#ପାଳଭୂତ#
========
ଶ୍ରୀପଦ୍ମନ ରଣା
ନିର୍ଜନ ରାଜ୍ୟର ଖାଣ୍ଟି ଚୌକୀଦାର
ନିଷ୍ଠା ରତ କର୍ମବୀର
ନିର୍ଜୀବ ହୋଇ ସେ ମାଲିକ ଆଦେଶେ
ପାଳ ଭୂତ ଉଜାଗର ।।
ଚାଷ କ୍ଷେତ ବାଡି଼ ନ’ଯାଏ ସେ ଛାଡି଼
ଜୀବ ଜନ୍ତୁ ଯାଏ ଡରି
ଖରା ବର୍ଷା ଶୀତ ତା’ପାଇଁ ଅମୃତ
ଭୋକ ଶୋଷେ ଥାଏ ପଡି଼ ।।
ବିର୍ବଶ ବସନ ନାନା ଆଭୂଷଣ
ଶୋଭା ପାଏ ଚିତ୍ରପଟ
ନାହିଁ ପରିଜନ ଉଚ୍ଚ ଆଶା ମନ
ଶୋଇ ବାକୁ ପାଖେ ଖଟ ।।
ଗାଏ ପ୍ରଜାପତି ବିହଙ୍ଗମ ଆଦି
ଆତ୍ମାହୀନ ଦେହେ ବସି
ନ’ଥାଏ ବେଦନା ହିଂସା ଆବା ଘୃଣା
ନିତି ଯୋଗୁ ଥାଏ ହସି ।।
କୃଷକର ହିତେ ଜନମ ନିମିତେ
ସୁକ୍ଷ୍ମ ସ୍ଥାଣୁ ନାଟ୍ୟକାର
ଚାଷ ପରିଶେଷେ ମାଟିରେ ସେ ମିଶେ
ପାଳ ଭୂତ ହୁଏ ଖାର ।।
==============!==!
ଗ୍ରା-ଗୌଡ଼ମାଲ,ବ୍ଲକ-ଝାରବନ୍ଧ,ଜିଲ୍ଲା-ବୟଗଡ଼
ମୋ:ନ-7974856562
Hi there! This post could not be written a lot better! On the lookout by means of this article reminds me of my preceding roommate! He continuously stored preaching about this. I’ll ship this information and facts to him. Fairly particular he’s heading to have a good read. Many thanks for sharing!