🌷ଆମ ପଖାଳ କଂସା🌷
********************
ଓଡିଆ ଖାଇବାକୁ ଭୂଲିହୁଏନା
ଶ୍ରେଷ୍ଠ ମୋ ପଖାଳକଂସା
ମାଆ ହାତ ବଢା ପଖାଳ ସୁଆଦ
ବଢାଏ ଖାଇବା ନିଶା।।
ପଖାଳ ସହ ଶାଗ,ବଡି,ଆଳୁଭଜା
ଲାଗଇ ଭାରି ସେ ମିଠା
ମାଛ ଭଜା ତାସହ ଖଟା ଆଚାର
ବଢାଇ ଦିଏ ଖାଇବା ଆଶା।।
ପଖାଳ ବିନା କୃଷକ କ୍ଷେତ ଯାଏନା
କରେ ମନେ ରାଗ ଋଷା
ପଖାଳ ଦିମୁଠା ପେଟେ ପଡିଗଲେ
କ୍ଷେତକୁ ଯିବା ତା ନିଶା।।
ଓଡିଆ ବୋଲି ତୁ ଗର୍ବ କରୁଥାଆ
ମନେ ପକା ପୂର୍ବ କଥା
ହଜିଯାଉଛି ଆଜି ଓଡିଆ ଖାଇବା
ମନେ ଆଣ ଜନ ବ୍ୟଥା।।
🙏🙏🙏
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର,ପିନ-755008।