March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ନାରୀ– ଜ୍ୟୋତିର୍ମୟୀ ସାହୁ*

#ନାରୀ

ନିର୍ବିକାରେ ନିଶ୍ଚଳ ନିୟତିର ନିର୍ଣ୍ଣାୟକ ନିର୍ଦ୍ଧାରିକା
ନିରବିଚ୍ଛିନ୍ନ ନିର୍ଝରିଣୀ ସମ ନିତି ହୋଇଥାଏ ନିନାଦିତା
ସେ ନାରୀ ନା କେବଳ କାହାର ଭାର୍ଜା ଭଗ୍ନୀ ମାତା
ସୃଷ୍ଟିର ଆଧାର ଧାରିଣୀ ସ୍ବଧର୍ମେ ସଦା ପ୍ରେରିତା ।

ବାତ୍ସଲ୍ୟତାର ମୂର୍ତ୍ତିମନ୍ତ ସ୍ବରୂପିଣୀ ସେ ମାତୃତୁଲ୍ୟା
ଆକୁଳିତ କୋଳରେ ବ୍ୟାକୁଳିତ ବକ୍ଷେ ଢାଳିଦିଏ ମମତା
ଉତ୍ସର୍ଗୀ ସୁଖ ସ୍ବପ୍ନକୁ ସମର୍ପିତ ମନ ତାର ସମ୍ମାନ ଲୋଡେନା
ସେ ପୂଣ୍ୟତୋୟା ନଦୀ ତା ପୟ ପରଷେ ନ ରଖି କିଛି ଆଶା।

ଏକ ରେ ସେ ଅନେକ ଚିତ୍ରିତ ଚିତ୍ତାକର୍ଷକ ଚିତ୍ରିତା
କେବେ ଚଇତାଳି ଚେତନାରେ ଚମତ୍କୃତ ଚିତ୍ରଲେଖା
ମନର ମାନସକୁ କରି ଅପୂର୍ବେ ସମ୍ମୋହନରେ ବିଭୁଷିତା
ରୂପର ଲାବଣ୍ୟତାରେ ଚୋରି କରିପାରେ ସଂଯମତା ।

ନୁହେଁ ସେ ବିଗଳିତ ମହମ ପୁତଳିକା, ସେ ବି ସଂହାରିକା
ଦୁର୍ଜନର ଦୁର୍ନିତିକୁ ଦିଏ ନିର୍ଣ୍ଣାୟକ, ସାଜି ଲକ୍ଷ୍ମୀବାଇ ଦୁର୍ଗା
ଅନ୍ୟାୟ ଦୁଷ୍କର୍ମର ଛାତିକୁ ବିଦାରିପାରେ ତ୍ୟଜି ସ୍ବ ଲଜ୍ଜା
ସେ କାଳର କାଳୀମା ଅଟେ ସର୍ବଶକ୍ତିର ଆଧାର ଧାରିକା ।

ଆକାଂକ୍ଷିତ ସଜ୍ୟାରେ ନୁହେଁ କେବଳ ପୁରୁଷର ଜାୟା
ସେ ଧର୍ମର ରାଜଦ୍ବାରେ ଦିଗଦର୍ଶନରେ ଅଭିମନ୍ତ୍ରିତା
ସେ ବି ସତୀ ଯାଜ୍ଞସେନୀ ଅହଲ୍ଯା ଓ ମାତା ସୀତା
ବିଦ୍ରୁପର ଦୃଷ୍ୟ କେବେ ଛାଟିପାରିବନି କଳଙ୍କିତ ଛିଟା।

ନାରୀ ସେ ବିଶ୍ବନିୟନ୍ତାଙ୍କ ଅପରୂପ ଅନନ୍ୟ ରଚନା
ନୁହେଁ ସେ କା ଉପନିବେଶର ଅଧିକୃତ ମରୁଭୂମି ସଜ୍ୟା
ନିଜମଧ୍ୟେ ସାଇତିଛି ଅନେକ ଅକଳ୍ପିତ ମଧୁର ସୃଜନା
ସେ ହିଁ ସତ୍ୟ ଶକ୍ତି ଶାଶ୍ଵତ ପ୍ରେମର ପ୍ରକୃତ ସ୍ବରୂପା ।।

ମହିଳା ସେ ମହନୀୟତାର ଉର୍ଦ୍ଧ୍ବରେ ଏକ ମାନବୀୟ ସତ୍ତା
ସେ ହିଁ ସଂପର୍କର ଖିଅରେ ବନ୍ଧନର ପାରିବାରିକ ନିୟନ୍ତା
ଶିକ୍ଷାର ମାନଦଣ୍ଡେ ମଣିଷତ୍ବ ଶିଖାଏ ହୋଇ ଶିକ୍ଷିକା
ବଢାଇ ସମ୍ମାନର ମୁକୁଟ ସମାଜରେ ଦିଏ ଅପରକୁ ମର୍ଜାଦା ।

ସେ ନାରୀ ,
ନୁହଁଇ କବିତା ବନିତା ଲତା
ସବୁ ଭ୍ରମ,
ନା କାହା ଭାବନାର ଅଯୋଗ୍ୟତା
ସେ ସ୍ବୟଂପୁଷ୍ଟ,
ବିନା ଆଶ୍ରାରେ ରଚିପାରେ ସ୍ବତନ୍ତ୍ରତା।।

ଜ୍ୟୋତିର୍ମୟୀ ସାହୁ
On this Women’s Day… some words dedicated to all the Beautiful and Lovely ladies of my world….💝💖💝💖💝💖 Happy Women’s Day all of you🎊🎉💝💐

Loading

Leave a Reply

Your email address will not be published. Required fields are marked *