କବିତା –
” ଯୁଇରେ ଜଳିବ ସତ୍ତା”
++++++++++
ଏଇଠି ଲିଭିଲେ ସେଇଠି ଜଳିବ
ସେଇଠି ଲିଭିଲେ ଏଇଠି,
କଷଣ ବିରୁଦ୍ଧେ କ୍ରାନ୍ତି ଉଜାଗର
ଆଦ୍ୟ ଅନ୍ତ ତାର ନାହିଁଟି ।
ଏଇଠି ମାରିଲେ ସେଇଠି ଜନ୍ମିବ
ସେଇଠି ମାରିଲେ ଏଇଠି,
ମୃତ୍ୟୁ ନାହିଁ କେବେ ଶ୍ରମ ଶ୍ରମିକର
ଦେଖିଛ କି କେବେ କେଉଁଠି ?
ଏଠି ପରାଜୟ ସେଇଠି ବିଜୟ
ଲଢେଇର ନାହିଁ ଅନ୍ତ,
ଶ୍ରେଣୀ ସଂଗ୍ରାମ ଚିରନ୍ତନ ସତ୍ୟ
ନିରନ୍ତର ପରିବ୍ୟାପ୍ତ ।
ଏଠି କାରାଗାର ସେଠି ରୁଦ୍ଧ ଦ୍ବାର
ବିଦ୍ରୋହର ନାହିଁ ରୂପରେଖ,
ଏଠି ରାଜନୀତି ସେଠି ପୁଞ୍ଜିପତି
ସମାଜଟା ନୁହେଁ ଅନ୍ଧ ମୂକ ।
ଯେତେ ବି ବାନ୍ଧ ଯେତେ ବି ଛନ୍ଦ
ନିର୍ବାପିତ କିଏ ପାରିଛି କରି
ଗଣ ସଂଗ୍ରାମର ଉଦ୍ଦାମତା,
ଶୋଷଣ ସାମ୍ରାଜ୍ୟ ଶୋଷିତ ଭାଙ୍ଗିବ
ପ୍ରତିଟି ହାତରେ କ୍ରାନ୍ତି ମଶାଲ
ଯୁଇରେ ଜଳିବ ସତ୍ତା. ।।
+++++++++++++++
ପ୍ରଭାତ କୁମାର ସାହୁ
ସାମାଜିକ କର୍ମୀ
13/2/21
+++++++++++++++