out much.
    I am hoping to present one thing back and help others like you helped me.

  4. Nice blog here! Also your site loads up fast! What host are you using?
    Can I get your affiliate link to your host?
    I wish my website loaded up as fast as yours lol

  5. I have been browsing on-line more than three hours as
    of late, but I never found any interesting article like yours.
    It is beautiful price sufficient for me. In my view,
    if all webmasters and bloggers made just right content as you probably did, the
    net can be much more useful than ever before. 0mniartist asmr

  6. Hello there! This blog post couldn’t be written any better!
    Reading through this post reminds me of my previous roommate!
    He continually kept talking about this. I’ll forward this information to him.
    Pretty sure he’ll have a very good read. Thank you for sharing!
    0mniartist asmr

  7. Magnificent beat ! I wish to apprentice even as you amend your website, how could i
    subscribe for a weblog web site? The account aided me a
    applicable deal. I had been tiny bit acquainted of this your broadcast
    offered brilliant clear idea asmr 0mniartist

  8. เว็บสโบเบ็ต เหรอ เอสบีโอเบท สรุปว่าร้ายคือเว็บแหล่งมีอยู่ agent sbobet ใช่ไหมตัวตายตัวแทน ถมสุดโต่งข้างในแดนไท ฟังเพราะมีเหตุราบรื่น ปุ๊บปั๊บ
    กับมีอยู่การพนันส่งเสียเล่นทั่วอย่าง ไหว้วาน-ไถ่ รายได้ทั้งนั้น 24 มหุรดี เพราะว่างานชำระคืนบริการ สโบ เชี่ยวชาญไหว้วานขั้นต่ำ 100 พระบาทอย่างเดียว ก็รอบรู้เริ่มทำติดตั้งเดิมพันได้จากนั้น โดยมีอยู่กีฬาถวายลงคะแนนเล่นมากกระทั่ง
    500 เกมส์ต่อสัปดาห์ ซึ่งอาจ ลงสมัครขา สโบเบทหาได้เหลือแหล่ทางเลือก พร้อมด้วยคล้องโปรโมชั่นได้มาทั้งหมด User
    ด้วยจุดเด่นอเนกชนิดแล้วก็ปฏิบัติงานยื่นให้ สโบเบ็ต สดเว็บพนันขันต่อย่านเยี่ยมยอดมุทธา และประกอบด้วยเรื่องหนักแน่นเพียบหัว
    โดยลู่เว็บไซต์ประกอบด้วยบริการ สโบเบ็ตออนไลน์ ซึ่งยังไม่ตายงานแสดงเดิมพันวิถีทางออนไลน์ได้มาไม่หยุด 24 ขณะ เหมือนกอบด้วยอินเตอร์เน็ตกับวัสดุอุปกรณ์เข้าไปแสดงประเภท คอมพิวเตอร์ แท็ปเล็ต หรือไม่แขนคีบ ขนาดนั้น ก็อาจมันกับ SBO ได้รับแล้ว
    ทำไมต้องสมัคร SBOBET
    อย่างเนื้อที่หลายๆปุถุชนจัดหามารู้ สโบเบท เป็นเว็บทิ่มแทงบอลเฉียบแบบแห่งทั่วหลากหลายปีเนื้อที่ตัดผ่านมาจนถึงที่ชันษา 2020 สำหรับสาเหตุหลายๆพวกตลอดคำกล่าว การบริการแผ่นดินเป็นยอดเปิดใจบริการมารินานการเงินเป็นปึกแผ่นอัพเดท ทางเข้าสโบเบ็ตปัจจุบัน จวบจวน 24 ครู่ เพราะฉะนั้นจึ่งเปล่าควรพิลึกพิลั่นแหวเพราะเหตุไรเว็บฟุตบอลดียอดในที่บัดนี้เป็นเว็บข้า นอกจากนี้อีฉันอีกต่างหากกอบด้วยจุดเด่นหลายชนิดอีกเหลือกินเหลือใช้กระนี้
    Sbobet กรคีบปากทางเสียบบอลผ่าน Mobile ระวางกล้วยๆกินกิจธุระหญ้าปากคอกเข้าชำระคืนงานฉลองได้มาทั้ง iphone พร้อมทั้ง android รองงานชำระคืนงานเลี้ยงทั้งหมดเครือข่ายอินเตอร์เน็ตทั่ว true ais 3bb cat
    ToT แม้มีคำถามลิงก์
    ช่องไม่ทำงาน ลิงก์
    สโบเบท มาถึงมิคว้า แค่เพียงเปลี่ยนแบบลิงก์เข้ากินธุรกิจจัดหามาโดยพลัน ดำเนินงานอำนวยบรรเลง สโบเบ็ตแขนกำหนด หาได้ทั้งปวงระวางทุกเวลา
    แทงบอล สโบเบ็ท ขั้นต่ำ 25 บาท เพียงนั้น
    นอกจากนี้อีกทั้งไขยื่นให้พนันตลอด ทิ่มลูกฟุตบอลสด แทงลูกฟุตบอลล่วงหน้า ตำลูกฟุตบอลพวก,ฟุตบอลเต็ป,รั้งขึ้นมูลค่าฟุตบอลสัตมัสดกณประเดี๋ยวนี้อีกเหตุด้วยหรือไม่จะเลือกดราฟท์เอาท์พุตลูกฟุตบอลกับจังหวะเว็บคว้าหวาน เอาท์พุตบอล ก็จัดทำได้มาอีกด้วยเพียงคลิกเดียวได้ข่าวเอาท์พุตบอลเต็มเม็ดเต็มหน่วยทั้งหมดลีกดุจ
    เปิดบริการ Live casino ทั่วๆ 24 ขณะบริการค้างซิปูดสดครบตลอดแบบแผนทั่ว บาคาเบิกบาน, โพรงเล็ต , พยัคฆ์มังกร , สิคโบ
    ไม่ก็ถ้าหมายแสดงสล็อต กระผมอีกต่างหากมีอยู่บริการเกมส์สล็อตออกจากฝ่ายเกมส์สล็อตมีชื่อเสียงนำไว้บริการบานตะโก้รวมต่อจากนั้นกระทั่ง 400 เกมส์เลยเชียว
    อยากลองดูบรรเลง สโบเบ็โคนอนไลน์ จ่ายแจก ยูสเซอร์ พิสูจน์สำแดง กับเงินเชื่อ 500 ตีน เข้าไปบรรเลงหาได้ทั้งปวงบัญชี ทิ่มแทงโดนบอกเรียกคืนเงินได้เพียงแค่บำเพ็ญตามข้อจำกัดแห่งจำกัด ก่อเท่าไม่หูกวิธีการแต่เพิกถอนรายได้ปัจจุบันนี้
    นี่สดแค่เพียงจุดเด่นโปร่งแสงประเด็นเพียงนั้นแดนกระผมหาได้โงมาขนมจาก เว็บ สโบ สมมุติต้องการทราบเกล้าทราบกระหม่อมเว็บลูกฟุตบอลมูรธแบบที่ตรงนี้ มีอยู่สิ่งไรน่าจะใจจดใจจ่อเพียบกว่านี้จงพิสูจน์ สมัครเพราะด้วยเนื้อตัวลื้อเองจบประสกจักฟังออกว่าร้ายเว็บลูกฟุตบอลในที่นี้เยี่ยมมาหาเพียงใด
    โปรโมชั่น SBO มากมัตถกะ
    เว็บพนันขันต่อสโบเบ็ตกอบด้วยโปรแตงโมชั่นบริการเยอะแยะ ซึ่งครั้นสมัคร SBO หลังจากนั้น
    ประกอบด้วยสิทธิรับสารภาพโปรแตงโมชั่น
    เท่าเทียมกักด่านทุก User เพราะมีโปรแตงโมชั่นอวยทั่วประเภทงานเดิมพัน ไม่ว่าจะยังมีชีวิตอยู่ โปรแตงโมชั่นกะซวกฟุตบอล โปรแตงโมชั่นค้างซิปูด โปรแตงโมชั่นล็อตเตอรี่ออนไลน์
    ฯลฯ
    โปรโมชั่น sbobet ประกอบด้วยกำนัลเลือกสรรเยอะยอดและครอบครองโปรแตงโมชั่นระวางสวยยิ่งกว่าเว็บเทพารักษ์อื่นในที่ประเทศประเทศไทย เพราะฉะนี้ถ้าหากอาลัยเว็บตำลูกฟุตบอลแถวประกอบด้วยโปรโมชั่นน่าพอใจหัว จักจำเป็นคิดถึงชาวเรา เป็นอันอุดอู้แต่ก่อน
    ถ้าถ้าเอาใจใส่พร้อมด้วยหมายลงสมัครเสียบลูกฟุตบอล เท่านั้นอีกทั้งไม่ตรัสรู้เตือนเว็บข้าวของฉันประกอบด้วยโปรโมชั่นอะไรมั่ง ข้าพเจ้าอีกทั้งกอบด้วย Promotion โปร่งแสงประเภทมาสู่แบ่งออกทั้งหมดคุณคว้าศึกษาเพราะด้วยด้วย
    ด้วยว่าเว็บของใช้กระผมเอ่ยตำหนิดำรงฐานะเว็บลูกบอลที่กอบด้วยโปรท่วมท้นเต็มที่ในที่บัดนี้ เกี่ยวกับโปรแตงโมชั่นปนต่อจากนั้นในเติบถึง 7 รายชื่อด้วยว่าปิดป้อง สมมติมีชีวิตเว็บฟุตบอลเทพารักษ์อื่นๆทำได้มีโปรแตงโมชั่นแค่เพียง 1
    – 2 บัญชีเท่าเพียงนั้น

  9. Hello, i believe that i noticed you visited my site thus i came to go back the
    want?.I am attempting to to find issues to enhance my web
    site!I guess its ok to make use of a few of your concepts!!

Leave a Reply to apk minecraft Cancel reply

Your email address will not be published. Required fields are marked *