ଅଶାନ୍ତ ଝଡ଼
~~~~~~
ଜୀବନରେ କେତେବେଳେ ଝଡ଼ ଉଠେ
ଅକସ୍ମାତ ପାଦ ଥାପିଦେଇ ଛିଡାହୁଏ
ସେଇ ଝଡ଼ ଭାରି ଅଶାନ୍ତ ହୋଇପଡେ
ଅସ୍ପଷ୍ଟ ସେଇ ପଦଧ୍ୱନୀ ଶୁଭିଯିବାପରେ
ଛାତି ତଳେ ଛଟପଟ ଅସୁମାରୀ ଆତଙ୍କ
ଅସ୍ତିର କମ୍ପନରେ ହଜିଯାଏ ସମୁଦାୟ ସତ୍ତା
ଆତ୍ମା ବିଳାପ ଉଠି ଝରିଯାଏ ଲୁହ
ହୃଦୟରେ ବସା ବାନ୍ଧେ ଭୂକମ୍ପର
ଛାତିର ବେଦନା ସବୁ ବୋହିଯାଏ
ଲୁହରେ ଝରି ଟୋପା ଟୋପା ହେଇ
ଭାଙ୍ଗିଯାଏ ଯେତେ କଳ୍ପନାର ବନ୍ଧ
ଏହା ଜୀବନର କ୍ରୁର ଅହମିକା
ଝଡ଼ ବୋହିଯାଇ ଅଶାନ୍ତ କରିଦିଏ
ମନକୁ ଖିନ୍ ଭିନ୍ନ କରି ଯନ୍ତ୍ରଣାରେ
ଜର୍ଜରିତ ହୋଇଉଠେ ମନର ବେଦନା
ଝଡ଼ ଶାନ୍ତ ହେଇଗଲାପରେ ପୁଣି
ସ୍ୱାଭାବିକକୁ ଆପଣାଇବା ଅତି କଷ୍ଟ
କିନ୍ତୁ ବଞ୍ଚିବାକୁ ଉଠିବାକୁ ହେବ ନିଶ୍ଚୟ
ଯେମତି ଝଡ଼ ପବନ ବୋହିଗଲାପରେ
ପୁଣି ଅଣ୍ଟା ସଳଖି ଠିଆ ହେବାକୁ ପଡେ
କିଛି ଭାଙ୍ଗି ରୁଜି ଯାଇଥାଏ ଯେତେସବୁ
ବଂଚିବାକୁ ଚେଷ୍ଟାକରେ ପୁଣି ଥରେ
ଏଇତ ଭଙ୍ଗା ଗଢ଼ା ଦୁନିଆର ନିୟମ
ସେମିତି ଜୀବନରେ ଅଶାନ୍ତ ଝଡ଼
ବୋହିଯାଏ କେତେବେଳେ କେଉଁଠି
ଏମିତି ତ ଜୀବନର ପରିଭାଷା
ସେଇ ଝଡ଼କୁ ନଇଁ ପଡି ସହିଗଲେ
ପୁଣି ଜୀବନ ହୋଇପଡେ ଶାନ୍ତ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
1,889 total views, 1 views today
Like I imagined, I really like this kind of watch, simple and generous