* *ବିଚିତ୍ର ସଂସାର!* *
*************
ସୀମାଞ୍ଚଳ ପଣ୍ଡା
***********
ଦାନ୍ତୁରୀ- ଟାକୁ,
କେମିତି ଵିଵାହ କଲୁରେ ଚିକୁ?
ଘୃଣା କରୁସିନା ଦେଖି ମୋ ସ୍ତିରୀ,
ମୋ’ ପାଇଁ ସିଏ ଵିଶ୍ୱ ସୁନ୍ଦରୀ,
ଦୁନିଆଁ ଗୋଟା,
ଭାଵ ଦୁଇଟା,
କ୍ଷଣେ ନଦେଖିଲେ ହୁଏ ମୁଁ ଝୁରି।
ଘୁଷୁରୀ କହେ,
ପାଚିଲା କଦଳୀ ଲୋଡ଼ାତ ନୁହେଁ।
ମଳ ତା’ ଆହାରେ ଵର୍ଣ୍ଣ୍ ଭିଟା,
ପଙ୍କ ଲାଗେ ତାକୁ ଚନ୍ଦନ ଵଟା,
କାହାକୁ ଅଵା,
ଘୃଣା କରିଵା,
ଭଲ କିଏ ଆଉ ମନ୍ଦ କେଉଁଟା?
ଆତଙ୍କ ଵାଦ,
ଜଗତ ନିମନ୍ତେ ବଡ଼ ପ୍ରମାଦ।
ଵିଶ୍ୱ କହେ ହେଲା ଆତଙ୍କୀ ଵଧ,
ଵିଦ୍ରୋହୀ କହୁଛି ହେଲା ଶହୀଦ,
ଆତଙ୍କପ୍ରେମୀ,
ମୁକ୍ତି ସଂଗ୍ରାମୀ,
ମଣିଷ ଭିତରେ ଅଲଗା ଵାଦ।
କୁଟାଯୋଡ଼େଇ,
ଘର ଗଢ଼ିଦିଏ ଵାଇ ଚଢ଼େଇ।
କାହାକୁ ଅସନା କାହାର ଦାନା,
ଏକା ଦରଵରେ ଭିନ୍ନ ଭାଵନା,
କାହାକୁ କିଏ,
ଆଦରି ଥାଏ,
ବିଚିତ୍ର ସଂସାର ନୁହେଁ କଳନା।
ଵାସ ନଥାଉ,
ପଲାଶ ଅଲୋଡ଼ା ହୋଇଵକାହୁଁ।
ଦିଏ ଚମକାଇ ଖଣ୍ଡ ମଣ୍ଡଳ,
ଶୋଭାର ଆଭାରେ କରେପାଗଳ,
ଓଷଧ ଗୁଣ,
କେଡ଼େମହାନ,
ଗୁଣରେ ଜଗତ ହୁଅଇ ଭୋଳ।
ଜଡ଼ କି ଜୀଵ,
ଧରା ପାଇଁ ଲୋଡ଼ା ହୁଏ ସରଵ।
କିଏ ସାର ଆଉ କିଏ ଅସାର?
କିଏ ଆପଣାର କିଏ ଵା ପର?
କିଏ ଅଲୋଡ଼ା,
ସକଳ ଲୋଡ଼ା,
ଦରକାର ଜାଣି ଧାତା ଵିଚାର !
ଗଢିଛି ଯିଏ,
ଜାଣିଛ କେମିତି ବିନ୍ଧାଣି ସିଏ !
କରିଛି ଅଦ୍ଭୂତ ଗଢ଼଼ଣ ସାର,
ରୂପ ରସ ଗନ୍ଧ ଗୁଣ ଅପାର,
ଭରିଛି ଦେଖ,
ହାରଇ ଦୁଃଖ,
ବିଚିତ୍ର ଵିନ୍ଧାଣି ଗଢ଼ା ସଂସାର !
**********
ସୀମାଞ୍ଚଳ ପଣ୍ଡା