❣️ *…. ମୋ ପ୍ରିୟା…..* ❣️
ଲେଖିଦେଲି ଆଜି ମନର କଥାକୁ
ପଢ଼ିନବ ପ୍ରିୟା ନିଜର ଭାବି
ଅଜଣା ବାଟରେ ଦେଖା ହୋଇଥିଲେ
ତୁମପାଇଁ ଆଜି ସାଜିଲି କବି ।
ତୁମ ସାଥେ ପ୍ରିୟା ଦେଖାହେଲା ଯେବେ
ମନ ରହିଗଲା ତୁମ ପାଖରେ
କେମିତିକା ଯାଦୁ କରିଦେଲ ତୁମେ
କଥା ରହିଗଲା ମୋର ଅଧାରେ ।।
ତୁମରି ଚେହେରାକୁ ଦେଖିବି ବୋଲି
ଦେଖେ ମୁଁ ରାତିରେ କେତେ ସପନ
ତୁମରି ମିଠା କଥା ଶୁଣିବି ବୋଲି
ଭାବନାରେ ହଜିଯାଏ ମୋ ମନ ।।
ପ୍ରେମର ଭାଷାକୁ ଶିଖେଇଲ ପ୍ରିୟା
ଚୋରି କଲା ମନ ଚୋରା ଚାହାଣୀ
ପ୍ରେମରେ ପ୍ରେମରେ ଏମିତି ବାନ୍ଧିଲ
ନିଜକୁ ନିଜେ ମୁଁ ପାରୁନି ଜାଣି ।।
ଅନ୍ଧାରରେ ଆଜି ଆଲୋକ ଖୋଜୁଛି
ପାଇବା ପାଇଁକି ମୁଁ ଯେ ତୁମକୁ
ତମେ ଆସିବକି ନାହିଁ କହିଦିଅ
ଏଇ ଜୀବନେ ଆଲୋକ ଦେବାକୁ ।।
……. *ରୋହିତ୍ ଦାସ* …….
…….. *ଗଞ୍ଜାମ ………….*
ଅତି ସୁନ୍ଦର କବିତା…..ଭାଇ
ବହୁତ୍ ବହୁତ୍ ଭଲ ଲାଗିଲା କବିତାଟି ପଢ଼ି ।ମନକୁ ଛୁଇଁଲା କବିତା ।
ବହୁତ ଭଲ ହୋଇଛି ଭାଇ