# ବନ୍ଦେ ଉତ୍କଳ ଜନନୀ #
ଉତ୍କଳ ଭୁବନେ ମୋହର ଜନମ
କଳିଙ୍ଗ ମୋହରି ମାତା
ସଭ୍ୟତା ସଂସ୍କୃତି ଜାତୀୟ ସଂହତି
ଓଡିଶା ସବୁରି ଦାତା |
ସୁଜଳା ସୁଫଳା ଶସ୍ୟର ଶ୍ୟାମଳା
ଓଡିଶା ଆମର ଭୂଇଁ
ଉତ୍କଳ ସମାନ ସ୍ନେହ ଯଜମାନ
ଜଗତେ କେଉଁଠି ନାହିଁ |
ମଳୟ ପବନ ସୁର ସୁର ଗାଏ
ଉତ୍କଳ ଭୂଇଁର ବାଣୀ
ସାଗର ନାଚଇ ଲହରୀ ସାହାରେ
ମାତୃକାର ଗାଥା ଶୁଣି |
ଜଗତର ନାଥ ସ୍ୱାମୀ ଜଗନ୍ନାଥ
ବସିଛନ୍ତି ନୀଳାଚଳେ
ପୁଣ୍ୟ ଭୂମି ମୋର କଳିଙ୍ଗ ଭୁବନ
ପାଇ ସ୍ୱାମୀଙ୍କୁ ତା’ କୋଳେ |
ହିନ୍ଦୁ ଖ୍ରୀଷ୍ଟିଆନ ଶିଖ ମୁସଲିମ
ଏକତାରେ ଥାନ୍ତି ଏଠି
ଧର୍ମନିରପେକ୍ଷ ରାଷ୍ଟ୍ରଟି ଆମର!
ଭାରତ ଓଡିଶା ମାଟି ||
*********************************
✍️ ଚିନାପାନା ଲୋକନାଥ ରେଡ଼ି
ବ୍ରହ୍ମପୁର, ଗଞ୍ଜାମ, ଓଡିଶା
ବୟସ – 18 ବର୍ଷ
761009
7606858260
340 total views, 1 views today