*ନଈ*
*ଶ୍ରୀମତୀ ବାସନ୍ତୀ ଲତା ଜେନା*
ନଈଟିଏ ମୁଁ ଯେ ସ୍ରୋତସ୍ୱିନୀ ଧାର
ଚଳ ଚଞ୍ଚଳ ମୋ ଗତି
ବରଷା ଦିନରେ ବର୍ଷା ଜଳ ପାଇ
ଫୁଲି ଉଠେ ମୋର ଛାତି l୧l
ଦ୍ରୁତ ବେଗେ ମୁଁ ଯେ ଗତି ଶୀଳ ହୁଏ
ବନ୍ଧ ବାଡ଼ ନ ମାନଇ
ଅତ୍ୟଧିକ ଜଳ ମୋ ଗର୍ଭେ ମିଶିଲେ
ନଈ ବଡି ଆସେ ଧାଇଁ l୨l
କୂଳ ଖାଇ ଯାଏ ଗାଆଁ ଗଣ୍ଡା ଧୋଏ
ଭୟରେ ଆତୁର ମନ
ଧୀରେ ଗତି କଲେ ସମସ୍ତଙ୍କ ପ୍ରିୟ
ସୁଖେ କଟାଅନ୍ତି ଦିନ l୩l
ମୋ ଜଳକୁ ନେଇ ଚାଷ କରି ଥାନ୍ତି
ବ୍ୟବହାର୍ଯ୍ୟ କାମ ନିତି
ଜଳ ପାନ କରି ତୃଷା ମେଣ୍ଟାଅନ୍ତି
ପାଇ ଥାନ୍ତି କେତେ ଶାନ୍ତି l୪
କଳ କାରଖାନା ମୋ ପାଇଁ ଚାଳିତ
ଅଚଳ ନ ଥିଲେ ପରା
ସଜୀଵ ନିର୍ଜୀଵ ସଭିଙ୍କର ଲୋଡ଼ା
ଖୁସି ମନେ ଧୁଏ ଧରା l୫l
ନଈ ମୁଁ ଅଟଇ ଭିନ୍ନ ଭିନ୍ନ ନାମ
ଗଙ୍ଗା ଯମୁନା ବ୍ରାହ୍ମଣୀ
ନର୍ମଦା କାବେରୀ କୃଷ୍ଣl ଗୋଦାବରୀ
ମହାନଦୀ ବୈତରଣୀ l୬l
ସବୁ ନଦୀଙ୍କର ଏକ ଲକ୍ଷ୍ୟ ପରା
ସାଗରେ ମିଶିବା ପାଇଁ
ସାଗର ମୋ ପ୍ରିୟ ତା’ପ୍ରେମେ ବନ୍ଦିନୀ
ସ୍ବପ୍ନ ନିଦ୍ରା ଆସେ ଧାଇଁ l୭l
ଗାନ୍ଧିନଗର, ନବରଙ୍ଗପୁର l
306 total views, 1 views today