**ମୋ ହୃଦୟ ର ଭାଷା **
ମୋ ହୃଦୟ ଭାଷା ବୁଝୁନ ହେ ସାଥୀ
ବୁଝି ତ ପାରୁନ ମୋତେ,
ଅନ୍ତରର କଥା ପ୍ରୀତି ମଧୁ ଗୀତି
ଗୁମର ବାରତା କେତେ?
ଅମର ତୂଳୀରେ ଦେଇ ଅଛ ଆଙ୍କି
ଜୀବନ୍ତ ଛବି ମୋ ହୃଦେ,
ପୂର୍ଣ୍ଣ ରଙ୍ଗ ମୟ ଚିତ୍ର ପଟ୍ଟ ଢାଙ୍କି
ରଖିଛି ମନ ଆନନ୍ଦେ ।।
ନାରୀ ର ହୃଦୟ କୋମଳ ନିର୍ମଳ
ସ୍ୱଚ୍ଛ ଦରପଣ ସିନା,
ଥରେ ଭାଙ୍ଗି ଗଲେ ହୁଅଇ ବ୍ୟାକୁଳ
ଆଉସେ ଯୋଡ଼ି ହୁଏନା ।।
ନାରୀ ମନ ଯଦି ଭଗ୍ନ ହୁଏ ଥରେ
କେହି ତା’ ବିଶ୍ୱାସୀ ନୁହେଁ,
ନିଜର “ଅସ୍ମିତା” “ସମ୍ମାନ” ନ ହାରେ
ନିଃସଙ୍ଗ ଜୀବନ ସହେ ।।
ଉଛୁଳା ଯୌବନ ଚାହେଁ ଗୋ ପରଶ
ଆନମନା ହୁଏ ମନ,
ମହୁଲ ମଳୟେ ପ୍ରିୟ ସାଥୀ ଆସ
ମଧୁର ମାହେନ୍ଦ୍ର ଲଗ୍ନ ।।
ମାନବ ଜୀବନ ଅଟଇ ସଂଗ୍ରାମ
ଚାଲୁଥିବା ଦୁହେଁ ସାଥୀ,
ଲୁହ କୋହ ପିଇ ବାଣ୍ଟି ସ୍ନେହ ପ୍ରେମ
ରଚି ଯୁଗାନ୍ତର ସ୍ମୃତି ।।
ଜାନକୀ ମହାନ୍ତ
ବେଙ୍ଗାଲୁରୁ
Looking forward to reading more. Great blog post. Really Cool.
In this article the business will limit players underneathFree Roblox Accounts With Robux 2021 Account And PasswordsFree Roblox Accounts
Hi there, just wanted to tell you, I loved this post. It was practical. Keep on posting!
awesome content, i love it