#ମୋ_ଜୀବରଥ
ନିଳାଦ୍ରୀ ନିଳାଚଳ ନିବାସୀ
ବିଶ୍ବନିୟନ୍ତା ହେ ନୀଳକଳେବର ,
ମୁଁ ଅକିଞ୍ଚନ ତୁମ୍ଭ ଦ୍ବାରେ ସ୍ଥିତ
କି ମାଗିବି ନିଃସ୍ବ ପଣତ ମୋର ।
ହୋଇ କି ଯେ ପାରିବି ମୁହିଁ
ସୁଭାଗା କୃପାସିନ୍ଧୁଙ୍କ ଆଶିଷ ,
ହେ ଦାରୁବ୍ରହ୍ମ ଉତ୍କଳ ସମ୍ରାଟ
ମୁଁ ଛାର ଅଧମ ଅଳିକ ଯେ ମାତ୍ର।
ଅଶ୍ରୁ ଝର ଝର ନିର୍ଲିପ୍ତ ନେତ୍ରେ
ଯୋଡ ହସ୍ତେ ଘେନ ପ୍ରଣତି ମୋର,
ହେ ଜଗନ୍ନାଥ ତୁମେ ରଥ ସମାନ
ଆତୁରେ ବିଳାପ କରଇ ମୋ ଜୀବରଥ।
ତୁମ ଦାଣ୍ଡରେ ଲାଗିଛି ପସରା ଅନେକ
ଶୁନ୍ଯ ଅଗଣା ମୋର ଅସ୍ତିତ୍ବ ବିହୀନ ,
ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ଉଛୁଳେ ଦାଣ୍ଡ
ଆଳାପ ବିଳାପରେ ଆତୁଳିତ ଅଗଣା ମୋର।
ତୁମ ରଥର ନାମ ନନ୍ଦିଘୋଷ ରଥ
ମୋ ରଥର ନାମ ଶବ ଶୁଆ ଘେନ,
ଅପରୂପେ ଶୁଶୋଭିତ ଆକର୍ଷକ ଚିତ୍ର
ଯନ୍ତ୍ରଣାରେ ଜର୍ଜରିତ ଜୀବନ ମୋର।
ତୁମ ରଥ ନିର୍ମିତ ଶାଳ ଲିମ୍ବ କାଠ
ମୋ ରଥ ହେବ ଛ ଖଣ୍ଡି ବାଉଁଶ ,
ତୁମ ରଥରେ ଲାଗିଛି ସୁନା ଜରି ପାଟ
ଛିଣ୍ଡା କନା କତରାରେ ଗୁଡା ମୋ ରଥ।
ତୁମ ରଥ ଚାଳିତ ଶୁଣି ହରିବୋଲ ଶବ୍ଦ
ଉଛୁଳିତ ବଡଦାଣ୍ଡ ହୁଏ ନିନାଦିତ,
ମୋ ରଥ ହେବ ମାଲ ଭାଇ କାନ୍ଧେ ବାହିତ
ରାମ ନାମ ଶବ୍ଦେ ମୋ ଦାଣ୍ଡ ହେବ ନିସ୍ତବ୍ଧ ।
ତୁମ ରଥ ଚାଲିବ ମାଉସି ମା’ ଘର
ମୋ ରଥର ଯାତ୍ରା ଶେଷ ସ୍ମଷାନ ଘାଟ,
ଶ୍ରୀମନ୍ଦିରକୁ ତୁମ ରଥ ଦିନେ ବାହୁଡିବ
ଅଣ ବାହୁଡା ମୋ ରଥ ଆଉ ନ ଫେରିବ ।
ତୁମ ରଥର ଏ ଯାତ୍ରା ଲାଗିଛି ନବ ଦିନର
ବାରଯାତ୍ରାରେ ଶେଷ ହେବ ମୋ ଜୀବନ ଯାତ,
ଏହିଠାରେ ହିଁ ପଡିଯିବ ଯବନିକା ଚିରଦିନ
ଏ ଜୀବରଥ ଇହଧାମକୁ ଆଉ ନ ଫେରିବ।
ହେ ଜଗନ୍ନାଥ ତୁମେ ରଥ ସମାନ
ଗଢିଛ ବି ମୋ ଜୀବନ ରଥ ସମାନ ,
ଯାତ୍ରା ଏ ଯେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ଏନ୍ତୁଡି ଶାଳରୁ ମଶାଣିର ଜୁଇରେ ହିଁ ଶେଷ।
–ଜ୍ୟୋତିର୍ମୟୀ ସାହୁ
350 total views, 1 views today