“`ଦୁଃଖିନୀ ମାଆ ମୋର“`
ଜାଡୁଆ ମାଘରେ ବି
ବଡି ଭୋରରୁ
ଯାବତୀୟ କାମ ସବୁକୁ
ଘଡିର ଟିକ୍ ଟିକ୍ ଶବ୍ଦ ପରି
ସବୁ କିଛି ସାରିଦେଉ
ଅଲଙ୍ଗନୀୟ ବାସ୍ତବତାକୁ ଲଙ୍ଘି
ଅଫିସ୍; ଅଫିସ୍ ରୁ ଘର
ରୋଷେଇ; ରୋଷେଇରୁ ବାହର
ଏମିତି ପଲକ ମାତ୍ରେ ସବୁକିଛି ଶେଷ!
ଲୋକେ କୁହନ୍ତି,
କାଳୁ ମା’ ଭଲ ଆଜାଦ୍ ରେ
ଚାକିରୀ କରିଛି ନା!
ତୋ ଆଖିର ତାରା ଶୁଣିଛି
ବନ୍ଦ କୋଠରୀରୁ ତୁମ ମା’ ଝିଅଙ୍କ
କୁଁ କୁଁ ସୁଁ ସୁଁ
ସେରେ ପାଣି ଯେହ୍ନେ
ପୁଣି ପ୍ରତ୍ଯାବର୍ତ୍ତନ ସେ ବନ୍ଦ କୋଠରୀରୁ କୁହେଳିକା ଜଗତକୁ
ଭିଜିଯାଇଥିବା ଗୋଟେ ପାଖ ପଣତ ସହ..
ରିକ୍ତ ହସ୍ତରେ ପଇସାଟେ ଧରାଇ
ରିକ୍ତ ମନରେ ସାହସ
ଆଉ ବା କ’ଣ ଏ ସଂସାରେ
ବାସ
ପ୍ରତି ଜନ୍ମରେ ରିକ୍ତ ହେବାର ଇଚ୍ଛା
ମା’………………
ରୁଦ୍ର ନାରାୟଣ ଦାଶ
ଭୁବନେଶ୍ବର, ଓଡିଶା।
Oppp…. ବହୁତ୍ ବଢ଼ିଆ।
There is No one like mother in this universe.
She is always unique.