April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଜୀବନର ନିର୍ଜନ ରାସ୍ତାରେ– ବିଜୟ କୁମାର ଘଡେ଼ଇ

ଜୀବନର ନିର୍ଜନ ରାସ୍ତାରେ
***********************************
ସମୟର ଅବିରତ ଗତି ମଧ୍ୟେ
ଅଙ୍କା ବଙ୍କା ନିର୍ଜନ ରାସ୍ତାରେ
ଚାଲିବାକୁ ହୁଏ ଏକା ଏକା
କେହି ନୁହଁ ଏଠି କାହାର
ସ୍ୱାର୍ଥରେ ବନ୍ଧା ତ ଏଇ ସଂସାର ।।

ଛଳନା ଲଞ୍ଛନା ଆଉ ମିଛ ପ୍ରତିଶ୍ରୁତିରେ
ବହୁ ବନ୍ଧୁ ହାତ ଧରନ୍ତି ଚାଲିବା ବାଟରେ
ବାସ୍ କେବଳ ନିଜର ସ୍ୱାର୍ଥ ପୂରଣ ହେବା ଯାଏ
ସମୟର ଅନ୍ତରାଳରେ ସୁଯୋଗ ଖୋଜି
ନିଜକୁ ଅପସାରି ନିଅନ୍ତି ସବୁ ସ୍ୱାର୍ଥ ବୁଝି ।।

କେହି ନୁହଁ ଏଠି କାହାର
ସମୟ ନା ନିଜର ଭାବୁଥିବା ମଣିଷ
ସମୟ ହିଁ କହିଦିଏ
କିଏ ପର ଆଉ କିଏ ନିଜର ।।

ଭଲ ଥିଲା ପିଲାବେଳ ଯେବେ ନଥିଲା
କାହା ମିଛ ପ୍ରତିଶୃତି ଅବା କାହା ପ୍ରତାରଣା
ନା ମିଛି ମିଛିକା କାହାର ସ୍ନେହ ଓ ମମତା
ଡର ଲାଗେ ଆଜି କାହିଁ କାହାର ମଧ୍ୟସ୍ଥତାକୁ
ଜୀବନର ଯୋଗ ବିୟୋଗର ଅଙ୍କ କଷିବାକୁ ।।

କାହାରି କିଛି ବି ଫରକ ପଡ଼େନି
ଦୁନିଆରେ କାହା ଉପସ୍ଥିତି ବା ଅନୁପସ୍ଥିତି
ଶରୀର ଛାଡିବା ବେଳେ ଖାଲି ଦୁନିଆ କହେ
କେହି ଜଣେ ଥିଲା
ମୋତେ ଛାଡି ଚାଲିଗଲା ।।

ବିଜୟ କୁମାର ଘଡେ଼ଇ
ଔପଦା,ବାଲେଶ୍ୱର

 563 total views,  1 views today

Leave a Reply

Your email address will not be published. Required fields are marked *