*📃📃❤️ପ୍ରୀତିର ସେ ଡାଇରୀ❤️📜📜
* (ଆକୃତି ଶୈଳୀ)
ସେ
ଯେବେ
ସପନେ
ମୋର ଆସେ
ଧୀର ଚାଲିରେ
ପ୍ରିତୀପୁଷ୍ପ ଝରେ
ମନାଙ୍ଗନରେ ମୋର
କୋଇଲି ଗାଏ ସଧିରେ
ଫାଜିଲ ଫଗୁଣ ଟା ହସେ
ଆମ୍ବ ବଉଳ ବି ହସିଦିଏ ।।
ମୁଁ
ବହୁ
ଆନନ୍ଦ
ଅନୁଭବେ
ପ୍ରୀତି ଥଟ୍ଟା ରେ
କେତେକଣ କହେ
ଦିଆନିଆ ଯେ ଚାଲେ
ଫୁଲ ହେଉ ବା ଚୁମ୍ବନ
ସବୁକୁ ସାଉଁଟି ସାଇତୁ
ପ୍ରେମ ପ୍ରୀତିର ସେ ଡାଇରୀରେ ।।
ହଁ
ଆଜ୍ଞା
ପ୍ରୀତିର
ଡାଇରି ଟେ
ସେ ଦେଇଥିଲା
ପ୍ରଥମ ଦେଖାରେ
ଆଜନ୍ମ ରଖିବାକୁ
ଅତି ଯତ୍ନରେ ସାଇତି
ଚଉମୁଦ ଲଫାପା ମଧ୍ୟେ
ମାଟି-ଦେହ ମାଟି-ହେବା ଯାଏଁ।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
248 total views, 1 views today