ଆମ ସମୟ
ଅଦିନିଆ ବର୍ଷାରେ
ଭିଜିବାକୁ
ତାଗିଦ କରିଥିଲା ସମୟ,
ଛାନିର କଖାରୁ ଡଙ୍କ
ହୋଇ ସାରିଥିଲା
ପାଣି ମୟ ପାଣି ମୟ ।
ତଥାପି ….!
ତୁମେ ସକଳୁଆ ଅଳସ
ଭାଙ୍ଗିବା ପୂର୍ବରୁ
ପାଣି ଭର୍ତ୍ତି
ହୋଇ ସାରିଥିଲା ଘର ।
ସକାଳ ଚା କପ ରେ
ଛିଟିକି ପଡିଥିବା
କୁହା ଖର
ଚା କପ ର ଉଷୁମ କୁ ଆହୁରି
ବଢ଼େଇ ନେଉଥିଲା
ଆଗକୁ ଆଗକୁ ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର