ପଖାଳ,,,,,,
ବିଶ୍ଵ ପଖାଳ ଦିବସ ଅଟଇ ଆଜି
ତା ଗୁଣ ଗାନ କରିବା,
ପଖାଳ କେତେ ହିତ ଆମ ପାଇଁ
ସେ କଥା ଭାଇ ଜାଣିବା।
ପଖାଳ ନୁହଇ କେବଳ ଖାଦ୍ୟ
ଅବ୍ୟର୍ଥ ଔଷଧ ରୋଗର,
କେଉଁ ରୋଗ ର ସେ ଉପଚାର
ରଖିବାକୁ ହେବ ମନର।
ଔଷଧିୟ ଗୁଣ ଜାଣିଲେ ତାହାର
ନିଜେ ଚିକିତ୍ସିତ ହେବା,
ସଭିଙ୍କ ଘରେ ଉପଲବ୍ଧ ଅଟଇ
ଡାକ୍ତର ପାଶେ କାହିଁ ଯିବା।
ପେଟ ମୋଡା ପାଇଁ ସଜ ପଖାଳ
ଲେମ୍ବୁ ଦୂର ଚିପୁଡି ଥିବ,
ସେ ରୋଗରୁ ସଙ୍ଗେ ଆରୋଗ୍ୟ
ଲାଭ ଆନୁଭବ କରି ପାରିବ।
ତରଳ ଝାଡା ର ସରଳ ଚିକିତ୍ସା
ଦହି ପଖାଳ ଅଟଇ,
ଏହି ଚିକିତ୍ସା କୁ ଆପଣେଇ ପରା
ଉପଶମ ମିଳି ଥାଇ।
ଗ୍ରୀଷ୍ମ ପ୍ରବାହ ର ଅସହ୍ୟ ଝାଞ୍ଜି
ପଖାଳ କୁ ଲୋଡି ଥାଇ,
ଖରା ବେଳେ ତାକୁ ଖାଇ ଦେଲେ
ନିଦ୍ରା ଦେବୀ ପାଶେ ଯାଇ।
ପଖାଳ ସାଙ୍ଗ କୁ ଶାଗ ଖାରଡ଼ା
ବଡ଼ି ଚୁରା ପଡ଼ି ଥିଲେ,
ଟମାଟ ପୋଡ଼ା କୁ ସବୁଜ ଲଙ୍କା
ସେଥିରେ ମନ୍ଥା ହୋଇଥିଲେ।
ବାଇଗଣ ପୋଡ଼ା ପଖାଳ ସହ
ଯଦି ବଢ଼ା ହୋଇ ଥିବ,
ଖାଇବା ସମୟେ ଖରା ବେଳେ
ଇନ୍ଦ୍ର ଭୁବନ ଦିଶୁଥିବ।
ଆଜିର ବିଶ୍ଵ ପଖାଳ ଦିବସ ରେ
ପଖାଳ କୁ ସମ୍ମାନ ଦେବା,
ପଖାଳ ଖାଇ ଆନନ୍ଦ ପାଇବା
ତା ର ଜୟଗାନ କରିବା।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର ଗଞ୍ଜାମ।
317 total views, 1 views today