*ପାଳଭୂତ*
*************************
ସେଇ କାଠି କୁଟାର
ଦେହ ଉପରେ
ପୁରୁଣା ପୋଷାକର ଆବରଣ
ମାଟି ହାଣ୍ଡିର ମୁଣ୍ଡରେ
ଢିମା ଢିମା ଆଖି
ଜଗି ରହିଥାଏ
ସୁନା ଫସଲର କ୍ଷେତକୁ …ll
ଯେଉଁଠି ପୂର୍ଣ୍ଣ ହୁଏ
ଚାଷୀ ର ସ୍ବପ୍ନ
ଅସଂଖ୍ୟ ପେଟର ଭାଗ୍ୟ
ନିରୂପଣ ହୁଏ
ସମାଧାନ ହୁଏ କିନ୍ତୁ ପରନ୍ତୁର ପ୍ରଶ୍ନ
ଏସବୁ ଭିତରେ
ପଳାଭୂତ କିନ୍ତୁ ,ସେମିତି ଛିଡାହୁଏ
ଖରା ,ବର୍ଷା ,ଶୀତ
ସବୁ ଯେ ତାର ସହିବାର
ଗୁଣ ଭିତରେ ସୃଷ୍ଟି କରେ
ନିଆରା ପରିଚୟ ….
ଏ ମଣିଷ ବୁଝୁ ତାର ବା ସ୍ୱାର୍ଥ କଣ ?
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର
274 total views, 2 views today