✰★✍︎ମୋ ପଖାଳ✍︎★✰
▼・ᴥ・▼▼・ᴥ・▼▼・ᴥ・▼
କବି(✒️)-ରାହୁଲ ମହାନ୍ତି✍️✍️
କେଡେ ସୁଆଦିଆ ମୋ ହାଣ୍ଡି ପଖାଳ
ତାହା ପାଇଁ ପୁରା ଜଗତ ପାଗଳ
ତା ପାଇଁ ପ୍ରସିଦ୍ଧ ଆମରି ଉତ୍କଳ
ସିଏ ହିଁ ବଢାଏ ଓଡ଼ିଆ ଙ୍କ ବଳ
ବଡ଼ିଚୁରା, ଶାଗ, ଦହି, ଆଚାର
ପଖାଳ ଭାତକୁ ଲାଗେ ସୁନ୍ଦର
ତା ସାଙ୍ଗକୁ ପୁଣି ଆମ୍ବୁଲ ଖଟା
ତା ସାଙ୍ଗକୁ ଯୋଖି ବେସର ବଟା
ଓଡ଼ିଆ ଜାତିର ଅଟେ ସେ ଗୌରବ
ଉଡ୍ରେ ତା ସାଙ୍ଗରେ ରଖିଥାନ୍ତି ଭାବ
ସମସ୍ତ ଉଡ୍ରଙ୍କୁ ଦେଇଥାଏ ଶାନ୍ତି
ସର୍ବେ ଉଡ୍ରଗଣ ତାକୁ ଭୁଞ୍ଜି ନିତି
ଆସ ହେ ଓଡ଼ିଆ ଦିବସ ପାଳିବା
ଆମ ପଖାଳକୁ ସନମାନ ଦେବା
ଆମରି ପଖାଳ ଅମୃତ ସମାନ
ତାହା ପାଇଁ ପୁରେ ଓଡ଼ିଆଙ୍କ ଦିନ
ଜୟ ଜଗନ୍ନାଥ 🙏🙏🙏🙏