**ଗାନ୍ଧି ଜୟନ୍ତୀ**
(ସନ୍ଧ୍ୟାରାଣୀ ହୋତା)
****************************
ଗା__ଗାର୍ହସ୍ଥ୍ୟ ଜୀଵନ ନ ପାରିଲା ବାନ୍ଧି
ପ୍ରାଣେ ଗୁଞ୍ଜିତ ଭାରତ ମା’ ବନ୍ଦୀ
ଗୁଣବନ୍ତ ବାପୁ ଗୁମୁରି କାନ୍ଦିଲ
ମା’ ବନ୍ଧନ ଛିନ୍ନ ହୃଦେ ସୁମରିଲ।।
ନ୍ଧି__ଧୀର ପ୍ରଶାନ୍ତ ହେ ବାପୁ କର୍ମବୀର
ଧୈର୍ଯ୍ୟବାନ ଗୁଣେ କିଏ ତବ ତୁଲ
ଅହିଂସା ମନ୍ତ୍ରର ବୀଜ ବୁଣି ଦେଲ
କହିବା ଆଗରୁ କରି ଦେଖାଇଲ।।
ଜ__ଜୟ କଲ କୋଟି ଭାରତୀୟ ହୃଦ
ଉଠାଇଲ ଛୁଆଁ ଅଛୁଆଁ ର ଭେଦ
ଚମ୍ପାରଣ ସତ୍ୟାଗ୍ରହ ଆନ୍ଦୋଳନ
କାଟି ପିନ୍ଧ କୁଟିଖାଅ ର ଆହ୍ବାନ।।
ୟ__ଯତ୍ନଶୀଳ ଥିଲ ନୀତି ଆଦର୍ଶ ରେ
ବାର୍ତ୍ତା ଦେଲ ତିନି ହରି ମାଧ୍ୟମ ରେ
ସତ୍ୟ ଅହିଂସା ର ଆଦର୍ଶ ପୂଜାରୀ
ରାମରାଜ୍ୟ ସ୍ବପ୍ନ ଥିଲା ହେ ତୁମରି।।
ନ୍ତୀ__ତିଳାର୍ଦ୍ଧେ ନ ଥିଲା ଦମ୍ଭ ଅଭିମାନ
ତ୍ୟାଗୀ ପୁରୁଷ ହେ ଭାରତ ସନ୍ତାନ
ସମୟାନୁବର୍ତ୍ତୀ ଗୁଣ ଆଚରିଲ
ଅସହଯୋଗରେ ଫିରିଙ୍ଗି ତଡ଼ିଲ।।
ଗାନ୍ଧି ଜୟନ୍ତୀ ରେ ସ୍ମରୁ ତବ କୀର୍ତ୍ତି
ପୁନଶ୍ଚ ମରତେ ଆସ ହେ ଗାନ୍ଧିଜୀ
ପୋଛି ଦିଅ ସବୁ ଦୁଃଖ ଓ ଯାତନା
ଏଇ ଛୋଟ ଅଳି ବାପୁ କର ଘେନା।।
(ସନ୍ଧ୍ୟାରାଣୀ ହୋତା)
940 total views, 1 views today