ବିଡ଼ମ୍ବିତ ଶୈଶବ,,,,,,,
*****************
ବିଡ଼ମ୍ବିତ ଆଜି
ଶୈଶବ ଶିଶୁର
ଏହି ଆଧୁନିକ ଯୁଗରେ,
ସବୁ ଶିକ୍ଷା ଠାରୁ
ବଞ୍ଚିତ ଶିଶୁଟି
କିଛି ନାହି ତା ଭାଗ୍ୟରେ।
ଶୁଣି ପାରୁନାହିଁ
ବୁଢ଼ୀ ମା ଗୀତକୁ
ସୋଇନି ବୁଢ଼ୀମା ଗୋଡେ
ନାହିଁ ଆଉ ସେହି
ଯୌଥ ପରିବାର
ଚାକରାଣୀ ପାଶେ ବଢେ।
ଶୁଣି ପାରେ ନାହିଁ
ନାନାବାୟା ଗୀତ
ମାଆ କି ଜେଜେମା ତୁଣ୍ଡୁ,
ଆମେ ଆଜି ତାକୁ
ଖେଳନା ଟି ଦେଇ
ପ୍ରଥମରୁ ତାକୁ ଭଣ୍ଡୁ।
ଯୌଥ ପରିବାର
ଦେଖି ନାହିଁ ସିଏ
ପରସ୍ପର ସହାୟତା,
ଐକ କରିବାରେ
ବଢ଼ି ଅଛି ସିଏ
କରିଛି ଆଧୁନିକତା।
ପରସ୍ପର ସ୍ନେହ
ଆଦର ସରଧା
ଦେଖି ନାହିଁ ପରିବାରେ,
ସ୍ୱାର୍ଥପରତା ସେ
ଦେଖି ଆସି ଅଛି
ନିର୍ଭର ନିଜ ଉପରେ।
ବାପା ମାଆ ତାର
ଦୁଇ କର୍ମଚାରୀ
ବେଳ ନାହିଁ କାହା ପାଶେ,
ଶିଶୁ ଆଧୁନିକ
ଖେଲାନାକୁ ଧରି
ନିଜେ ନିଜେ ଖାଲି ହସେ।
ପାଠ ପଢା ବୋଝ
ଅଧିକ ତା ପାଇଁ
ତାଗିଦ୍ ସଦା ତା ପାଇଁ,
ଅଧିକ ନମ୍ବର
ରଖିବା ପାଇଁ କି
ମମି ସଦା କହୁ ଥାଇ।
ଗେଲ ହେବା ପାଇଁ
ଚାହୁଁଥିଲେ ସଦା
ସେତକ ମିଳଇ ନାହିଁ,
ବିଦ୍ୟାଳୟ ଦତ୍ତ
ଘର କାମ ସବୁ
କରିବା ତାଗିଦ୍ ଥାଇ।
ଘର କାମ ସବୁ
ନସରିବା ଯାଏଁ
ଖାଇବା ହୋଇବ ନାହିଁ,
ହୋଟେଲ ରୁ ଯାହା
ଆଣିଛନ୍ତି ମମି
ଶେଷରେ ଦେବେ ଫିଟାଇ
ଚାରିଟା ରାତିରୁ
ଉଠିବାକୁ ହେବ
ନିଦ ଥାଇ ଆଖି ମଧ୍ୟେ,
ବିଦ୍ୟାଳୟ ପାଠ
ମମିଙ୍କ ତାଗିଦ୍
ଶିଶୁ ପ୍ରାଣଙ୍କୁ ଯେ ବାଧେ।
ଶୈଶବ ବେଳରୁ
ଜାଣି ପାରିଲାନି
ହସ,ଖୁସି,ଆଉ ମଜା,
ସବୁ ବେଳେ ମତୀ
ଭରାକ୍ରାନ୍ତ ରହେ
ନୋହିଲେ ମିଳିବ ସଜା।
************
ପ୍ରସନ୍ନ କୁମାର ସାହୁ