*ପ୍ରେମର ଡୋର*
ଭଲ ପାଇବାର ଶୀତଳ ତାତିରେ
ଜଳି ନାହିଁ ଥରେ ଯିଏ |
କେମିତି ବୁଝିବ ପତଙ୍ଗ କାହିଁକି
ଜଳିବାକୁ ଭଲ ପାଏ ||
କେତେବେଳେ ପ୍ରେମ ଚନ୍ଦନ କାଠଟେ
ମହମହ ବାସୁଥାଏ |
କେତେବେଳେ ପୁଣି ମୂନିଆ ପଥର
ରକତ ଝରାଉଥାଏ ||
ପ୍ରତାରଣା ଅଛି ପ୍ରତିଶ୍ରୁତି ଅଛି
ଦୁଇ ପଟେ ତାର ଧାର |
ଏମିତି କିମିଆ ଅଛି ତା ପାଖରେ
ବାନ୍ଧିଦିଏ ତାର ଡୋର ||
*ବିମଲ ସାସ୍ମଲ*
*ଭୁବନେଶ୍ୱର* ।
Ph-9777744947