🌹🌹 ଦହି ପଖାଳ 🌹🌹
ଦହି ପଖାଳର ଚାହିଦା ରହିଛି
ଖରା ଦିନ ଆସିଗଲେ,
ଭାରି ଭଲ ଲାଗେ ବଡ଼ିଚୁରା ଶାଗ
ତା’ସାଙ୍ଗରେ ଖାଉଥିଲେ l
କାକୁଡ଼ି ଖଣ୍ଡରେ ଲୁଣଲଙ୍କା ଥିଲେ
ପାଟିରୁ ତ ଲାଳ ଗଡେ,
ବାଇଗଣ ପୋଡ଼ା ଆଳୁ ଚକଟାଟି
ଖାଇବାକୁ ମନେ ପଡ଼େ l
ଭଜା ମାଛ ଖଣ୍ଡେ ପାଟିକୁ ସୁଆଦ
ତା’ ସାଥିରେ ଖାଉଥିଲେ ,
ଖାଇବାର ମଜା ଜଣା ପଡ଼ିଥାଏ
ଦହି ତୋରାଣି ପିଇଲେ l
ଖାରବେଳଟାରେ ଲାଲି ତରଭୁଜ
ଲିଚୁ କୋଳି ଖାଇବାରେ,
ଆମ୍ବ ଗଛ ମୂଳେ ଖଟ ପାରି ଦେଲେ
ମଜା ଲାଗେ ଶୋଇ ବାରେ l
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
9861143878
311 total views, 1 views today
ଶୁଭେଚ୍ଛା
ଅଭିନନ୍ଦନ