ମୋ ଭାଷା”କବିତା ଟିଏ
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ
ଓଡ଼ିଶା ମୋହର ଭୂଇଁ
ଏମନ୍ତ ଭାଷା ଏପରି ମିଠା
ତାର ତୁଳନା ନାହିଁ।
ମଧୁସୂଦନ ଓ ସେନାପତି
କ୍ରାନ୍ତି କାରି ତାଙ୍କ ସୃଷ୍ଟି
ଗରିବ ବନ୍ଧୁ ଶ୍ରୀ ଗୋପବନ୍ଧୁ
ଖେଳାଇଲେ ଭାଷା ଗୋଟି।
ଆମରି ଭାଷା ଗୋଟିଏ ନଦୀ
ଶାଖା ଉପନଦୀ ଅଛି
ଦାନ କରିଛି ବୋହି ଆଣିଛି
କୀର୍ତ୍ତି ରଖିଛି ସାଇତି।
ଭାବ ଗ୍ରହଣ ଭାଷା ଗ୍ରହଣ
ନିତ୍ୟ ନୈମିତ୍ତିକ କାର୍ଯ୍ୟ
ହେଲେ ପ୍ରାଚୀନ ଜୀବନ୍ତ ପୁଣି
ଶବ୍ଦ ସ୍ଖଳନ ଧାର୍ଯ୍ୟ।
ଅନ୍ୟ ଭାଷାକୁ ଏଭାଷା ଯାଉ
ଆପତ୍ତି ଆମ ନାହିଁ
ଭାଷା ବିସ୍ତୃତି ବ୍ୟାପକ ଲୋଡ଼ା
ଭାଷା ଜ୍ଞାନ ଥାଉ ରହି।
ତେବେ ଯାଇ ତା ଗର୍ବ ରହିବ
ଭାଷା ଝଟକୁଥିବ
କାଳକାଳକୁ ଆମ ପିଲାଏ
ବୁଝିବେ ଭାଷା ବିଭ ବ।
ଭାଷା ଗହୀର ଚାଷ ହେ ଭାଇ
ଠେଙ୍ଗ ଚାଷ ଏ ନୁହେଁ
ଆମର ଭାଷା ଆମ ସହିତ
ମାଟିର କଥାଚିତ୍ରରେ କହେ।
ମାଉସୀ ମୋହ ଛାଡିଣ ଦେବା
ମାତୃଭାଷାରେ ମମତା
ମର୍ତ୍ତ୍ୟରେ ହେବ ଅମରାବତୀ
ଆଜି ଦିନର ବାର୍ତ୍ତା।
ପ୍ରଫୁଲ୍ଲ କୁମାର ହୋତା।
ଜିଲ୍ଲା ଖୋର୍ଦ୍ଧା।
805 total views, 1 views today