କବିତା ଦୁହିତା
ମୋର ହସ୍ତଲେଖା ନାମ କବିତା କହେ ଜାତିରେ ମୁଁ ଦୁହିତା,
ଶକ୍ତ ନିହାଣ ଲେଖନୀ ମୁନେ ସୃଷ୍ଟି କବି ଭବ ପୂଜ୍ୟ ପିତା ।
ପିତା ଠାରେ ମୁଁ ଯେ ଭାରି ଅଲିଅଳ ମନ ବୁଝନ୍ତି ଆଦରେ,
ବାପା ସରି କେହୁ ହୋଇକି ପାରିବ ଖୋଜି ବୁଲେ ଜୀବନରେ ।
ଜନ୍ମି ନାହିଁ କେହି ଏହି ଭୂମଣ୍ଡଳେ ବୁଝିବାକୁ ମୋତେ ପୂର୍ଣ୍ଣ,
ଚେଷ୍ଟା ବଳେ ବୁଝି ପାରେ ଭାଷା ଜ୍ଞାନ କିନ୍ତୁ ନୁହେଁ ପିତା ସମ ।
ପିତୃ ହୀନ ଛୁଆ ଜାରଜ ନାମରେ ଏ ଜଗତେ ଅଭିହିତ,
ମୁହିଁ ମାତୃହୀନା ମୋତେ କେଉଁ ନାମେ କରାଇବ ପରିଚିତ ?
କବି କୁଳ ଛାଡ଼ି ପାଠକ କୁଳ ବୁଲି ଯାଏ ସମୟ ସ୍ରୋତେ,
ସଦା ମୁହିଁ ରତ ଦୁଇ କୁଳ ହିତେ ଅନ୍ୟର ମନୋରଞ୍ଜିତେ ।
ମନ ମଉନ ଅଟେ ନାରୀ ସମ ପାଠକ ସ୍ବାମୀ କି ବୁଝିବ ?
ନାରୀର ସମ୍ମାନ ମୋ ଦେହେ ଶୋଭିତ କାର୍ଯ୍ୟକାରୀ କେବେ ହେବ ?
ସମାଜ କୁ ଭିତ୍ତି କରି ସ୍ରଷ୍ଟା ମୋ ଚରିତ୍ର ରଖନ୍ତି ତନୁରେ,
ଲଘୁକ୍ରିୟା ତ୍ରୁଟି ରେ ଚରିତ୍ର ହୀନା ଅସ୍ତିତ୍ବ ରହେନି ବାରେ ।
ହିଞ୍ଜିଳିକାଟୁ, (ଗଞ୍ଜାମ)
Things are very good rolled up nice second time purchase