ଗୀତା ଦିଦିଙ୍କ ପାନ ବଟୁଆ
ବନଲତା ଜାଲି
ଗୀତା ଦିଦିଙ୍କର ପାନ ବଟୁଆ
ବାଡି ପାନକୁ କତୁରା ଗୁଆ ।।
ଧୂଳି ଗୁଣ୍ଡିକୁ ଚମନ ବାର୍
ଚୂନ ସାଙ୍ଗକୁ ନାଲି ଖଇର ।।
ପାନ ମିଠା ସାଥେ ଛୋଟ ପୁଡିଆ
ପାନ ପାଇଁ ସେତ ଭାରି ବଢିଆ ।।
ପାନରେ ସିଏ ତ ଭାରି ଅମଳି
ତା’ବିନା ସେ ହୋଇଯାନ୍ତି ପାଗଳୀ ।।
ପାନ ବଟୁଆକୁ ଦେଲେ ସେ ଖୋଲି
ସମସ୍ତେ ସେଠିକୁ ଆସନ୍ତି ଚାଲି ।।
ସଭିଁଏ କହନ୍ତି ଶୁଣ ମ ଦିଦି
ମୋ ପାଇଁ ଖଣ୍ଡିଏ ଭାଙ୍ଗ ଜଲଦି ।।
ବଟୁଆ ଖୋଲନ୍ତି କଥାକୁ ଶୁଣି
ପାନ ଭାଙ୍ଗନ୍ତି ସେ ଲୋକଙ୍କୁ ଗଣି ।।
ମେଲାଇ ବସନ୍ତି ପାନ ପସରା
ଆରମ୍ଭ କରିଣ କଥା ଅସରା ।।
ପାନ ସାଥେ ସିଏ ବାଣ୍ଟନ୍ତି ଖୁସି
ସ୍ନେହ,ଶ୍ରଦ୍ଧା ଯାଏ ସେଥିରେ ମିଶି ।।
ବାଟରେ ଦେଖିଲେ ଆପଣା ଲୋକ
ପାନ ପାଇଁ ବଢେ ତାଙ୍କରି ଭୋକ ।।
କହନ୍ତି ଦିଦିଙ୍କୁ ପାନ ତ କାହିଁ
ଶୁଣି ଭଙ୍ଗା ପାନ ଦ୍ଯନ୍ତି ବଢାଇ ।।
ସମସ୍ତେ ଖାଇଣ ଭାରି ଆନନ୍ଦ
ଦିଦିଙ୍କ ବଟୁଆ ନିନ୍ଦାବାଦ ।।
କୃଷ୍ଣ ପ୍ରସାଦ,ପୁରୀ ।
835 total views, 1 views today