ଶରତ ସନ୍ଧ୍ୟାରେ
କୃଷ୍ଣ ଚନ୍ଦ୍ର ବାରିକ
ବାହୁଡା଼ ବିଜୟ କୀଲାଳ ବର୍ଣ୍ଣାଗୋ
ବସନ୍ତର ବର୍ଣ୍ଣ ବିଭା
ବିପିନ ସଘନେ ସବୁଜ ବନାନୀ
ସୁରଭିରେ ସାଜେ ଗଭା
ଶ୍ଵେତ ମେଘ ମାଳା ସୁନୀଲ ଅମ୍ବରେ
ନୌକା ଭାସେ ସାଗରରେ
ଶାନ୍ତ ସୁଶୀତଳ ସମୀର ଅଶ୍ଳେଷ
ଶୃଙ୍ଗାର ଜଗାଏ ଗାତ୍ରେ
ସନ୍ଧ୍ୟା ଦୀପ ଜାଳେ ଓଡ଼ିଆ ବୋହୂ ଟି
ତୁଳସୀ ଚଉରା ମୂଳେ
ଗୁଣୁ ଗୁଣୁ ହୋଇ ହଳିଆ ପିଲା ଟି
ଗାଉ ଥାଏ କୌତୁହଳେ।।
ଭାଗବତ ଟୁଙ୍ଗୀ ଉଜୁଡି ଗଲାଣି
ସମୟର କାଳ ସ୍ରୋତେ
ଦୀପ ଜଳୁ ନାହିଁ ଗପ ଶୁଭୁ ନାହିଁ
ଆଧୁନିକତାର ମତେ ।।
ନିଶା ଚର ଆଜି ନିଶା ଖୋର୍ ସାଜି
ସନ୍ଧ୍ୟାର ଯେ ଆଗମନେ
ମଣିଷ ପଣିଆ ହରାଇ ସାରିଛି
ଆତ୍ମ ଗର୍ବ ଅଭିମାନେ।।
କୃଷ୍ଣ ଚନ୍ଦ୍ର ବାରିକ
ସୁବର୍ଣ୍ଣପୁର