ଡିଁଡିମ
*********
ଏ,
ନାରୀ,
ପାଇଛି,
ସୃଷ୍ଟି ଭିତରେ,
ମର୍ଯ୍ୟାଦା ଟିଏ,
ତାହାଙ୍କୁ ସମ୍ମାନ,
ଦେବା ପାଇଁ ପରା,
ସବୁଠି ଚର୍ଚା ହୁଏ,
ବିଚାର୍ଯ୍ୟ ବିଷୟ ଏହି,
ସତରେ ସେ ଜାତି ଗୋଟିକୁ,
ସମାଜ ସମ୍ମାନ ଦେଇଥାଏ?
ସେ,
ପରା,
ହୋଇଲା,
ଲଜ୍ଜିତ ଯେ,
କୁରୁ ସଭାରେ,
ପୁଣି ସେହି ନାରୀ,
ଟେକି ଦେଇଥିଲା ତା,
ଜନ୍ମିତ ସନ୍ତାନ ସବୁ,
ସେ କ୍ରୁର ଘାତକ ହାତରେ,
କି ସମ୍ମାନ ଏହି ଯେ ସତରେ?
ସେ,
ସତୀ,
ନାରିଟି,
ଦେଇଥିଲା,
ଅଗ୍ନି ପରୀକ୍ଷା,
ତା ବିନା ଦୋଷରେ,
କାହା କୁ ଚକ୍ରାନ୍ତରେ,
ସବୁ ଦୁଃଖ କଷ୍ଟ ପରେ,
ଆନୁଗତ୍ୟା ହୋଇବସିଏ,
ଏହି ଯେ ମଣିଷ ସମାଜରେ ।
ହେ,
ବନ୍ଧୁ,
କାହିଁକି,
ପିଟୁ ଅଛ,
ଡିଁଡିମ ଟିଏ,
ଯୁଗେ ଯୁଗେ ପରା,
ନାରୀ ଯେ ବନ୍ଦନୀୟା,
ଅତିତରୁ ଆଜି ଯାଏ,
ସଦା ସର୍ବଦା ନାରୀ ଜାତି,
ସମାଜେ ସମ୍ମାନ ପାଇଥାଏ।
ପ୍ରସନ୍ନ କୁମାର ସାହୁ,
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା।
236 total views, 1 views today