ପ୍ରେମ ତୁମେ କାହାର
*************************
ଶୁଣ ଶୁଣ ପ୍ରେମ ପଚାରେ ପ୍ରଶ୍ନଟି
ପ୍ରେମ ଅଟୁ ତୁ କାହାର?
କହ କହ ଆଜି ତୋ ମନ କଥାଟି
ମନଟି ଘୁରୁଛି ମୋର |
କହିଥିଲି ତୋତେ ଶୁଣ ଧନ ମୋର
ଯିବୁ ତୁହି ପ୍ରିୟା ପାଶକୁ
ଶୁଣିଲୁନି ତୁହି କଥାକୁ ମୋହର
ଗଲୁନାହିଁ ତା’ର ପାଶକୁ |
ଦେଇ ନ ପାରିଲି ତୋତେ ମୁଁ ପ୍ରିୟାକୁ
ପ୍ରିୟା ଚାଲିଗଲା ଦୂର
ଛାଡିବିନି ତୋତେ କହ ଆଜି ମୋତେ
ପ୍ରେମ ଅଟୁ ତୁ କାହାର??
ପ୍ରେମବନ୍ଧୁ ବୋଲି ଭାବିଥିଲି ତୋତେ
କଲୁ ତୁହି ମୋତେ ପର
କର ପଛେ ପର କହିଦିଅ ଆଜି
ପ୍ରେମ ଅଟୁ ତୁ କାହାର????
**************************✍️ ଚିନାପାନା ଲୋକନାଥ ରେଡ଼ି
ବ୍ରହ୍ମପୁର, ଗଞ୍ଜାମ, ଓଡିଶା
ବୟସ – 18 ବର୍ଷ
761009
7606858260
705 total views, 1 views today