*ଭାଗ୍ୟ ଫଳତି ସର୍ବତ୍ର*
ସର୍ବତ୍ର ଜଗତେ ଭାଗ୍ୟ ଫଳେ ସିନା
ବିଦ୍ୟା,ପଉଋଷ କି ଅବା ଧନ,
ନ ଥାଏ ପରତେ ଜ୍ଞାତ ପାଇଁ ସତେ
ଆଢୁଆଳେ ତା’ର କିବା ବିଧାନ ।
କେ ଧନୀ,କେ ଜ୍ଞାନୀ ଅବା ମହାମାନୀ
ଭାଗ୍ୟ ଡୋରେ ବନ୍ଧା ସର୍ବ ଜୀବନୀ ,
ଦୁଃଖୀ, ଦରିଦର, ମୁରୁଖ,ରୁଗୁଣ
ଭାଗ୍ୟେ ଲେଖିଛି ନିଖୁଣ ବିନ୍ଧାଣୀ
ସମ୍ବିଧାନେ ତା’ର ବିଚିତ୍ର ବିଧାନ
କେହି ନ ପାରନ୍ତି ବାହାରି ତିଳେ,
ତା’ ଚକ୍ର-ବଳୟେ ଘୁରି ହେଉଥାନ୍ତି
ନିଜର ପ୍ରାରବ୍ଧ କରମ ବଳେ ।
କିଏ କି ଭୋଗିବ କେ ବେଳେ କି ହେବ
ସେ ଚକ୍ରି ସେମନ୍ତେ ଚଳାଏ ଚକ୍ର,
ଯେତେ ବା ଉଦ୍ୟମ କରୁ ବିଦୁଆନ
କରି ନ ପାରେନି ସଳଖ କି ବକ୍ର ।
ହଟ୍ଟ-ହଟ୍ଟା ଯା’ର କପାଳ ଲିଖନ
କେ ପାରିବ ତାହା ବଦଳାଇକି ।
ନେପଥୟେ ଥାଇ ଅଟ୍ଟହାସ୍ୟ କରଇ
ଦୁଃଖୀ ଦୁଃଖ ତାରେ ଶୁଭେ ନାହିଁକି ?
ଶ୍ରେଷ୍ଠ ଜୀବ ନର ଜୀବନେ ଲଢ଼ିବ
ପିଣ୍ଡେ ତା’ପରାଣ ଥିବାର ଯାଏ ,
ଛାଡିଲେ ପରାଣ ସ୍ମରଣେ କି ଥିବ
ସୁଖ କି ଦୁଃଖ ବା ତାହାର ହାଏ ?
ସାଗରୁ ସଲିଳ ଶୁଖିଯାଏ ଯେବେ
ଭୂଇଁ ପରେ ମୀନ କରିବ କିସ
ଭଗବାନ ଆଖି ଆଡ଼ କରିନେଲେ
କି କରିବ ଅବା ଛାର ମଣିଷ ?
ଭାଗ୍ୟଫଳ ଯଦି ଭୁଞ୍ଜିବା ହିଁ ସାର
ଆହେ ଭଗବାନ ସୃଷ୍ଟି-କାରଣ,
ଅଭିନେତା ଆମେ ଜଣାଉ ସ୍ୱାଗତ
ତଵ ଇଚ୍ଛା ସଦା ହେଉ ପୂରଣ ।
***** ଶିକ୍ଷୟିତ୍ରୀ
The price fluctuates too much. I shot 3610 on 5.20, and now the price is 3510 on No. 6.1. In less than half a month, I asked the customer service and said that the price is not insured. I understand that the price of the goods fluctuates. If a long time has passed, I won’t have any objections. .