“ବାକ୍ୟ ବୀର”
ଆହେ ବାକ୍ୟ ବୀର, ଛାଡ଼ ତୁମ ଗିର
ବିଜ୍ଞପ୍ତି ପସରା ଛାଡ଼,
କଥାର ଚାତୁରି, ବାହିବନି ତରି
ବୁଲିବନି ଦୁଃଖ ମୋଡ଼ ll(1)
ଫୁଲ ମଳାଟିର ଫୁଲ ସମାହାର
କଥା ମାଳାଟିର କଥା,
ଦୂରୁ ଶୋଭା ଶିରି, ହୁଏ ମନ ହାରି
ସମ୍ପର୍କ ସୂତାରେ ଗୁନ୍ଥା ll(2)
ସୁବେଶ ବେଶରେ କଥା କହିବାଟି
ଖଜା ଖିଆପରି ଲାଗେ,
କାମ କଲାବେଳେ, ଜଣା ପଡିଯାଏ
ଅସାଧ୍ୟ ସାଧନ ମାଗେ ll(3)
ବୁଲା ଷଣ୍ଢ ଗୋଟେ କାହୁଁ ସେ ଜାଣିଵ
ଚଷା ବଳଦର ଶ୍ରମ ,
ଖରା,ବର୍ଷା,ଶୀତ, ବୋଝର ଓଜନ
କ୍ଷେତ ବାଡ଼ି ଚାଷ ଶ୍ରମ ll(4)
ସଭା ସମିତିରେ, ଶୋଭା ପାଉଥାଏ
ଭଲ ଲାଗୁଥାଏ ସେତ
କାନ ମନ ମୋହେ, ବାହାଦୁରି ପାଏ
ପୁଲକିତ ହୁଏ ଚିତ୍ତ ll(5)
କଥାରେ କଥାରେ ପେଟ ପୁରେ ନାହିଁ
ଭୁକ ଶୋଷ ମେଣ୍ଟେ ନାହିଁ,
କାମତ କହିବ ବାସ୍ତବ ଠିକଣା
ପରିଚୟ ପାଶେ ଥୋଇ ll(6)
ଶସ୍ତା ପ୍ରିୟତାରେ, ହାଇଁପାଇଁ କାହିଁ
ବୃଥା ପ୍ରୟାସଟି ଦୂର
ସଚା ସେବକଟି, ପ୍ରଚାର ନକରି
କାମେ ଲାଗେ ନିରନ୍ତର ll(7)
ବୃଥା କଥାଟିରେ ସ୍ୱlଧିନ ହୋଇନି
ଦେଶ ମାତୃକା ଆଜି,
ଶ୍ରମ, ଶକ୍ତି,ପ୍ରୀତି, ତ୍ୟାଗ ତପସ୍ୟାରେ
ସବୁ ସମାହାର ପୁଞ୍ଜି ll(8)
କଥା କୁହାଳିଆ ବାରି ହୋଇ ପଡେ
ଧାନର ଅଗାଡ଼ି ପରି,
ମୁହିଁ ମୋଡା କଥା, ବ୍ୟଙ୍ଗ ବାରତାଟି
ଗାଲ ଚାପୁଡ଼ାଟି ସରି ll(9)
*******************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449
530 total views, 1 views today